ଏକଲବ୍ୟ ବିଦ୍ୟାଳୟରେ ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ, ବାରିପଦା ଶାଖା ଆନୁକୂଲ୍ୟରେ ସଚେତନା ଶିବିର

Aug 23, 2026 - 20:42
 0  5
ଏକଲବ୍ୟ ବିଦ୍ୟାଳୟରେ ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ, ବାରିପଦା ଶାଖା ଆନୁକୂଲ୍ୟରେ ସଚେତନା ଶିବିର

ବାରିପଦା - ତା :-୨୩/୦୮/୨୬ ରିଖ ବାରିପଦା ନିକଟସ୍ଥ କୁଳିଅଣା ବ୍ଲକ ଅନ୍ତର୍ଗତ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ସିଟିଜେନ୍ସ ହ୍ୟୁମାନ ରାଇଟସ କ୍ଲିନିକ, ବାରିପଦା ଶାଖା ଦ୍ୱାରା ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ଅଧ୍ୟକ୍ଷ ଗୌରୀଶଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ଶିବିରରେ ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ, ଓଡିଶାର କାର୍ଯ୍ୟଜାରୀ ସଚିବ ଓ ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ, ବାରିପଦା ଶାଖାର ସଭାପତି ସ୍ୱରୂପ କୁମାର ବଶାଙ୍କ ସମେତ ଦେବାଶିଷ ଦାସ, ଦିଲ୍ଲୀପ କୁମାର ଦାସ ଶର୍ମା, କନିକା ବୋଷ, ମୂର୍ଚ୍ଛନା ଦାସ ପଟ୍ଟନାୟକ, ନମିତା ସେଠି, ଜଗନ୍ନାଥ ମିଶ୍ର, ଗୋକୁଳ ଚନ୍ଦ୍ର ଦାସ, ବିବେକାନନ୍ଦ ପାତ୍ର ଓ ସୁରେଶ ମହାନ୍ତି ପ୍ରମୁଖ ଯୋଗଦେଇ ନାଗରିକର ମୌଳିକ ଅଧିକାର, ଏହାର ସୁରକ୍ଷା ଓ ନାଗରିକର ମୌଳିକ ଜର୍ତ୍ତବ୍ୟ, ବଜ୍ରପାତ ଜନିତ ଅଘଟଣର ପ୍ରାରମ୍ଭିକ ଵିଧି ଓ ସୁରକ୍ଷାର ପଦ୍ଧତି, ସଡକ ସୁରକ୍ଷା, ମୋବାଇଲ ଫୋନର ଅନୁପଯୁକ୍ତ ବ୍ୟବହାରତା, ପଲିଥିନ ବ୍ୟାଗ ମୁକ୍ତ ସମାଜ, ଯାତାୟତ କରିବାର ଵିଧି, ଜଳର ଅପଚୟତା, ଆବଶ୍ୟଜ ଅନୁଯାଇ ବ୍ୟବହାର ଓ ଭୁତଳ ଜଳ ଭବିଷ୍ୟତ ପାଇଁ ସଂରକ୍ଷିତ ରଖିବାର ଉପାଦେୟତା, ସର୍ପ ଦଂଶନର ପ୍ରାରମ୍ଭିକ ଵିଧି ଓ ସୁରକ୍ଷା, ହସ ମାଧ୍ୟମରେ ଶରୀରର ବିକାଶ, ଛାତ୍ରଛାତ୍ରୀ ମାନଙ୍କର ମାନସିକ ବିକାଶ, ସ୍ୱଚ୍ଛତା, ପIଠ ପଢ଼ିବାର କୌଶଳ ଓ ଗୋଷ୍ଠୀ ମାଧ୍ୟମରେ ଆଲୋଚନା କରିବାର ଉପକାରିତା, ସୁନ୍ଦର ସ୍ୱାସ୍ଥ୍ୟ ପାଈଁ ଉତ୍ତମ ଖାଦ୍ୟର ଆବଶ୍ୟକତା ଓ ସ୍ୱଳ୍ପ ସଂଚୟ କରିବIର ଅଭ୍ୟାସ ଉପରେ ଆଲୋକପାତ କରିଥିଲେ I ଶେଷରେ ବିଦ୍ୟାଳୟ ତରଫରୁ ପଦ୍ମାବତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ବୃକ୍ଷ୍ୟ ରୋପଣ କରାଯାଇଥିଲା I ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ ତରଫରୁ ଶ୍ରୀ ବଶା ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ/ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ମାନଙ୍କର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ସହନଶୀଳତା ଓ ନିୟମାବର୍ତ୍ତିତIର ପ୍ରଶଂସା କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ