ଜାତୀୟ କବି ବାଞ୍ଛା ନିଧି ଦାସ ଙ୍କ ୧୦୧ତମ ଜନ୍ମ ଜୟନ୍ତି ପାଳିତ

Aug 25, 2024 - 09:07
 0  64
ଜାତୀୟ କବି ବାଞ୍ଛା ନିଧି ଦାସ ଙ୍କ ୧୦୧ତମ ଜନ୍ମ ଜୟନ୍ତି ପାଳିତ

ବରୀ,ଜାତୀୟ କବି ତଥା ସ୍ୱାଧୀନତା ସଂଗ୍ରାମୀ ବାଞ୍ଛା ନିଧି ଦାସ ଙ୍କ ୧୯୧ତମ ଜନ୍ମ ଜୟନ୍ତୀ ସନ୍ଥନ ମହାବିଦ୍ୟାଳୟ ପରିସରରେ ବରୀ ପୂଜ୍ୟ ପୂଜା ପରିଷଦ ପକ୍ଷରୁ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ଆବାହକ ତଥା ସମାଜ ସେବୀ ସତ୍ୟ ରଞ୍ଜନ କର ସଭାପତିତ୍ୱ କରିଥିବାବେଳେ ଲକ୍ଷ୍ମୀ ନାରାୟଣ ଦାଶ ଅତିଥି ପରିଚୟ ଓ ମହାବିଦ୍ୟାଳୟ ର ଅଧକ୍ଷ ବିଜୟ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଯୋଗଦେଇ "ଚାରି ଦିନ ଭୋକିଲା ପେଟେ ତାର ନାହିଁ ଦାନା ଆଖି ମୁହଁ ଶୁଖିଲା ”କବି ବାଞ୍ଛା ନିଧି ଦାସ ଙ୍କ କବିତାଟି ଆଜିବି ଶୁଣିଲେ ସମସ୍ତ ଙ୍କ ର ମନ ଆନ୍ଦୋଳିତ ହୋଇ ଥାଏ. ସେ କେବଳ ବରୀ ମାଟି ପାଇଁ ନୁହେଁ ତାଙ୍କର ତ୍ୟାଗ, ଆଦର୍ଶ ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କ କବିତାର ଭୂମିକା ସବୁଦିନ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ଯାଜପୁର ଜିଲ୍ଲା ଲେଖକ ସମ୍ମିଳନୀର ସଭାପତି ରୁଦ୍ର ନାରାୟଣ ପୃଷ୍ଟି ଯୋଗଦେଇ ଜାତୀୟ କବି ବାଞ୍ଛା ନିଧି ଦାସ ଙ୍କ କାର୍ଯ୍ୟଧାରା,ଜୀବନ ବ୍ୟାପି ସାଧନା ଓ କବିତା ଛଳରେ ଜନମାନସକୁ ଦିଗଦର୍ଶନ ଦେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ର ଅବସରରେ ପ୍ରାପ୍ତ ଅଧ୍ୟାପକ ତଥା ସାହିତ୍ୟିକ ମନରଞ୍ଜନ ମହାନ୍ତି,ଡ଼କ୍ଟର ରାଜ କିଶୋର ପଣ୍ଡା, ଗିରିଶ ବିହାରୀ ମିଶ୍ର, ପ୍ରଭାସ ଦାସ, ମକର ଚନ୍ଦ୍ର ଘଡ଼ାଇ, ଗୁନ ଚରଣ ନାୟକ, କବି କୁମାର ସରୋଜ, ଦୁର୍ଗା ମାଧବ ଦାସ, ପ୍ରଶାନ୍ତ ସାହୁ,ଆଡ଼ ଭୋକେଟ ଭବାନୀ ପଣ୍ଡା, ବନ୍ଦନା ସାମଲ, ସବିତା ନାୟକ ଓମ ପ୍ରକାଶ ମହାନ୍ତି, ଅଜୟ ରଥ, ପ୍ରଶାନ୍ତ ପଡିଆରୀ ଓ ବରୀ ଅଂଚଳର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସୁଚାର ରୂପେ ସମ୍ପାଦିତ ହୋଇଥୁବାରୁ ନବ ଭାରତୀ ବିଦ୍ୟା ଭବନ ର ପ୍ରଧାନ ଶିକ୍ଷକ ଗିରିଶ ବିହାରୀ ମିଶ୍ର ସମସ୍ତ କୁଂ ଧନ୍ୟବାଦ ଅର୍ପଣ କରିଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ