।। ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଦ୍ୱାରା ଗୋଣ୍ଡି ଶିକ୍ଷକ ନିଯୁକ୍ତି ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଗଲା ।।

Mar 1, 2024 - 05:00
 0  10
।। ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଦ୍ୱାରା ଗୋଣ୍ଡି ଶିକ୍ଷକ ନିଯୁକ୍ତି ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଗଲା ।।

ନୂଆପଡ଼ା : ଗୁରୁବାର ଦିନ ଗୋଣ୍ଡି ଧର୍ମ ସସ୍କୃତି ସଂରକ୍ଷଣ ସମିତି ଓଡିଶା ଓ ଗୋଣ୍ଡୱାନା ସେବା ସଂଘ ଓ ଟ୍ରଷ୍ଟ ନୂଆପଡ଼ା ଏବଂ ଗୋଣ୍ଡୱାନା ଛାତ୍ର ସଙ୍ଘ କୋମନା ମିଳିତ ଭାବରେ ନୂଆପଡ଼ା ଜିଲ୍ଲା ଗୋଣ୍ଡ ସମାଜର ମୂଳ ଭାଷା, ସଂସ୍କୃତି, ପରମ୍ପରା, ରୂଢିପ୍ରଥା, ନେଙ୍ଗ ଦସ୍ତୂର ର ରକ୍ଷଣା-ବେକ୍ଷଣା, ସୁରକ୍ଷା ଓ ଜୀବିତ ରଖିବା ନିମନ୍ତେ ତିନୋଟି ବିଷୟ- 1. “ୟାୟାଲ ପଲୋ ଗୋଣ୍ଡି” ବା ମାତୃଭାଷା ଗୋଣ୍ଡିର ସୁରକ୍ଷା ଏବଂ MLE ଶିକ୍ଷକ ନିଯୁକ୍ତି ସମନ୍ଧରେ। 2. ଜିଲ୍ଲା ମୁଖ୍ୟାଳୟ ଠାରେ ଆଦିବାସୀଙ୍କ ଅନୁସନ୍ଧାନ କେନ୍ଦ୍ର ଓ ଆଦିବାସୀ ସଂଗ୍ରାହଳୟ ନିର୍ମାଣ l 3. ଗ୍ରାମାଞ୍ଚଳ କ୍ଷେତ୍ରରେ ଆଦିବାସୀ ଦେଶୀ କୌଶଳ ପ୍ରଯୁକ୍ତି ବିଦ୍ୟା ର ପୁନଃରୁଦ୍ଧାର ଇତ୍ୟାଦି ଉପରେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ (5T ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କେ ପାଣ୍ଡିଆନ ମହୋଦୟ ) ଙ୍କୁ ନୂଆପଡ଼ା ଜିଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ ସାର୍ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଗଲା l ଏହି ଅବସରରେ ଟ୍ରଷ୍ଟ ର ଅଧ୍ୟକ୍ଷ ତିରୁ. ବଜରଙ୍ଗ ମାଝୀ, କୋଷାଧକ୍ଷ୍ୟ ତିରୁ. ପ୍ରିତିଶାୟ ମାଝୀ, ପାୱରତୋଳା ସର୍କଲ ମହିଳା ପ୍ରକୋଷ୍ଠ ଅଧ୍ୟକ୍ଷା ତିରୁମାୟା ହିରମୋତୀନ ମାଝୀ, ମୁଢ଼େଲା ସର୍କଲ -2 ର ସମ୍ପାଦକ ତିରୁ. ହୀରାଲାଲ ମାଝୀ, ପାୱରତୋଳା ସର୍କଲ ଉପାଧକ୍ଷ୍ୟ ତିରୁ. ଭୂପେନ୍ଦ ମାଝୀ, ଟ୍ରଷ୍ଟ ର ଯୁବ ପ୍ରଭାଗ ତିରୁ. ପରମେଶ୍ୱର ମାଝୀ, ଅଖିଳ ଗୋଣ୍ଡୱାନା କୋୟା ପୁନେମ ଭୂମକା ସେଵା ସଂଘ ଓଡିଶା ପ୍ରଦେଶ ଅଧକ୍ଷ ତିରୁମାଲା ଚୈତନ ମରକମ, ଗୋଣ୍ଡୱାନା ଛାତ୍ର ସଙ୍ଘ କୋମନା ଅଧ୍ୟକ୍ଷ ତିରୁ. ହରିଶ୍ଚନ୍ଦ୍ର ମରକାମ, ତିରୁ. ବିଦ୍ୟାଧର ମାଝୀ, ତିରୁ. ମହୋନ ସିଂ ମାଝୀ, ତିରୁ. କେଶବ ମାଝୀ, ତିରୁ. ମାନସାୟ ମାଝୀ ଉପସ୍ଥିତ ରହିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ