।। ଚାକିରୀ କରାଇଦେବା ନାମରେ ଠକେଇ ଅଭିଯୋଗ ରେ ୯ ଜଣ ଅଭିଯୁକ୍ତକୁ ଗିରଫ ।।

Dec 5, 2024 - 00:33
 0  25
।। ଚାକିରୀ କରାଇଦେବା ନାମରେ ଠକେଇ ଅଭିଯୋଗ ରେ ୯ ଜଣ ଅଭିଯୁକ୍ତକୁ ଗିରଫ ।।

ବ୍ରହ୍ମପୁର, ୦୪/୧୨/୨୦୨୪:(ଫାଷ୍ଟ ନ୍ୟୁଜ ଓଡ଼ିଶା ) ଚାକିରୀ କରାଇଦେବା ନାମରେ ଠକେଇ ଅଭିଯୋଗ ରେ ଆଜି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ୯ ଜଣ ଅଭିଯୁକ୍ତକୁ ଗିରଫ କରିଛି।ଅଭିଯୁକ୍ତ ମାନେ ସରକାରୀ ଚାକିରୀ କରାଇଦେବା ନାମରେ ଠକେଇ କରୁଥିବା ଅଭିଯୋଗ ହୋଇଛି।ଅଭିଯୋଗକାରୀ ସନ୍ତୋଷ କୁମାର । ସାହୁ ବୈଦ୍ୟନାଥପୁର ଥାନା ରେ ଲିଖୂତ ଅଭିଯୋଗ ପ୍ରକାରେ, ଅଭିଯୁକ୍ତ ଜଗଦୀଶ ବେହେରା, ହୃଦାନନ୍ଦ ମୁନି, ସନ୍ତୋଷ ନାୟକ ৩০° ସେମାନଙ୍କ ସହଯୋଗ ଯୋଗୀ ଦ୍ବାରା ଠକେଇ ର ଶୀକାର ହୋଇଥିବା ନେଇ ଅଭିଯୋଗ କରିଥିଲେ ଲେ।ଅଭିଯୁକ୍ତ ମାନେ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ହୋଇଥ‌ିବା ବେଳେ ଚାକିରୀ ନାମରେ ତାଙ୍କ ଠାରୁ ୨୭ଲକ୍ଷ ଦେବା ନାମ ଲକ୍ଷ ୫୦ହଜାର ଟଙ୍କା ଠକେଇ କରିଥିବା ଉଲ୍ଲେଖ କରିଥିଲେ। ଏନେଇ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି।ଅଭିଯୁକ୍ତ ମାନେ ହେଲେ ଜଗଦୀ ଦୀଶ ବେହେରା(୩୯) ହୃଦାନନ୍ଦ ମୁନି(୫୬),ଶିଶିର କୁମାର ହରା(୩୦),ସୁମନୁ ମିଶ୍ର(୫୪),ସୁର୍ଯ୍ୟ କାନ୍ତ ବେହେରା,(୪ (୪୨) ସୁନୀଲ ବେହେରା ପାତ୍ର(୨୬),ପ୍ରକାଶ ସେଠୀ(୩୬),ଚୈବ ଜୈବନ ଜେନା(୨୬)ସନ୍ତୋଷ ନାୟକ(୪୨) ଅଭିଯୁକ୍ତ ମାନେ ଚାକିରୀ ଆଶାୟୀ ପ୍ରତ୍ୟେକ ଙ୍କ ଠାରୁ ୩ଲକ୍ଷ ଟଙ୍କା ଟଙ୍କା ନେଇଥିବା ବେଳେ ସେମାନଙ୍କୁ ବିଶ୍ବାସ ଜନ୍ମାଇବା ପାଇଁ ମିଥ୍ୟା ନିଯୁକ୍ତି ପତ୍ର ଦେବା ସହ ଭୂବନେଶ୍ବର ଡାକି ସଚିବାଳୟ ଏବଂ ନ'ତାଲା ରେ ଫିଜିକାଲ ଭେରିଫିକେସନ ନାମରେ ଫୋଟ ଉଠାଉଥିଲା। ପୋଲିସ ଯାଞ୍ଚ ସମୟରେ ଅଭିଯୁକ୍ତ ଜଗଦୀଶ ବେହେରା ଙ୍କ ବ୍ୟାଙ୍କ ଆକାଉଣ୍ଡ ରୁ ୧କୋଟିଏ ୯୬ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବିଭିନ୍ନ ଆକାଉଣ୍ଡ କୁ ଟ୍ରାନ୍ସଫୋର ହୋଇଥିବା ଜାଣିବାକୁ ପାଇଥିଲା। ଅଭିଯୁକ୍ତ ମାନଙ୍କ ଠାରୁ ମୋବାଇଲ ଫୋନ,ମିଥ୍ୟା ନିଯୁକ୍ତି ପତ୍ର,ସରକାରୀ ଦପୁର ର ମିଥ୍ୟା ସିଲ୍, ବ୍ୟାଙ୍କ ଖାତା,ଚେକ୍ ବହି ଇତ୍ୟାଦି ସହ ଗୋଟିଏ ଟାଟା କାର୍(ଓଡି୦୭ଏଏ୨୬୩୫) ଜବତ କରାଯାଇଛି। ଏନେଇ ବୈଦ୍ୟନାଥ ପୁର ଥାନା ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ସୁଚନା ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ