୩ ଦିନିଆ ମାଦଳ ମହୁରୀ ଉତ୍ସବ - ୨୦୨୬ ଉଦଘାଟିତ
ବାରିପଦା - ତା :- ୦୮/୦୪/୨୦୨୬ ରିଖ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦୁର୍ଯ୍ୟ - ସରସ୍ବତୀ ସାଂସ୍କୃତିକ ପରିଷଦ ଓ ସୌଖିନ କଳାକାର କ୍ଲବ ଆନୁକୂଲ୍ୟରେ ଆୟୋଜିତ ୩ ଦିନିଆ ମାଦଳ ମହୁରୀ ଉତ୍ସବ - ୨୦୨୬ ଉଦଘାଟିତ ହୋଇଯାଇଛି I ପରିଷଦର ମୁଖ୍ୟ ସଂଯୋଜକ କ୍ଷୀରୋଦ ବିହାରୀ ସିଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅତିଥି ଭାବେ ଯୋଗଦେଇ ଆମ ଜିଲ୍ଲାର ଦୁଇ ବରପୁତ୍ର ଇ. ଅଶୋକ ବସା ଓ ଶିକ୍ଷାବିତ କିଶୋର କୁମାର ବସା, ଶିକ୍ଷାବିତ ପ୍ରୋ ମୋହିତ କୁମାର ଷଡ଼ଙ୍ଗୀ, ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଉତ୍ସବର ସଫଳତା କାମନା କରିବା ସହ ଏହି ଉତ୍ସବରେ ମଞ୍ଚସ୍ଥ ହେଉଥିବା ନାଟକରେ ଯୁବ କଳାକାର ଓ ନିର୍ଦ୍ଦେଶକଙ୍କୁ ସୁଯୋଗ ଦେଇଥିବାରୁ ଆୟୋଜକଙ୍କୁ ପ୍ରଶଂସା କରିଥିଲେ I ଏହି ଅବସରରେ ଉପସ୍ଥିତ ଅତିଥିଙ୍କୁ ତାଙ୍କର ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା I ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିଲେ I ପ୍ରଥମ ସନ୍ଧ୍ୟାରେ ନାଟ୍ୟକାର କ୍ଷୀରୋଦ ବିହାରୀ ସିଟଙ୍କ ରଚିତ ଦୁଇଟି ମନୋରଞ୍ଜନ ଧର୍ମୀ ନାଟକ ମଞ୍ଚସ୍ଥ ହୋଇଥିଲା I ଗୁହିରାମ ଜେନାଙ୍କ ନିର୍ଦ୍ଦେଶିତ "ମହା ବିଭ୍ରାଟ" ନାଟକରେ ପ୍ରସନ୍ନ କୁମାର ମହାନ୍ତି, ସରୋଜ କୁମାର ଶତପଥି, ଘନଶ୍ୟାମ କର, ହିମାଂଶୁ ସାହୁ, ଜ୍ୟୋତିର୍ଜୀଵ ସେଠି ଓ କାର୍ତ୍ତିକ ଚନ୍ଦ୍ର ବେହେରା ଅଭିନୟ କରିଥିବା ବେଳେ ଲଭରଜିତ ସାହୁ ମଞ୍ଚ ଓ ଧରମଜିତ ମହାପାତ୍ର ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ I ଧନଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ "ରାଜଧାନୀରେ କରୋନା ଠକ" ନାଟକରେ ଧନଞ୍ଜୟ, ପ୍ରେମଦୀପ, ଅବିନାଶ, ସିଦ୍ଧାର୍ଥ, ଜ୍ୟୋତିଶଙ୍କର ଓ କାକୋଳି ଅଭିନୟ କରିଥିଲେ I ଚିନ୍ମୟ ଶେଜପଡା ଓଡିଶୀ ନୃତ୍ୟ, ସରନ୍ୟା ସାହୁ, ମୋନାଲିସା ସେଠି ଓ ଆଦ୍ୟାଶା ଗଜେନ୍ଦ୍ର ମହାପାତ୍ରଙ୍କ ସଂଗୀତ ତଥା ନଂ - ୧ ଡ୍ୟାନ୍ସ ଏକାଡେମୀର କୁନି କଳାକାରଙ୍କ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0