ଜର୍ଜିଆଡି ୭-ଏ ସାଇଡ୍ ରଗବୀ ଟୁର୍ଣ୍ଣାମେଣ୍ଟରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟ୍ସ ଏକାଡେମୀର ଐତିହାସିକ ବିଜୟ
ବାରିପଦା - ତା :-୨୩/୦୮/୨୬ ରିଖ କୋଲକାତା କ୍ରିକେଟ୍ ଆଣ୍ଡ୍ କୁଟବଲ୍ କ୍ଲବ୍, କୋଲକାତା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଷ୍ଠିତ ଜର୍ଜିଆଡି ୭-ଏ-ସାଇଡ୍ ରଗବୀ ଟୁର୍ଣ୍ଣାମେଣ୍ଟରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟ୍ସ ଏକାଡେମୀର ମହିଳା ରଗବୀ ଦଳ ଜବରଦସ୍ତ ପ୍ରଦର୍ଶନ କରି କ୍ରମାଗତ ଦ୍ଵିତୀୟ ଥର ଚମ୍ପିୟାନ ହୋଇ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ପୁରା ଟୁର୍ଣ୍ଣାମେଣ୍ଟରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଫାଇନାଲ ମ୍ୟାଚରେ ପଶ୍ଚିମବଙ୍ଗର ସରସ୍ବତୀପୁର ଦଳକୁ ୩୩-୦୦ ସ୍କୋରରେ ପରାସ୍ତ କରି ଚମ୍ପିୟାନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ଦଳରେ ରଜନୀ ଶବର, ସୋନୀ ମାଡାଙ୍ଗୀ, ପାର୍ବତୀ କିସ୍କୁ, ପୁନମ ସିଂହ, ମାଲିନ ସୋଏ, ସୁନିତା ହାଁସଦା, ହିସୀ ଟୁଡୁ, ନମିତା ହେମ୍ବ୍ରମ, ଅମିଶାରାଣୀ ମାଝୀ, ମାହି ସୋରେନ, କନିକା ଟୁଡୁ, ମାମୁନି ହେମ୍ବ୍ରମଙ୍କ ସମେତ କୋଚ ଅଜିତ ହାଁସଦା, ଅଶୋକ ହାଁସଦା ଓ ଚନ୍ଦନ ସିଂ ଏବଂ ମ୍ୟାନେଜର ଫୁଲମଣୀ ପାଲେୟା ସାମିଲ ଥିଲେ I ଖେଳାଳିମାନଙ୍କର କଠିନ ପରିଶ୍ରମ ଓ ସମର୍ପଣ ଏବଂ ଗୌରବମୟ ବିଜୟ ପାଇଁ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ମୟୂରଭଞ୍ଜ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ, ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ଏବଂ କୋଚ୍ ଚନ୍ଦନ ସିଂ ଓ ଅଜିତ କୁମାର ହାଁସଦା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରଗବୀ ସଙ୍ଘ, ଓଡ଼ିଶା ରଗବୀ ସଂଘ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଏଭଳି ସୁଯୋଗ ପ୍ରଦାନ ପାଇଁ ଏକାଡେମୀର ସମସ୍ତ ଖେଳାଳୀ ଓ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ କୃତଜ୍ଞତା ଜ୍ଞାପନ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0