।। ଜିଲ୍ଲା ସ୍ତରୀୟ ଶିଶୁ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ।।

Jul 12, 2024 - 17:47
 0  34
।। ଜିଲ୍ଲା ସ୍ତରୀୟ ଶିଶୁ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ।।

ବାରିପଦା: ୧୨.୦୭.୨୦୨୪(ଫାଷ୍ଟ ନ୍ୟୁଜ ଓଡିଶା) ମୟୂରଭଞ୍ଜ ଜିଲ୍ଲାରେ ଶିଶୁଙ୍କ ଉଚ୍ଚତା ଓ ଓଜନ ମାପ କାର୍ଯ୍ୟକ୍ରମକୁ ସମ୍ପାଦିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ୟମ ଜାରି ରହିଛି। ଏହି କାର୍ଯ୍ୟ ସମ୍ପାଦନା ପାଇଁ ମଧ୍ୟ ଅଙ୍ଗନବାଡି କର୍ମୀ ମାନଙ୍କର ଜ୍ଞାନବୃଦ୍ଧିର ଆବଶ୍ୟକତା ରହିଛି। ଏଣୁ ଏହି ପରିପ୍ରେକ୍ଷୀରେ ବାରିପଦା ସ୍ଥିତ ଜିଲ୍ଲା ପଞ୍ଚାୟତ ଉତ୍ସ କେନ୍ଦ୍ରଠାରେ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଅନୁକୁଲ୍ୟରେ ଚଳିତ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଜିଲ୍ଲା ସ୍ତରୀୟ ଶିଶୁ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ତାଲିମ ଶିବିରର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗ ଦେଇଥିବା ବେଳେ ଦ୍ଵିତୀୟ ଦିନରେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀ ପ୍ରକାଶ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନା ଥାଉକି, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅଧିକାରୀ ମାନଙ୍କୁ ଏଥିରେ ସାମିଲ କରା ଯାଇଛି। "ସବୁ ସ୍ତରର ଅଧିକାରୀ ମାନଙ୍କର ତ୍ୱରିତ ପଦକ୍ଷେପ ଓ ସମନ୍ୱୟ ରହିଲେ ଏହି କାର୍ଯ୍ୟ ସଫଳ ହୋଇପାରିବ " ବୋଲି ବିଧାୟକ ମହୋଦୟ ତାଙ୍କ ଭାଷଣ ମାଧ୍ୟମରେ କହିଥିଲେ। ଗୋଷ୍ଠୀ ସ୍ତରରେ କାମକରୁଥିବା କର୍ମୀମାନଙ୍କର ଭୂମିକା ଅଧିକ ଗୁରୁତ୍ବପୂର୍ଣ୍ଣ ।ସେମାନଙ୍କ ନିକଟରୁ ସଠିକ ତଥ୍ୟ ଆସିଲେ କାର୍ଯ୍ୟକ୍ରମ ର ସଫଳ ରୂପାୟନ ସମ୍ଭବପର ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ନିଜ ବକ୍ତବ୍ୟରେ କହିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପ୍ରତ୍ୟକ୍ଷ ତ୍ବତାବଧାନରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଂଙ୍କୁ ଏହି କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ରାଜ୍ୟସ୍ତରୀୟ ସାଧନକର୍ମୀ ସୂଦୀପ ଦାଶ ଓ ତାରିଣୀ ପ୍ରସାଦ ମିଶ୍ର ଏହି ତାଲିମ ଶିବିରକୁ ଆୟୋଜନ ତଥା ପରିଚାଳନା କରିଥିଲେ ।

 ମୟୁରଭଞ୍ଜ ଜିଲ୍ଲାରୁ ଗୌର ଦାସ ଗିରୀଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ