ଜିଲ୍ଲାପାଳ ସହ ସାକ୍ଷାତ ଆଲୋଚନା କଲା:ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ

Dec 7, 2024 - 19:21
 0  14
ଜିଲ୍ଲାପାଳ ସହ ସାକ୍ଷାତ ଆଲୋଚନା କଲା:ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ

ନୂଆପଡା : ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ର ଏକ ପ୍ରତିନିଧି ମଣ୍ଡଳୀ ବିଜେପି ର ବରିଷ୍ଠ ନେତା ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ବରେ ନୂଆପଡା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାସ ଙ୍କୁ ସାକ୍ଷାତ୍ ଆଲୋଚନା କରି ତାଙ୍କ ସମସ୍ୟା ର ସମାଧାନ ପାଇଁ ଦାବୀ କରିଛନ୍ତି। ନୂଆପଡା ଭଳି ଅନୁନ୍ନତ ଦାଦନ ପ୍ରବଣ ଜିଲ୍ଲାର ଗରୀବ ଜନ ସାଧାରଣ ଙ୍କୁ ବିଭିନ୍ନ ଠକ ଓ ଅସାଧୁ ସଂସ୍ଥା ଗୁଡ଼ିକ ଯଥା ପିଏ ସି ଏଲ, ଏନଆଇସିଏଲ୍, ସାଇ ପ୍ରକାଶ,ଜିଏଲ ପି ଇଣ୍ଡିଆ,ସି ସୋର, ରୋଜ୍ ଭେଲି, ଫାଇନ ଇଣ୍ଡିଆ, ଭିଷ୍ଟା, ଏସ ପିଏନ ଜି,ରିଲାଇବୁଲ, ସତଗୁରୁ ସାଇ,କିମ୍, ଫ୍ୟୁଚର ଭିଜନ, ମାଇକ୍ରୋ ଫାଇନାନ୍ସ, ସାହାରା ଇଣ୍ଡିଆ ଇତ୍ୟାଦି ସଂସ୍ଥା ଗୁଡ଼ିକ ଗ୍ରାମାଞ୍ଚଳ ର ନିରୀହ ଜନ ସାଧାରଣ ଙ୍କୁ ନାନା ପ୍ରଲୋଭନ ଦେଖାଇ ଲୋକଙ୍କୁ ଟଙ୍କା ଜମା କରିବା ପାଇଁ ପ୍ରବର୍ତ୍ତାଇ ପରବର୍ତୀ ସମୟରେ ଆତ୍ମସାତ କରିଥଲେ। ଦୀର୍ଘ ଚବିଶ ବର୍ଷ ର ଏକ ଦୀର୍ଘ ସ୍ଥାୟୀ ସରକାର ରାଜ୍ୟ ରେ ଥାଇ , ଏହି କମ୍ପାନୀ ମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କୁ ବ୍ୟାଜାପ୍ତ କରି ମଧ୍ୟ କ୍ଷତିଗ୍ରସ୍ତ ଙ୍କୁ ଅର୍ଥ ଫେରସ୍ତ କରାଯାଇ ପାରିଲା ନାହିଁ। ଆଜି କାଲି କରି ଏଗାର ବର୍ଷ ବିତଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଙ୍କ ସମସ୍ୟା ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ବର୍ତ୍ତମାନ ବି ନୂଆପଡା ଜିଲ୍ଲା ରେ କ୍ଷତଗ୍ରସ୍ତଙ୍କୁ ସମ୍ପୂର୍ଣ୍ଣ ଚିହ୍ନଟ କରାଯାଇନାହିଁ।ସେ ସମୟ ରେ ଜିଲ୍ଲା ର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନାନା ପ୍ରଲୋଭନ ଓ ଉଚ୍ଚ କମିଶନ୍ ର ଲୋଭ ଦେଖାଇ ଏହି ଠକ ସଂସ୍ଥା ମାନେ ଲୋକ ଙ୍କ ଅର୍ଥ ସଂଗ୍ରହ କାର୍ଯ୍ୟ ରେ ନିୟୋଜିତ କରିଥିଲେ। ଏବେ ଠକ ସଂସ୍ଥା ମାନେ ଉଭାନ ହୋଇ ଗଲା ପରେ କ୍ଷତଗ୍ରସ୍ତ ଲୋକ ଏହି ଏଜେଣ୍ଟ ମାନଙ୍କୁ ଦାୟୀ ଓ ଦୋଷୀ ମାନି ନାନା ପ୍ରକାର ମକଦ୍ଦମା ରୁଜୁ କରିଛନ୍ତି। ଏଣୁ ଏପରି ଏକ ସଙ୍ଗୀନ ଓ ସ୍ପର୍ଶ କାତର ପ୍ରସଙ୍ଗ କୁ ଜିଲ୍ଲାପାଳ ହସ୍ତକ୍ଷେପ କରି ରାଜ୍ୟ ସରକାର ଙ୍କ ଜରିଆରେ ସମାଧାନ କରିବା ପାଇଁ ସହାୟକ ହୁଅନ୍ତୁ ବୋଲି ପ୍ରତିନିଧି ମଣ୍ଡଳୀ ନିବେଦନ କରିଥିଲେ।ଜିଲ୍ଲାରେ ଅଠର ଶହ ରୁ ଉର୍ଦ୍ଧ୍ବ କ୍ଷତଗ୍ରସ୍ତଙ୍କ ସମସ୍ତ କାଗଜାତ ଭେରିଫିକେଶନ ସରି ଅର୍ଥ ପ୍ରଦାନ ସ୍ତର ରେ ଅଛି, ଜିଲ୍ଲାପାଳ ଙ୍କ ପାଖ ରେ ଅର୍ଥ ପ୍ରଦାନ ପାଇଁ କର୍ପସ ପାଣ୍ଠି ବି ଅଛି, ତୁରନ୍ତ ଅନୁଧ୍ୟାନ କରି ପାଉଣା ପ୍ରଦାନ କରାଯାଉ ବୋଲି ଆଲୋଚନା ରେ ନେତୃତ୍ଵ ନେଇଥିବା ବିଜେପି ବରିଷ୍ଠ ନେତା ଶ୍ରୀ ପାଣିଗ୍ରାହୀ ଦାବୀ କରିଥଲେ। ଏହି ପ୍ରସଙ୍ଗ ରେ ସମସ୍ତ ଫାଇଲ ଅନୁଧ୍ୟାନ କରି ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ ମୋ ପ୍ରଶାସନ ଦ୍ବାରା ଯୋଗେଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ମଣ୍ଡଳୀ ରେ ଜ୍ଞାନ ରଂଜନ ସାହୁ, କମଳ ରାଉତ, ତ୍ରିନାଥ ରଣା, ରୋମାନ୍ ସାହୁ ପ୍ରମୁଖ ସାମିଲ ହୋଇ ଆଲୋଚନା ରେ ଭାଗ ନେଇଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ