।। ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ ।।

Dec 14, 2025 - 17:03
Dec 14, 2025 - 17:07
 0  23
।। ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ  ।।

ଝାରସୁଗୁଡ଼ା, ୧୪।୧୨ (ଫାଷ୍ଟ ନ୍ୟୁଜ ଓଡିଶା) ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଆଜି ବଣଭୋଜି ଅବସରରେ ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ କରାଯାଇଥିଲା।ତାଳପଟିଆ ର ଇବ ନଦୀ କୂଳରେ ଆଜିର ବଣଭୋଜି ରେ ପ୍ରେସ କ୍ଲବ ର ସଦସ୍ୟ ମାନେ ଯୋଗଦେଇ ପ୍ୟାରେଲଲ ଶ୍ରୀବାସ୍ତବ ଙ୍କୁ ଜିଲ୍ଲା ପ୍ରେସ କ୍ଲବ ର କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରିଥିଲେ।ଆଗାମୀ ଦିନରେ ପ୍ରେସ କ୍ଲବ ଅଧିକ ଶାଣିତ ଭାବେ ଲୋକଙ୍କ ସମସ୍ୟା କୁ ଉଜାଗର କରିବାକୁ ମତ ଦେଇଥିଲେ ବରିଷ୍ଠ ସାମ୍ବାଦିକ ମାନେ।ଏହି ଅବସରରେ ଅବସରପ୍ରାପ୍ତ ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଅଜୟ ଜେନାଙ୍କୁ ଜିଲ୍ଲା ପ୍ରେସ କ୍ଲବ ର ସଭାପତି ପ୍ରଶାନ୍ତ ମହାନ୍ତି ସମ୍ବର୍ଦ୍ଧିତ କରିଥିଲେ।ସମ୍ବର୍ଦ୍ଧନା ର ଉତ୍ତର ରେ ସାମ୍ବାଦିକ ଙ୍କ ସହ ଦୀର୍ଘ ଦିନ ର ସଂପର୍କ ଓ ଭଲ ପାଇବା କୁ ଭୂଲି ହେବ ନାହିଁ ବୋଲି ଶ୍ରୀ ଅଜୟ ଜେନାମତ ଦେଇ ଜିଲ୍ଲା ପ୍ରେସ କ୍ଲବ କୁ ଧନ୍ୟବାଦ ଦେଇଥିଲେ।ଆଜିର ବଣଭୋଜି ରେ ପ୍ୟାରେଲଲ ଶ୍ରୀବାସ୍ତବ, ପ୍ରୀତମ ପଣ୍ଡା, ବସନ୍ତ ଜେନା,ଭାରତ ପାତ୍ର, ସୁରେନ୍ଦ୍ର ବାରିକ, ସନ୍ତୋଷ ମହାପାତ୍ର, ଡ଼.କୀର୍ତ୍ତି ଚନ୍ଦ୍ର ବହିଦାର, ବିଜୟ ଦାସ,ଦେବୁନ ବକ୍ସି, ବାପି ଦଳାଇ, ଅନୀଲ ମହାରଣା, ସନତ ମିଶ୍ର, ଆଶିଷ ଅଗସ୍ତି, ଉମାକାନ୍ତ ପଣ୍ଡା, ସଞ୍ଜୟ ବାହୁବଳେନ୍ଦ୍ର ,ଜିତେନ୍ଦ୍ର ସାହୁ,ନିଲମ୍ବର ସାହୁ,ରବି ନାରାୟଣ ସାହୁ,ବାପି ବାବୁ ଓ ଅନ୍ୟ ସାମ୍ବାଦିକ ଯୋଗ ଦେଇଥିଲେ।

ଝାରସୁଗୁଡାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା)

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ