।। ଜାତୀୟ ରାଜପଥରେ ଅଟକିଲା ଆମ୍ବୁଲାନ୍ସ, ରୋଗୀକୁ ସ୍ଥାନାନ୍ତର ବେଳେ ଖରାପ ହେଲା ଗାଡି l।

Mar 23, 2023 - 23:47
 0  44
।। ଜାତୀୟ ରାଜପଥରେ ଅଟକିଲା ଆମ୍ବୁଲାନ୍ସ, ରୋଗୀକୁ ସ୍ଥାନାନ୍ତର ବେଳେ ଖରାପ ହେଲା ଗାଡି l।

ଏହିଭଳି ଘଟଣା କୋରାପୁଟ ନାରାୟଣ ପାଟଣା ପଟାମୁଣ୍ଡାଇ ଗାଁ ରାଜ୍ୟ ରାଜପଥ ନିକଟରେ ଦେଖିବାକୁ ମିଳିଛି । ଲୋକଙ୍କ କହିବା କଥା ସୂତ୍ରରୁ ଜଣାପଡ଼ିଛି କି ଲକ୍ଷ୍ମୀପୁର ଅଞ୍ଚଳରୁ ମଧ୍ୟ ରାତ୍ରରେ ରୋଗୀକୁ କୋରାପୁଟ ସ୍ଥାନାନ୍ତର କରି ଫେରିବା ସମୟରେ ଏଭଳି ଘଟଣା ଘଟିଥାଇ ପାରେ । କାରଣ ଗାଡ଼ିଟି ସମ୍ପୂର୍ଣ୍ଣ ଖରାପ ହୋଇଛି ।ଷ୍ଟାର୍ଟ ସହ ପଙ୍କଚର ଥିବାରୁ କର୍ମଚାରୀ ଏଇଠି ରଖି ପଳେଇଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ କୌଣସି ଆମ୍ବୁଲାନ୍ସ କର୍ମଚାରୀ ନଥିବା ସୂଚନା ମିଳିପାରିନାହିଁ । ତେବେ ଗାଡ଼ିର ପଛ ଚକା ପଙ୍କଚର ଥିବା ଦେଖିବାକୁ ମିଳିଛି । ତେବେ ଏଠି ପ୍ରଶ୍ନ ଉଠିଛି ଦୀର୍ଘ ସମୟ ଧରି ଅଟକି ରହିଥିଲେ ବି ମରାମତି ହେଇନି କାହିଁକି? ଆମ୍ବୁଲାନ୍ସ କର୍ତ୍ତୃପକ୍ଷଙ୍କ ଅବହେଳା କଣ ପାଇଁ? ଏସବୁକୁ ନେଇ ନାନା ପ୍ରଶ୍ନ ସୃଷ୍ଟି କରିଛି ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ