ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ ଅନୁଷ୍ଠିତ:ଆନୁମାନିକ ମୋଟ ୪,୦୬,୬୨୦ ହେକ୍ଟର ଜମିରେ ଖରିଫ ଫଷଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ.

Jul 15, 2025 - 20:20
 0  27
ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ ଅନୁଷ୍ଠିତ:ଆନୁମାନିକ ମୋଟ ୪,୦୬,୬୨୦ ହେକ୍ଟର ଜମିରେ ଖରିଫ ଫଷଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ.

ବାରିପଦା ତା ୧୫-୦୭-୨୦୨୫ରିଖ ମୟୂରଭଞ୍ଜ ଜିଲ୍ଲାରେ ଚଳିତ ୨୦୨୫ ବର୍ଷ ଖରିଫ ଫସଲ ଚାଷ ପାଇଁ ଜିଲ୍ଲା ସ୍ତରୀୟ କୃଷିନୀତି ନିର୍ଦ୍ଧାରଣ କମିଟି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ ବୈଠକରେ ଆଇ ଏ ଏସ ପ୍ରୋବେସନର ମିସ କାଶିଷ ବକ୍ସି, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ଦାସ , ଉଦ୍ୟାନ କୃଷି ଉପ- ନିର୍ଦ୍ଦେଶକ, ଟଙ୍କଧର କାଲ,ଜଳଛାୟା ପ୍ରକଳ୍ପ ନିର୍ଦେଶକ ମଳୟ କୁମାର ସାହୁ, ଡି ଆର ସି ଏସ, ଅଶୋକ ପାଣି ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼. ସଂଘମିତ୍ରା ପଟ୍ଟନାୟକ, ଯଶିପୁର କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡ. ଦୀପକ କୁମାର ମହାନ୍ତି ପ୍ରମୁଖ ଙ୍କ ସମେତ ଡ଼ିଡ଼ିଏମ ନlବlର୍ଡ ଶ୍ରୀ ସ୍ମାରକ କୁମାର ମହାନ୍ତି, ଏଲ ଡି ଏମ, ଶ୍ରୀ ସୂର୍ଯ୍ୟନାରାୟଣ ମହାନ୍ତି, ଜିଲ୍ଲାର ସମସ୍ତ କୃଷି ଅଧିକାରୀ, ସମ୍ପୃକ୍ତ ଲାଇନ ବିଭାଗର ପଦାଧିକାରୀ ଯୋଗ ଦେଇ ଜିଲ୍ଲାର କୃଷି ଭିତ୍ତିକ ଚଳିତ ଖରିଫ ଫସଲ ୨୦୨୫ ଏବଂ ରବି ଫସଲ ୨୦୨୪-୨୫ ର କାର୍ଯ୍ୟ ଖସଡ଼ା ସମ୍ପର୍କ ରେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ. ସବିଶେଷ ଆଲୋଚନା କରାଯାଇ ଜିଲ୍ଲାରେ ଥିବା ଜଳସେଚନ ପ୍ରକଳ୍ପ ଉତ୍ସର ଉପଯୋଗୀତାକୁ ଆଧାର କରି ଆନୁମାନିକ ମୋଟ ୪,୦୬, ୬୨୦ ହେକ୍ଟର ଜମି ରେ ବିଭିନ୍ନ ଖରିଫ ଫସଲ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି. ଏଥିରେ ଧାନ ୨, ୯୨,୮୬୦ ହେକ୍ଟର, ମକା ୪୨୬୦ ହେକଟର, ମାଣ୍ଡିଆ ୭୯୦୦ ହେକ୍ଟର, ଅନ୍ୟାନ୍ୟ ମାଣ୍ଡିଆ ଜାତୀୟ ୧୮୦୦ ହେକ୍ଟର, ଅନ୍ୟାନ୍ୟ ଡାଲି ଜାତୀୟ ୨୪,୯୮୦ ହେକ୍ଟର, ତୈଳବିଜ ୬୨୦୦ ହେକଟର, ତନ୍ତୁ ଜାତୀୟ ୭୪୦ ହେକଟର, ପନିପରିବା ୫୬,୬୪୦ ହେକଟର ଓ ମସଲା ଜାତୀୟ ୧୧୨୪୦ ହେକ୍ଟର ଜମିରେ ଫସଲ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି.ସେହିପରି ୧୪୦୪୨. ୨୫ କୁଇଣ୍ଟାଲ ବିହନ ଓ ୪୫୧୦୦ ମ୍ୟାଟ୍ରିକ ଟନ ସାର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖା ଯାଇଛି ବୈଠକ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦାସ ସମସ୍ତ ଙ୍କୁ ସ୍ୱାଗତ ଜଣାଇ ଜିଲ୍ଲା କୃଷି ବିଭାଗ ଯୋଜନା କାର୍ଯ୍ୟ ସୂଚୀ ଉପରେ ପ୍ରଥମେ ଚଳିତ ୨୦୨୫ ଖରିଫ ଫସଲ ଚାଷ ସମ୍ପର୍କିତ ଯଥା ଜିଲ୍ଲାର ବୃଷ୍ଟିପାତ, ବିଭିନ୍ନ ଫଳ ଚାଷ ଓ ଉତ୍ପାଦନର ସ୍ଥିତି, ବିଭିନ୍ନ ପ୍ରକାର ସାରର ପ୍ରୟୋଗ, ବିଭିନ୍ନ କୃଷି ଯନ୍ତ୍ରପାତିର ଉପଯୋଗ, କୃଷି ଋଣ ସହାୟତା, ରାଷ୍ଟ୍ରୀୟ କୃଷିବିକାଶ ଆଦି ଯୋଜନା ଉପରେ ସମୀକ୍ଷା ମୂଳକ ଆଲୋଚନା କରିଥିଲେ .ବୈଠକ ରେ ଜିଲ୍ଲାପାଳ ଶ୍ରୀ ସୟ ଜିଲ୍ଲାର ସମସ୍ତ କୃଷି ଭିତ୍ତିକ କାର୍ଯ୍ୟକ୍ରମ ରେ ଚାଷୀ ମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ କ୍ଷେତ୍ର ପ୍ରଦର୍ଶନୀ ଫସଲ ଚାଷ ଓ କୃଷି ଭିତ୍ତିକ ବିଭିନ୍ନ ଫସଲ ଚାଷ ଦିଗରେ ଦୃଷ୍ଟି ଦେଇ ଜିଲ୍ଲlରେ ଆୟୋଜନ କରାଯାଉଥିବା ସମସ୍ତ କର୍ମଶାଳାରେ ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ନିର୍ଦେଶ ଦେଇଥିଲେ. ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ଜାତୀୟ ଖାଦ୍ୟ ସୁରକ୍ଷା ଓ ପୋଷଣ ମିଶନ, ଓଡିଶା ମିଲେଟ ମିଶନ, ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରାଷ୍ଟ୍ରୀୟ କୃଷିବିକାଶ ଯୋଜନା,ପି ଏମ କିଷାନ/ସି ଏମ କିଷାନ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଓ ଫସଲ ବୀମା ଯୋଜନା ଇତ୍ୟାଦି କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ଧ୍ୟାନ ଦେବା ସହିତ କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ ଲକ୍ଷ ଧାର୍ଯ୍ୟ ଥିବା ରିହାତିରେ ଗଭୀର ନଳକୂପ ଖନନ, ବିଭିନ୍ନ କୃଷି ଯାନ୍ତ୍ରିକ ଉପକରଣ ଏବଂ କୃଷି ଉଦ୍ୟୋଗ ବିକାଶ ପାଇଁ ଉଦିଷ୍ଟ ଥିବା ସୁବିଧା ସୁଯୋଗ ଆଦି ସମସ୍ତ କାର୍ଯ୍ୟକ୍ରମ ସମ୍ପୃକ୍ତ ବିଭାଗ ଗୁଡିକର ସମନ୍ୱୟରେ ତରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରତ୍ୟେକ ଚାଷୀ ଯେମିତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନରେ ଅନ୍ତର୍ଭୁକ୍ତ ହେବେ ସେଥିପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥି ସହିତ ବୈଠକ ରେ ୩୬ତମ କୃଷି ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା )ଯୋଜନା କାର୍ଯ୍ୟକ୍ରମ ଉପରେ ଉପସ୍ଥାପିତ କାର୍ଯ୍ୟ ଖସଡ଼ା ସମ୍ପର୍କ ରେ ସବିଶେଷ ଆଲୋଚନା କରାଯାଇ ୨୦୨୫-୨୬ ବର୍ଷର ଖରିଫ ଫସଲ କାର୍ଯ୍ୟକ୍ରମ ରେ ଚାଷୀମାନଙ୍କ କୃଷି ଭିତ୍ତିକ ଦକ୍ଷତା ବିକାଶ ପାଇଁ ପ୍ରସ୍ତାବିତ ଯୋଜନା ଅଟକଳ ଅନୁମୋଦନ ନିମନ୍ତେ ନିଷ୍ପତି ନିଆଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ କୃଷି ଅଧିକାରୀ ମଧୁସ୍ମିତା ଜେନା, ରମ୍ୟ ରଞ୍ଜନ ମହାନ୍ତ, ଅର୍ଚ୍ଚନା ବଳା ପରିଚାଳନା କରିଥିଲେ ଏବଂ ଶ୍ରୀ ରମାକାନ୍ତ ପାତ୍ର ,ଶ୍ରୀ ରାଜାରାମ ସାହୁ, ଶ୍ରୀ ତାପସ କୁମାର ସାହୁ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ପରିଶେଷରେ କୃଷି ଜିଲ୍ଲା ଅଧିକାରୀ, ବାରିପଦା ଧନ୍ୟବାଦ ଅର୍ପଣ କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ