ଜୀବିତ ବୃଦ୍ଧାଙ୍କୁ ବ୍ଲକ ପ୍ରଶାସନ ମୃତ୍ୟୁ ସଜାଇଲେ, ୪ବର୍ଷ ହେଲା ଭତ୍ତା କାଟିଲେ

Feb 13, 2026 - 21:37
 0  7
ଜୀବିତ ବୃଦ୍ଧାଙ୍କୁ ବ୍ଲକ ପ୍ରଶାସନ ମୃତ୍ୟୁ ସଜାଇଲେ, ୪ବର୍ଷ ହେଲା ଭତ୍ତା କାଟିଲେ

କଳାହାଣ୍ଡି.ମକୁନ୍ଦ ନାଏକ :-(ଫାଷ୍ଟ ନ୍ୟୁଜ ଓଡିଶା )ସରକାର ମାଳମାଳ ଯୋଜନା କରୁଛନ୍ତି କାହା ପାଇଁ? ସରକାର ଦେଉଥିବା ପାଣ୍ଠିର ଅର୍ଥକୁ ସରକାରୀ କର୍ମଚାରୀ ଙ୍କ ପକେଟକୁ ନେବା ପାଇଁ ନା ଆଉ କଣ ହୋଇ ଥାଇପାରେ ବୋଳି ଜନତା ମହଲରେ ଆଲୋଚନା ହେଉଛି l ଜିଅନ୍ତା ମଣିଷ କୁ ମୃତ୍ୟୁ ସଜାଇ ପାରୁଛନ୍ତି ସତ ହେଲେ ମୃତ୍ୟୁ ହୋଇ ଥିବା ଲୋକଙ୍କ ତାଲିକାରୁ କାହାର ନାମ କାଟି ପାରୁନାହାନ୍ତି ଏହା ବାସ୍ତବ କଥା l ସମାଜ ସୁରକ୍ଷା ଅଧିକାରୀ ମାନଙ୍କ ଚତୁରତାର କାର୍ଯ୍ୟକଳାପ ଯୋଗୁ ଆଜି କି ଚାରିବର୍ଷ ହେବ ଭତ୍ତା ପାଉନାହାନ୍ତି ବୃଦ୍ଧା l ନିରୀହ ଗରିବ ଲୋକଙ୍କପାଇଁ ସରକାର ଅନେକ ବିଭାଗରେ ସରକାରୀ କର୍ମଚାରୀ ଭାବରେ ନିଯୁକ୍ତି କରି ମାସିକ ପାଉଣା ଦେଇ ଥାନ୍ତି l କାହା ପାଇଁ ପାଉଣା ମିଳୁଛି ଅଫିସର ବାବୁମାନଙ୍କୁ ? ସାଧାରଣ ଜନତାଙ୍କ ସେବା ଯୋଗାଇଦେବା ବଦଳରେ ଜିଇଁ ଥିବା ମଣିଷକୁ ମୃତ୍ୟୁ ହୋଇଛି ବୋଳି ନିରୀହ ବୃଦ୍ଧାଙ୍କ ଭତ୍ତା କାଟିବା ଅଧିକାର କିଏ ଦେଲା? ଗତ ତା ୨୯ /0୪/୨0୨୨ରିଖ ରେ ବାର୍ଦ୍ଧକ୍ୟ ଭତ୍ତା 500( ପାଞ୍ଚ ଶହ )ଟଙ୍କା ଦେଇଥିବା ଭତ୍ତା କାର୍ଡ ରେ ଲେଖା ଯାଇଛି l ମୃତ୍ୟୁ ବୃଦ୍ଧା କେମିତି ବଞ୍ଚିଛି ତାହା ପ୍ରଶାସନ ତଦନ୍ତ କରି ଯିଏ ଭତ୍ତା ତାଲିକା ରୁ କାଟି ଦେଇଛି ତାହାକୁ କଣ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି କରୁଛୁ l ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରି ପଞ୍ଚାୟତ ଦଳଗୁଡା ଗ୍ରାମ ସାବିତ୍ରୀ ନାୟକଙ୍କ l ପ୍ରାୟ ଆଜକୁ ଚାରିବର୍ଷ ହେବା ଯାଉଛି l ପଞ୍ଚାୟତ ସରପଞ୍ଚ ଠାରୁ ଆରମ୍ଭ କରି କେତେ ଲୋକଙ୍କ ପାଖରେ ଯାଇ ଅଭିଯୋଗ କରି ନିରାଶ ହୋଇ ନିରବ ହୋଇ ଥିଲେ l ଯିଏ ମୃତ୍ୟୁ ହୋଇଛି ତାହାର ନାମ ଯୋଜନାରେ ବାଦ ନ ପକାଇ ନିଜେ କେମିତି ଆସିଥିବା ଟଙ୍କା ଙ୍କୁ ହଡପ କରିବାକୁ ଯୋଜନା କରିଚାଲୁଛନ୍ତି l ସାବିତ୍ରୀ ନାୟକ ହେଉଛି ଏକ ନୀରିବ ଗରିବ ଲୋକ ମାସିକ ଭତ୍ତା ଟଙ୍କାରେ ତାଙ୍କ ଜୀବନ ବିତାଉଥିବା ପ୍ରକାଶ କରିଥିଲେ l ସେ ଚାଲିବୁଲିବାକୁ ସାକ୍ଷମ ନାହିଁ ତେଣୁ ତାଙ୍କ ପୁଅ ଅନେକ ଥର ବ୍ଲକ ର ଭତ୍ତା ବିଭାଗକୁ ଯାଇ କାକୃତି ବିନତି ହୋଇ ଅଭିଯୋଗ କରି କହିଲେ ହଁ ହଁ କାଳି କରିଦେବା ତୁମେ ଯାଅ ବୋଳି ବୋଳି ଚାରି ବର୍ଷ ହୋଇ ଗଲା l ବିଭାଗରେ ଯେଉଁ ଅଧିକାରୀ ମାନେ ଅଛନ୍ତି ସେମାନେ ସହଯୋଗ କରିବା ବଦଳରେ ଅଲଟା ଦୂର ବ୍ୟବହାର କରିବା କହିଥିଲେ l ଯେତେ ବି ବ୍ଲକରେ ଥିବା ବିଭିନ୍ନ ବିଭାଗ ସରକାରୀ କର୍ମଚାରୀ ବାବୁ ମାନେ ନିଜ ନିଜର ବ୍ୟବହାର ଦେବା ଶିଖନ୍ତୁ ତା ପରେ ଅନ୍ୟ କିଛି କରିବେ l ମୁଖ୍ୟ ତ ଥୁଆମୂଳ ରାମପୁର ବ୍ଲକରେ ଥିବା ଭତ୍ତା ବିଭାଗ ରେ ଥିବା କର୍ମଚାରୀ l କେତେ ଦୂର ଦୁରାନ୍ତ ରୁ କେତେ ଆଶା ବାନ୍ଦି ଯାଇଥିବା ବେଳେ ସବୁ ଆଶା ପାଣିରେ ଭାସି ଯାଉଛି l ଯୋଜନାରେ ପୁଣିଥରେ ଯୋଡି ଚାରି ବର୍ଷ ପାଇ ନ ଥିବା ଭତ୍ତା ଟଙ୍କା ତୁରନ୍ତ ସେ ବୃଦ୍ଧା ସାବିତ୍ରୀ ନାଏକଙ୍କୁ ଦେବା ପାଇଁ ସାଧାରଣ ରେ ଦାବି ହେଉଛି l କେବେ ଏହା ସମାଧାନ ହେବ ତାହାକୁ ଅପେକ୍ଷା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ