ଚିକିତ୍ସା ପାଇଁ ଆସି ବୃଦ୍ଧ ନିଖୋଜ ଥିଲେ: ୧୨ ଦିନ ପରେ ନଦୀରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

Nov 12, 2025 - 20:21
 0  5
ଚିକିତ୍ସା ପାଇଁ ଆସି ବୃଦ୍ଧ ନିଖୋଜ ଥିଲେ: ୧୨ ଦିନ ପରେ ନଦୀରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ପଞ୍ଚାୟତର ତରାପିଡ଼ା ଗ୍ରାମର ୬୭ ବର୍ଷୀୟ ବୃଦ୍ଧ ଦିବାକର ଦିଗାଳ ନିଖୋଜ ହେବାର ୧୨ ଦିନ ପରେ ନିକଟସ୍ଥ ଖଡ଼ଗ ନଦୀରୁ ଗଳିତ ଶବ ଉଦ୍ଧାର ହୋଇଛି। ସୂଚନା ପ୍ରକାରେ ଅକଟୋବର ୨୯ ତାରିଖ ଦିନ ବାଲିଗୁଡ଼ା ସ୍ଥିତ ଘରୋଇ ଦାଶ ଚକ୍ଷୁ ଚିକିତ୍ସାଳୟକୁ ଦିବାକର ଚିକିତ୍ସା ପାଇଁ ଆସିଥିଲେ । ଚିକିତ୍ସା ପରେ ମଧ୍ୟାହ୍ନ ଭୋଜନ ଖାଇ କେଉଁଆଡ଼େ ଚାଲିଯାଇଥିଲେ । ଏନେଇ ଡାକ୍ତରଖାନା ପକ୍ଷରୁ ଦିବାକରଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା, କିନ୍ତୁ ଦିବାକରଙ୍କ କୌଣସି ସନ୍ଧାନ ମିଳିନଥିଲା । ପରିବାର ପକ୍ଷରୁ ସାରେଙ୍ଗଡ଼ ଥାନାରେ ଏବଂ ଦାଶ ହସ୍ପିଟାଲ ପକ୍ଷରୁ ବାଲିଗୁଡ଼ା ଥାନାରେ ପୃଥକ ପୃଥକ ଦୁଇଟି ଏତଲା ଦିଆଯାଇଥିଲା । ଏତଲା କୁ ଭିର୍ତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମଙ୍ଗଳବାର ଦିନ ବାଲିଗୁଡ଼ା ଦଣ୍ଡପଦର ନିକଟସ୍ଥ ଖଡ଼ଗ ନଦୀରେ ଏକ ଶବ ଭାସୁଥିବା ନେଇ ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ମିଳିବା ପରେ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ଚିହ୍ନଟ ହୋଇଥିଲା । ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା ପୋଲିସ୍ । ଏଯାବତ୍ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ,ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ