।। ଝାଡ଼ାବାନ୍ତିରେ ଜଣେ ମୃତ୍ୟୁ,୪ ଆକ୍ରାନ୍ତ ।।

Jul 8, 2024 - 23:28
 0  9
।। ଝାଡ଼ାବାନ୍ତିରେ ଜଣେ ମୃତ୍ୟୁ,୪ ଆକ୍ରାନ୍ତ ।।

ମୁନିଗୁଡ଼ା:ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ବିଷମକଟକ ଖ୍ରିଷ୍ଟିଆନ ହସ୍ପିଟାଲ ରେ ଚିକିତ୍ସା ହେଉଥିବା ଜଣାପଡିଛି। ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଡ଼ିମିରିଗୁଡା ପଞ୍ଚାୟତର ଭଟାଙ୍ଗପଦର ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିତ୍ରଗୌଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ କ୍ଷିତ ସୁନା ଓ ନୁନୁଗୁଡା ସୂର୍ଯ୍ୟ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଅନ୍ୟ ଦୁଇ ଜଣ ମହିଳା ଭ୍ରାମ୍ୟମାଣ ଡାକ୍ତରଙ୍କ ଦ୍ଵାରା ଗ୍ରାମରେ ଚିକିତ୍ସିତ ହେଉଛନ୍ତି। ମୃତକ ଚିତ୍ରଗୌଡ଼ଙ୍କୁ ଗୋଟିଏ ଦିନ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ନିଜ ଘରେ ହିଁ ମୃତ୍ୟୁ ହୋଇଥିବା ଜଣାଯାଏ।ତେବେ ଅନ୍ୟ ଦୁଇ ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ପ୍ରଥମେ ଅମ୍ବାଦଳା ଓ ପରେ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ରାୟଗଡାର ଚିକିତ୍ସାରେ ସେମାନେ ଅସୁବିଧା ଅନୁଭବ କରି ଆଜି ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲ୍ ଆଣି ଚିକିତ୍ସା କରିଥିବା ସେମାନଙ୍କ ପରିବାର ତରଫରୁ ସୂଚନା ମଳିଛି। ଆଜି ଗ୍ରାମରେ ଡାକ୍ତରୀ ଟିମ ପହଞ୍ଚି ଆକ୍ରାନ୍ତଙ୍କୁ ଔଷଧ ପ୍ରଦାନ କରିବା ସହ ସଚେତନତା କରା ଯାଇଥିବା ଜଣାପଡ଼ିଛି। ଗ୍ରାମରେ ପ୍ୟାପିଥିବା ଝାଡାଵନ୍ତିର କାରଣ ଦୂଷିତ ପାଣି ବୋଲି ଜଣାପଡ଼ିଥିବା ବେଳେ ପ୍ରଶାସନ ତରଫରୁ ଟେଙ୍କର ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।ବିଜେପି ବିଧାୟକ ପାର୍ଥୁ ଜଗନ୍ନାଥ ନୁଣ୍ଡୃକା ଭଟାଙ୍ଗ ପଦର ଗାଁକୁ ଯାଇ ମୃତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ।ଶ୍ରୀଯୁକ୍ତ ନୁଣ୍ଡରୁକାଙ୍କ ସହ ସ୍ଥାନୀୟ ବିଜେପି ଯୁବ ନେତା ଭିକାରୀ ନାହାକ, ରମେଶ ସାମନ୍ତ,ସାନ ବାବୁ,ଚିତ୍ର ସୁନା,ଟୁନା କରକରିଆ ସମେତ ବିଜେପିର ଏକ ଟିମ୍ ଉକ୍ତ ସ୍ଥାନରେ ପହଞ୍ଚି ଲୋକ ମାନଙ୍କ ଅବସ୍ଥା ପରଖିବା ସହିତ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ।ପରେ ଶ୍ରୀଯୁକ୍ତ ନୁଣ୍ଡରୁକା ପାନୀୟ ଜଳ ବ୍ୟବସ୍ଥାକୁ ତୁରନ୍ତ ସୁବ୍ୟବସ୍ଥିତ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ କହିବା ସହ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ମେଡିକାଲ ଅଫିସରଙ୍କ ସହିତ ଚିକିତ୍ସା ସୁବିଧାକୁ ନେଇ ବିଚାର ବିମର୍ଶ କରିଥିଲେ।ଏବେ ଗାଆଁରେ ଡାକ୍ତରୀ ଦଳ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି।ବେଳ ଥାଉଁ ଥାଉଁ ସ୍ୱାସ୍ଥ୍ୟ ସମସ୍ୟା ଦୂର ନକଲେ ସମସ୍ୟା ଆହୁରି ବିଗିଡ଼ି ଯିବ। ବୋଲି ସାଧାରଣରେ ପ୍ରଶ୍ନବାଚୀ ହୋଇଯାଇଛି।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ