ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

Aug 25, 2024 - 07:29
 0  20
ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ନୂଆପଡା : ନୂଆପଡା ଜିଲ୍ଲା ନ୍ୟାସନାଲ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜିଲ୍ଲାର ସମସ୍ତ ସ୍ନାତକ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ଯକ୍ଷ ଓ ଯୁବ ରେଡ଼କ୍ରସ ପରାମର୍ଶଦାତା ମାନେ ଯୋଗ ଦେଇଥିଲେ । ମହାବିଦ୍ଯାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ରେଡ଼କ୍ରସ ସଭାପତି ପ୍ରଫେସର ହିତେଶ କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ନୂଆପଡ଼ା ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ମୁଖ୍ୟଅତିଥି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଆଲୋକ ଅନୁଗୁଲିଆ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଉମାକାନ୍ତ ମେହେର,ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ଯକ୍ଷ ଡ଼ ତରୁଣ ପ୍ରଧାନ ପ୍ରମୁଖ ସମ୍ମନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ-ସଂପାଦକ ଶିବ ପ୍ରସାଦ ସା ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ଏ ବର୍ଷର ଯୋଜନା ଓ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ I ଜିଲ୍ଲା ସଂଯୋଜକ ଅଶ୍ବିନୀ ଓତା ଉଭୟ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହେଉଥିବା ରେଡ଼କ୍ରସ ପାଉଣାର ସଦୁପଯୋଗ ସହ ରେଡକ୍ରସର ବିଭିନ୍ନ ସରକାରୀ ନିୟମ ଓ ସେବା ସଂପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ନିଜ ନିଜ ଶିକ୍ଷାନୁଷ୍ଠାନର ରେଡ଼କ୍ରସ ଶାଖା ମାନଙ୍କୁ ସକ୍ରିୟ ରଖିବା ସହିତ ବୃକ୍ଷରୋପଣ, ରକ୍ତଦାନ,ସ୍ବଚ୍ଛତା ପ୍ରଭୃତି କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶଦାତା ମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ ।ଅଧ୍ଯାପକ ସଚିନ କୁମାର ବାବୁ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଅଧ୍ଯାପକ ମିତ୍ରଭାନୁ ମେହେର ଉପସ୍ଥିତ ଅତିଥି ଓ ପରାମର୍ଶଦାତା ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ରାଷ୍ଟ୍ରୀୟ ସେବା ଯୋଜନା ଅଧିକାରୀ ଗୋପୀ ଗୋପାଳ ସୁନା, କ୍ରୀଡା ଶିକ୍ଷକ ପ୍ରକାଶ କୁମାର ସାହୁ , ସ୍ବେଚ୍ଛାସେବୀ ବର୍ଷା ସାହୁ, ରାଜେଶ୍ବରୀ ନାଏକ, ବର୍ଷା ଦାସ,ସୁଶାନ୍ତ ସୁନା,ପବନ ସୁନାନୀ,ବିକାଶ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ