ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ

Nov 26, 2025 - 17:29
 0  13
ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ

ମାଲକାନଗିରି, ୨୬/୧୧/୨୫: ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ଦିବସ ପାଳନ କରାଯାଇଛି। ଭାରତୀୟ ସମ୍ବିଧାନ ପ୍ରତି ନାଗରିକଙ୍କ ପ୍ରତିବଦ୍ଧତା ଏବଂ ଦାୟିତ୍ୱବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭାରତୀୟ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା କ୍ଷେତ୍ରରେ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମ୍ବିଧାନ ମୌଳିକ ଅଧିକାରକୁ ସୁନିଶ୍ଚିତ କରେ। ଏହା ମୌଳିକ ଅଧିକାରର ସୁରକ୍ଷା କବଚ ପାଲିଟି ଥାଏ ବୋଲି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମତ ପ୍ରକାଶ କରିଥିଲେ ଅତିରିକ୍ତ ଜିଲ୍ଲାପାଳ । ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ଅର୍ଥ ପରିଚାଳକ ମାନସ ମିଶ୍ର ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳକ ହିମାଂଶୁ ଭୂଷଣ ମହାରଣା ଯଥାକ୍ରମେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ଓ ପେସା ଆଇନ ବିଷୟରେ ଛାତ୍ରଛାତ୍ରୀ ଙ୍କୁ ସୂଚନା ଦେଇଥିଲେ। ଏଠାରେ ରଙ୍ଗୋଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ସେହିପରି ଏମଭି-୭ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଭାଗିରଥୀ ବେହେରା ଓ କାର୍ଯ୍ୟକ୍ରମ ପରିଚାଳକ ଦକ୍ଷତା ବିକାଶ ଶ୍ରୀ ମହାରଣା ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସାମୁହିକ ଶପଥ ପାଠ ଓ ଯୋଗାଭ୍ୟାସ କରାଯାଇଥିଲା । ବାବା ସାହେବ୍ ଡ଼ଃ ବି ଆର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା। ସୂଚନା ଥାଉ କି,୨୬ ନଭେମ୍ବର ୧୯୪୯ରେ, ଭାରତର ସମ୍ବିଧାନକୁ ଗ୍ରହଣ କରାଯାଇଥିଲା। ପରେ ଏହା ୨୬ ଜାନୁୟାରୀ ୧୯୫୦ରେ କାର୍ଯ୍ୟକାରୀ ହୋଇଥିଲା। ତେଣୁ ପ୍ରତିବର୍ଷ ନଭେମ୍ବର ୨୬କୁ ଭାରତରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଇଥାଏ। କାର୍ଯ୍ୟକ୍ରମ ଆୟୋଜନ କରିବାରେ କାର୍ଯ୍ୟକ୍ରମ ପରିଚାଳକ ବାଲାଜୀ ପଟ୍ଟନାୟକ, ଶ୍ଵସ୍ତିକା ପ୍ରଧାନ,ଶାଶ୍ୱତୀ କୀର୍ତ୍ତି ରାଉତ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ