ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ‘ଖବର ପରିବେଷଣ ପୂର୍ବରୁ ସତ୍ୟତା ପରଖିବା ଜରୁରୀ’

Nov 16, 2025 - 22:17
 0  16
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ‘ଖବର ପରିବେଷଣ ପୂର୍ବରୁ ସତ୍ୟତା ପରଖିବା ଜରୁରୀ’

ଝାରସୁଗୁଡ଼ାର, ୧୬।୧୧(ଫାଷ୍ଟ ନ୍ୟୁଜ ଓଡିଶା): ‘ଗଣମାଧ୍ୟମକୁ ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭ ଆଖ୍ୟା ଦିଆଯାଇଛି। ଏହାର ସଦୁପଯୋଗ କରି କିଭଳି ସୁସ୍ଥ ସମାଜ ଗଠନ ହେବ ସେଦିଗରେ ସମସ୍ତଙ୍କୁ ସଚେତନ କରାଇବା ଗଣମାଧ୍ୟମର କର୍ତ୍ତବ୍ୟ। ଖବର ପରିବେଷଣ ସମୟରେ ପ୍ରତିନ୍ଦ୍ବନ୍ଦିତା ଯୋଗୁ ଅନେକ ଭୁଲ୍ ଖବର ସାମ୍ନାକୁ ଆସୁଛି। ତେଣୁ ପରିବେଷଣ ପୂର୍ବରୁ ଖବରର ସତ୍ୟତା ପରଖିବା ଜରୁରୀ।’ ଆଜି ବ୍ରଜରାଜନଗରସ୍ଥିତ ଇବ୍ ଭ୍ୟାଲି ରବୀନ୍ଦ୍ର ଭବନଠାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପ୍ରେସ୍ କ୍ଲବ ଓ ଏମ୍ସିଏଲ୍ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପା୍ଳ ବ୍ରଜବନ୍ଧୁ ଭୋଇ ଏଭଳି କିଛି ମତବ୍ୟକ୍ତ କରିଥିଲେ। ଅଧ୍ୟାପିକା ଡ.ପୁଷ୍ପାଞ୍ଜଳି ସାହୁ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସମାଜକୁ ସୂଚନାଧର୍ମୀ ସମ୍ବାଦ ପ୍ରଦାନ କରିବା ଗଣମାଧ୍ୟମର କର୍ତ୍ତବ୍ୟ ବୋଲି କହିଥିଲେ। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରବହରୀ। ଯେଭଳି ଭୁଲ୍ ଖବର ପରିବେଷଣ ନହୁଏ ସେଥିପାଇଁ ସତର୍କ ରହିବା ଉଚିତ୍। ସମାଜକୁ ସଚେତନ କରିବା, ଶୃଙ୍ଖଳିତ କରିବା ଗଣମାଧ୍ୟମର ଦାୟିତ୍ବ ଓ କର୍ତ୍ତ୍ୟବ୍ୟ। ସମୟକ୍ରମେ ଗଣମାଧ୍ୟମର ବିନିଯୋଗର ପରିଭାାଷା ବଦଳିଛି। କିନ୍ତୁ ବୈଷୟିକ ଜ୍ଞାନ କୌଶଳ ଆଧାରିତ ଗଣମାଧ୍ୟମର ଯେଭଳି ସଦୁପଯେଗ ହେବ ସେଥିପଇଁ ଦାୟିତ୍ବବାନ୍ ହେବା ଜରୁରୀ। ଚାପର ବଶବର୍ତ୍ତୀ ନହୋଇ ନିରପେକ୍ଷ ଖବର ପରିବେଷଣ କରିବା ଗଣମାଧ୍ୟମ ପ୍ରତି ଏକ ଆହ୍ବାନ ବୋଲି ଡ.ସାହୁ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଅତିରିକ୍ତ ଏସ୍ପି ମଧୁସିକ୍ତା ମିଶ୍ର ଭ୍ରମାତ୍ମକ ଖବର କିଭଳି ଭାବେ ସମାଜରେ କୁପ୍ରଭାବ ପକାଉଛି ସେନେଇ ଆଲୋକପାତ କରିଥିଲେ। ଗଣମାଧ୍ୟମର ପ୍ରତିନିଧିମାନେ ଖବର ପରିବେଷଣ ମାଧ୍ୟମରେ କିଭଳି ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ ତଥା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଭଲ ଖବର ଓ ସଠିକ୍ ଖବର ଦେଇ ଆଗାମୀ ପିଢ଼ି ପାଇଁ ଯେଭଳି ଉଦାହରଣ ହୋଇପାରିବେ ସେନେଇ ପରାମର୍ଶ ଦେଇଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ସାମିଲ୍ ହୋଇପାରିନଥିବା ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତାଙ୍କର ବାର୍ତ୍ତା ପଠାଇ ଶୁଭେଚ୍ଛାଜ୍ଞାପନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଝରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡ଼ିଶା)

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ