ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Nov 26, 2025 - 19:07
Nov 26, 2025 - 19:08
 0  3
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିରକୁ ନେଇ ଜନ ଅସନ୍ତୋଷ କଳାହାଣ୍ଡି ମକୁନ୍ଦ ନାଏକ ତା:-୨୬/୧୧/୨୫ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ସଭା ଗୃହ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ମୋଟ 99ଟି ଅଭିଯୋଗ ହୋଇଥିବା ବେଳେ 48ଟି ବ୍ୟକ୍ତିଗତ ଏବଂ 51ଟି ସାମୁହିକ ହୋଇଥିଲା l ଏଥିରେ ଜିଲ୍ଲା ପାଳ ସଚିନ ପାୱାର ପ୍ରକାଶ,ଉପ ଜିଲ୍ଲା ପାଳ ପ୍ରଭାତ କୁମାର ପରିଡା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ବ୍ଳକ ଅଧ୍ୟକ୍ଷ ଦୟାନିଧି ମାଝୀ, ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ହୋଇ ଥିଲେ l ସାଧାରଣ ଜନତା ଙ୍କ ସମସ୍ୟା କୁ ନେଇ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଲିଖିତ ଭାବେ ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହୋଇ ପାରୁନି ବୋଲିସାଧାରଣ ଜନତା ହଟଗୋଳ ହୋଇ ଥିଲେ l ସାଧାରଣତହ ମୌଳିକ ସୁବିଧା ରୁ ବଞ୍ଚିତ ଥିବା ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ପାଇଁ ରାସ୍ତା, ପାନୀୟ ଜଳ, ଭୋଳି ଅନେକ ସମସ୍ୟାକୁ ନେଇ ଜିଲ୍ଲାପାଳ ପାଖରେ ଉପ ସ୍ଥାପନ କରି ଗୁହାରି କଲେ ବି କିଛି ସମାଧାନ ହୋଇ ପାରୁନି ବଡ଼ ଦୁର୍ଭାଗ୍ୟ ଜନକl ଅଭିଯୋଗ କରିବା ପାଇଁ ଅନେକ ଦୂର ଦୁରାନ୍ତ ରୁ ସାଧାରଣ ଲୋକେ ଅନେକ ଆଶାବାନ୍ଧି ଯାଇ ଥିବା ବେଳେ ନିର୍ଧାରିତ ସମୟରେ ଜିଲ୍ଲାପାଳ ପହଞ୍ଚିବା ବିଳମ୍ବ ହେବା ସହ ମାତ୍ର ଘଣ୍ଟାଏ ସମୟ ରହି ପଳାଇ ଯାଇଥିଲେ l ଏହା କୁ ନେଇ ସାଧାରଣ ଜନତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି କି କେବଳ ଫୋଟୋ ଉତ୍ତଳୋନ କରି ସରକାରଙ୍କୁ ଭକୁଆ କରିବା ପାଇଁ ଥୁଆମୂଳ ରାମପୁର ଯାଉଥିବା ଚର୍ଚ୍ଚା ଜୋର ଧରିଛି l ଜିଲ୍ଲାପାଳ ହେଉଛି ସାଧାରଣ ଜନତାଙ୍କ ସେବା କରିବା ପାଇଁ ହେଲେ ବର୍ଷ ବର୍ଷ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ହେଉଛି କିଛି ଫଳ ମିଳୁନି ଅଭିଯୋଗ କାରି କୁ l ପୁଣି ପିଇବା ପାଣି ସାଧାରଣ ଜନତାଙ୍କୁ ମିଳିନ ଥିଲା l ଲୋକେ ଭୋକଉପାସରେ ଦୁଃଖ ରେ ଘର କୁ ଫେରି ଥିବା ଜଣାପଡୁଛି l କଥା ରେ ଅଛି ଯେତେ ମାଠେଇ ବୁ ମାଠେ ମୁଁ ସେହି ଦର ବୁଡ଼ା କାଠେ ଭୋଳି ମାଲ ମାଲ ଅଭିଯୋଗ ର କିଛି ସମାଧାନ ହୋଇ ପାରୁନି l ଅଞ୍ଚଳ ର କିଛି ବି ପରିବର୍ତ୍ତନ ହୋଇ ପାରୁନି କାରଣ ଅଞ୍ଚଳ ବିକାଶ କରିବା କି ଉର୍ନ୍ନତି କରିବା ତାଙ୍କ ମନ ନାହିଁ l ଏହି କାର୍ଯ୍ୟକ୍ରମରେ ଏ.ଇ. ସାଲକୋ ହେମ୍ରୋମ, ବି.ପି.ସି. ରାଜେନ୍ଦ୍ର ପ୍ରସାଦ ଦେବ, ବି. ଏସ. ଏସ. ଓ. ସୁନାରାମ ସୁରେନ, ଗୋଷ୍ଠୀ ଯୋଗାଣ ଅଧିକାରୀ ବିଭୁତି ସାହୁ, ଜି. ପି. ଓ. ବାଲେଶ୍ୱର ନାଏକ, ଏ. ପି. ଓ.ଭକ୍ତ ସେଠି ସହଯୋଗ କରିଥିଲେ lରାମ ଖବର ପ୍ରସାରଣ ହେଲା ପରେ ଆଗାମୀ ଦିନରେ କଣ ବ୍ୟବସ୍ଥା କରିବେ ତାହା ଦେଖିବାକୁ ଅପେକ୍ଷା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ