ଛାତ୍ରଙ୍କ ହାତତିଆରି ମୂର୍ତ୍ତି ପୂଜାପାଇବେ ପି ସି ପୁର ବିଦ୍ୟାଳୟରେ

Aug 25, 2025 - 20:25
 0  4
ଛାତ୍ରଙ୍କ ହାତତିଆରି ମୂର୍ତ୍ତି ପୂଜାପାଇବେ ପି ସି ପୁର ବିଦ୍ୟାଳୟରେ

ବାରିପଦା - ତା :- ୨୫/୦୮/୨୦୨୫ ରିଖ ପ୍ରାୟ ସମସ୍ତ ବିଦ୍ୟାଳୟରେ ବଜାରରୁ କିଣାଯାଇଥିବା ମୂର୍ତ୍ତି ପୂଜା ପାଇଥାନ୍ତି I ମାତ୍ର ଗତ କିଛିବର୍ଷ ଧରି ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଭୟ ଗଣେଶ ଓ ସରସ୍ବତୀ ପୂଜାରେ ଛାତ୍ରଙ୍କ ହାତତିଆରି ମୂର୍ତ୍ତି ପୂଜା ପାଇଆସୁଛନ୍ତି I ୭ ବର୍ଷ ତଳେ ପ୍ରଥମେ ଆଦିତ୍ୟ ହାଁସଦାଙ୍କ ଭିତରେ ଚିତ୍ର ଓ ମାଟିରେ ଖେଳନା ତିଆରି କରିବାର ପ୍ରତିଭାକୁ ଲକ୍ଷ୍ୟକରିଥିଲେ ତତ୍କାଳୀନ ପ୍ରଧାନ ଶିକ୍ଷକ ସୋମନାଥ ସିଂହ I ପରବର୍ତ୍ତୀ ସମୟରେ କଳା ଶିକ୍ଷକ ମହେଶ୍ୱର ମାର୍ଣ୍ଡିଙ୍କ ଦିଗଦର୍ଶନରେ ଆଦିତ୍ୟଙ୍କ ହାତତିଆରି ଗଣେଶ ଓ ସରସ୍ବତୀ ମୂର୍ତ୍ତି ବିଦ୍ୟାଳୟରେ ପୂଜା ପାଇଥିଲେ I ପରେ ଆଦିତ୍ୟଙ୍କୁ ସାହାଯ୍ୟ କରୁଥିବା ଆଶିଷ ବିଶ୍ୱାଳଙ୍କ ହାତତିଆରି ମୂର୍ତ୍ତି ଏବଂ ଗତବର୍ଷ ଠାରୁ ଦେବାଶିଷ ଗିରିଙ୍କ ତିଆରି ମୂର୍ତ୍ତି ପୂଜା ପାଇଆସୁଛନ୍ତି I ପିଲାମାନଙ୍କ ମଧ୍ୟରେ ଅନେକ ପ୍ରତିଭା ରହିଛି ହେଲେ ଠିକ ସମୟରେ ପରଖି ତାର ବିକାଶ ପାଇଁ ଉପଯୁକ୍ତ ପଦକ୍ଷେପ ନେଲେ ତାହା ଲୋକଲୋଚନକୁ ଆସିପାରିବ ବୋଲି ବର୍ତ୍ତମାନର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ଏହି ବିଦ୍ୟାଳୟ ତଥା ଛାତ୍ରାବାସର ଶିକ୍ଷକ / ଶିକ୍ଷୟତ୍ରୀ, ୱାର୍ଡେନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ନୃତ୍ୟ, ଡ୍ରାମା, ଯୋଗ, ଜିମନାଷ୍ଟିକ ଓ ଖେଳାକୁଦରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ପ୍ରତିଭାର ପରିଚୟ ଦେଇ ବିଦ୍ୟାଳୟ ପାଇଁ ସୁନାମ ଆଣିପାରିଛନ୍ତି I ଗୌର ଦାସ ଗିରିଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ