ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଗଣେଶ ପୂଜା ପାଳିତ

Aug 27, 2025 - 20:09
 0  26
ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଗଣେଶ ପୂଜା ପାଳିତ

ମାଲକାନଗିରି:୨୭/୨୫(ନାକା ରବି କୁମାର)ମାଲକାନଗିରି ଜିଲ୍ଲା ସଦର ସ୍ଥିତ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା କାର୍ଯ୍ୟାଳୟରେ ଆଜି ଧୁମଧାମରେ ବିଘ୍ନ ବିନାଶକ ଅଗ୍ରପୂଜ୍ୟ ପ୍ରଭୁ ଗଣେଶଙ୍କ ପୂଜା ବେସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଲଗାତର ଭାବେ ୫ ବର୍ଷ ଧରି ସଂଘ ପକ୍ଷରୁ ଏହି ପୂଜା ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ପୂଜା କାର୍ଯ୍ୟରେ ସଙ୍ଘ ସଭାପତି ଅଶୋକ ମିଶ୍ର କର୍ତ୍ତା ହୋଇ ହୋମ ଏବଂ ସମସ୍ତ ପୂଜା କାର୍ଯ୍ୟ ତୁଲାଇଥିଲେ। ରୀତିନୀତି ଅନୁଯାୟୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ବିଭିନ୍ନ ବ୍ଲକରୁ ବହୁ ସଦସ୍ୟ ମାନେ ପୂଜାରେ ଯୋଗ ଦେଇଥିଲେ। ସାମ୍ବାଦିକ ମାନଙ୍କ ବ୍ୟବହାର ହେଉଥିବା ସମସ୍ତ ଉପକରଣ ମଧ୍ୟ ପୂଜା କରାଯାଇଥିଲା। ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଅନ୍ନଭୋଗ ବ୍ୟବସ୍ତା କରାଯାଇଥିବା ବେଳେ ଆସନ୍ତା ୨୯ ତାରିଖ ଶୁକ୍ରବାର ମଧ୍ୟାହ୍ନ ସମୟରେ ସଙ୍ଘ ପକ୍ଷରୁ ଏହି ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ସଭାପତି ଶ୍ରୀ ମିଶ୍ର କହିଛନ୍ତି। ପୂଜା ସମୟରେ ସଙ୍ଘ ସମ୍ପାଦକ ଶ୍ରୀନିବାସ ପାତ୍ର, ଯୁଗ୍ମ ସମ୍ପାଦକ ଶିବଦତ୍ତ ସାହୁ, ଉପଦେଷ୍ଟା ରତ୍ନାକର ଦାସ, ରାହୁଲ ଗଲୋରୀ, ପ୍ରଦୀପ ମହାରଣା, ଚନ୍ଦ୍ରକାନ୍ତ ପଣ୍ଡା, ରାଜେଶ ବେପାରୀ, ସୁଧାଂଶୁ ଶେଖର ମହାନ୍ତି, ପଙ୍କଜ ଖରା, ବିଜନ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ