ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଏଚ ପି ଭି କର୍କଟ ଟୀକାକରଣ ଅଭିଯାନର ଶୁଭାରମ୍ଭ
ନବରଙ୍ଗପୁର ତା ୧.୩.୨୦୨୬: ସାରା ଦେଶରେ ଜରାୟୁ ଗ୍ରୀବା କର୍କଟ ରୋଗ ରୋକିବା ପାଇଁ ବ୍ୟାପକ ଓ ଅଭିନବ ପଦକ୍ଷେପ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଜସ୍ବସି ପ୍ରଧାନମନ୍ତ୍ରୀ ଗତ ୨୮.୦୨.୨୦୨୬ ରେ ନିଶୁଳ ରେ ଏହି ଟୀକା କରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି। ସେଭଳି ସାରା ରାଜ୍ୟରେ ଗତ ତା.୧.୦୩.୨୦୨୬ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଟିକା କରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଅଛନ୍ତି । ଏହି ଦିନ ନବରଙ୍ଗପୁର ଜିଲ୍ଲା ସ୍ଥିତ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଏଚ ପି ଭି ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏଚ ପି ଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଅଛନ୍ତି। ଏହି ଟୀକା କରଣ ଶୁଭାରମ୍ଭ କାର୍ଯ୍ୟକ୍ରମ ସଭାରେ ଜିଲ୍ଲାପାଳ ଡ଼. ମହେଶ୍ବର ସ୍ୱାଇଁ, ଏ. ଡି. ପି. ଏଚ. ଓ. (ଏଫ୍ ଡ଼ବ୍ଲୁ) ଡ. ମଳୟ ତ୍ରିପାଠୀ ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ମେଡିକାଲ ଅଧିକାରୀ ଡ଼. ପ୍ରିୟ ରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତ ରେ ନବରଙ୍ଗପୁର ଜିଲ୍ଲାର ପ୍ରଥମ ଏଚ ପି ଭି ଟୀକା ପ୍ରିୟାନଶୀ ରଥ ଙ୍କୁ ଦିଆ ଯାଇଥିଲା। ଟୀକାଟିକୁ ଝିଅ ଙ୍କ ମାତା ବାଣିଶ୍ରୀ ପଣ୍ଡା ଯେ କି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଏହି ଟୀକା କୁ ପ୍ରଦାନ କରିଥିଲେ। ଏହି ଟୀକା କୁ ନେଇ ସାମାଜିକ ଗଣ ମାଧ୍ୟମରେ ବିଭ୍ରାନ୍ତି କରଣ ଭିଡିଓ ଆସୁଥିଲା। କିନ୍ତୁ ସ୍ୱାସ୍ଥ୍ୟ କର୍ମୀ ଜଣକ ଏହି ସବୁ ବିଭ୍ରାନ୍ତିକରଣ ବାର୍ତା କୁ ଖାତିରି ନକରି ନିଜ ଝିଅ କୁ ନବରଙ୍ଗପୁର ଜିଲ୍ଲା ର ଟୀକା କରଣ କାର୍ଯ୍ୟକ୍ରମ ରେ ସାମିଲ କରାଇ ପ୍ରଥମ ଟୀକା ପ୍ରଦାନ କରିଥିଲେ। ସ୍ୱାସ୍ଥ୍ୟ କର୍ମୀଙ୍କ କହିବା କଥା କେନ୍ଦ୍ର ଓ ରାଜ୍ୟ ସରକାର ସମଗ୍ର ଦେଶ ବାସୀଙ୍କ ହିତକୁ ଧ୍ୟାନ ଦେଇ ସମସ୍ତ ଙ୍କୁ ଏହି ଟୀକା ନିଶୁଳ ରେ ପ୍ରଦାନ କରୁଛନ୍ତି, ଏଣୁ ସମସ୍ତ ଅଭିଭାବକ ମଧ୍ୟ ନିର୍ଭୟରେ ବିଭ୍ରାନ୍ତିକରଣ ବାର୍ତା କୁ ଖାତିରି ନ କରି ନିଜ ନିଜ ସାନ୍ତ୍ୱନା ମାନଙ୍କୁ ଏହି ଟୀକା ଦେବା ପାଇଁ ବାର୍ତା ଦେଇଛନ୍ତି। ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୋଟ ୧୪ ଜଣ ଝିଅ (୧୪ ରୁ ୧୫ ବର୍ଷ ବୟସ୍କ ) ମାନଙ୍କୁ ଏଚ ପି ଭି ଟୀକା ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାର ସର୍ବମୋଟ ୧୨୩୭୫ ଜଣ ଝିଅ (୧୪ ରୁ ୧୫ ବର୍ଷ) ଙ୍କୁ ନିଶୁଳ ରେ ଆଗାମୀ ୩ ମାସ ମଧ୍ୟରେ ଏଚ ପି ଭି ଟୀକାକରଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି। ଯେଉଁ କିଶୋରୀ ବାଳିକା ୧.୩.୨୦୧୧ ରୁ ୧.୬.୨୦୧୨ ମଧ୍ୟରେ ଜନ୍ମ ଗ୍ରହଣ କରିଥିବେ ଏବଂ ଯେଉଁମାନଙ୍କୁ ୧୪ ବର୍ଷ ପୁରିଛି କିନ୍ତୁ ୧୫ ବର୍ଷ ପୁରି ନାହିଁ ସେମାନେ ଏହି ଟୀକାକରଣ ରେ ସାମିଲ ହୋଇପାରିବେ। ଜିଲ୍ଲାର ୧୦ ଟି ବ୍ଲକର ୩୦ ଟି ସରକାରୀ ସ୍ଵାସ୍ଥ୍ୟ ସଂସ୍ଥା ୧୮ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର,୧୦ ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର,୧ଟି ଉପଖଣ୍ଡ ଚିକିତ୍ସାଳୟ ଏବଂ ୧ ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଝିଅ ମାନଙ୍କୁ ଏହି ଟୀକା ଦିଆଯିବ। ଜରାୟୁ ଗ୍ରିବା କର୍କଟ ରୋଗର ମୁଖ୍ୟ କାରଣ ସାଜୁଥିବା ହ୍ୟୁମାନ ପାପିଲୋମା ଭାଇରସ ସଂକ୍ରମଣରୁ ଏହି ଏଚ ପି ଭି ଟୀକା ସୁରକ୍ଷା ଦେବ। ଜିଲ୍ଲାପାଳ ଏହି ଟୀକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଯେଭଳି ସାଧିତ ହେବ ଏବଂ ବିଦ୍ୟାଳୟ ଯାଉଥିବା ସମସ୍ତ ଯୋଗ୍ୟ ବାଳିକା ହିତାଧିକାରୀଙ୍କୁ ଏଚ ପି ଭି ଟୀକା ଦିଆଯିବ ତା ଉପରେ ବିଶେଷ ପ୍ରଚାର ପ୍ରସାର ସହ ଡି. ଇ. ଓ. ,ଡି. ଡ଼ବ୍ଲୁ. ଓ. , ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ବାସ୍ଥ୍ୟକର୍ମୀ ଦାୟିତ୍ଵ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଦେଶବ୍ୟାପୀ ଏଚ ପି ଭି ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀ ଙ୍କ ଯୁଗାନ୍ତକାରୀ ପଦକ୍ଷେପ କୁ ପ୍ରଶଂସା କରି ନବରଙ୍ଗପୁର ଜିଲ୍ଲାର ସମସ୍ତ ଯୋଗ୍ୟ କିଶୋରୀ ବାଳିକା ମାନଙ୍କୁ ଭବିଷ୍ୟତରେ ଜରାୟୁ ଗ୍ରିବା କର୍କଟ ରୋଗରୁ ରକ୍ଷା କରିବାକୁ ଏହାର ଶତ ପ୍ରତିଶତ ଟୀକାକରଣ ଉପରେ ଗୁରୁତ୍ବ ଦେଲେ। ଏ ଡି ପି ଏଚ ଓ ଡ ତ୍ରିପାଠୀ ଏଚ ପି ଭି ଟୀକାକରଣ ଅଭିଯାନର ଉଦ୍ଦେଶ୍ୟ ଓ ସ୍ଵାସ୍ଥ୍ୟ ବିଭାଗ ର ପ୍ରସ୍ତୁତି ଉପରେ କହିଥିଲେ। ଡି ପି ଏମ (ଏନ୍ ଏଚ ଏମ) ଶଙ୍କର ଆଚାର୍ଯ୍ୟ ସଭା ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମରେ ଡି ଡବ୍ଲୁ ଓ ରବୀନ୍ଦ୍ର ପାଲକା , ଡି ଆଇ ପି ଆର୍ ଓ ମନୋଜ ବେହେରା, ଏ ଡି ଡ ବ୍ଲୁ ଓ ଭରତ ଚନ୍ଦ୍ର ସାହୁ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମହିଳା ଆରୋଗ୍ୟ ସମିତି ସଭ୍ୟ, ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0