ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳିତ

Jan 24, 2025 - 20:05
 0  8
ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳିତ

ନୂଆପଡା : ଅଦ୍ୟ ତା ୨୪/୦୧/୨୦୨୫ରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂଆପଡାଠାରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଅଛି l ଏହି ଅବସରରେ ଗୋଟିଏ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡ଼ିକାଲ ଅଫିସର ଡାକ୍ତର ସ୍ୱରୂପ କୁମାର ଦାସ ବିଭିନ୍ନ ନର୍ସିଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ ଆରମ୍ଭ କରିଥିଲେ l ଏହି ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ବାହାରି ଏକତା ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ, ଷ୍ଟେଟ ବ୍ୟାଙ୍କ ଛକ, ଶିଶୁ ପ୍ରମୋଦ ଉଦ୍ୟାନ ଛକ ଦେଇ ଜିଲ୍ଲା ଚିକିତ୍ସାଳୟଠାରେ ପହଞ୍ଚିଥିଲା l ସଭାକାର୍ଯ୍ୟ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଡାକ୍ତର ସ୍ୱରୂପ କୁମାର ଦାସ, ଆଶା ମ୍ୟାନେଜର କ୍ଷୀରୋଦ ପଣ୍ଡା, ସେବିକାତତ୍ୱା ବଧାରିକା ବି . କେରକେଟା, ସୁଶିଲା ଦେବୀ ନର୍ସିଂ କଲେଜ ଓ ଜଗନ୍ନାଥ ନର୍ସିଂ କଲେଜର ଶିକ୍ଷକବୃନ୍ଦ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ l ଏଥିରେ ନାରୀ ସଶକ୍ତିକରଣ, ନାରୀ ସ୍ୱାବଲମ୍ବୀ, ନାରୀ ଶିକ୍ଷା, କନ୍ୟାଭ୍ରୁଣ ହତ୍ୟାକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆଦି ଉପରେ ଆଲୋକପାତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବିଶେଷଭାବରେ ସହଯୋଗ କରିଥିଲେ, ଜିଲ୍ଲା ମହାମାରୀ ବିଶେଷଜ୍ଞ ଡାକ୍ତର ଜଗତବନ୍ଧୁ ମହାପାତ୍ର l ଏହି ସମସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ