ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଙ୍କ ଦ୍ୱାରା ନିଖୋଜ ମହିଳା ହିନ୍ଦୁଲା ଙ୍କୁ ସୁନ୍ଦରଗଡ଼ ଠାରୁ ଉଦ୍ଧାର କରି ପରିବାର କୁ ହସ୍ତାନ୍ତରଣ କଲା

Dec 15, 2024 - 06:59
 0  8
ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଙ୍କ ଦ୍ୱାରା ନିଖୋଜ  ମହିଳା ହିନ୍ଦୁଲା ଙ୍କୁ ସୁନ୍ଦରଗଡ଼ ଠାରୁ ଉଦ୍ଧାର କରି ପରିବାର କୁ ହସ୍ତାନ୍ତରଣ କଲା

ନୂଆପଡ଼ା : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମପଞ୍ଚାୟତ ଅଧିନସ୍ଥ ଖମତରେଇ ଗ୍ରାମ ତ୍ରିବେଣୀ ପଡ଼ାର ବାସିନ୍ଦା ଶ୍ରୀ ଗୋକୁଳ ମାଝୀ ଙ୍କ ସ୍ତ୍ରୀ ହିନ୍ଦୁଲା ମାଝୀ (45) ଙ୍କ ମାନସିକତା ଅସ୍ଥିରତା ଯୋଗୁଁ ଦୀର୍ଘ ଏକ ବର୍ଷ ପୂର୍ବେ ନିଜ ଘରରୁ କୁଆଡେ ଚାଲିଯାଇଥିଲେ l ପରିବାର ଲୋକ ବହୁତ ଖୁଜାଖୁଜି କଲା ପରେ ମଧ୍ୟ କୌଣସି ଜାଗାରୁ କିଛି ଖବର ଜଣା ପଡ଼ିନଥିବାରୁ ଖଡ଼ିଆଳ ପୋଲିସ ଥାନାରେ ମଧ୍ୟ ନିଖୋଜ ରିପୋର୍ଟ ଲେଖେଇ ସହାୟତା ପାଇଁ ଅନୁରୋଧ କରିଥିଲେ କିନ୍ତୁ କୌଣସି ସଫଳ ହେଲା ନାହିଁ l ଶେଷରେ ହତାଶ ହୋଇ ଖୋଜାଖୋଜି ନ କରି ଚିନ୍ତାରେ ଭାଙ୍ଗି ପଡ଼ିଥିଲେ ଏବଂ କେଉଁ ଜାଗାରେ କଣ ହୋଇଯାଇଥିବ ବୋଲି ଫେରିଆସିବାର ବାଟ ମଧ୍ୟ୍ୟ ଆଶା ରଖିନଥିଲେ l କିନ୍ତୁ ହଠାତ କିଛିଦିନ ପୂର୍ବରୁ ୱାଟ୍ସଅପ ମାଧ୍ୟମରେ ମୋବାଇଲ ରୁ ମୋବାଇଲ ରେ ଜଣେ ମହିଳା ଙ୍କ ଫୋଟୋ ଘୁରି ବୁଲିଲା ବେଳେ ପରିବାର ଲୋକଙ୍କୁ ଜଣା ପଡ଼ିଲା ଯେ ସେହି ମହିଳାଙ୍କ ଫୋଟୋ ଟି ହେଉଛି ହିନ୍ଦୁଲା ଙ୍କ ଫୋଟୋ l ତେବେ ପରିବାର ଲୋକ ବିଭିନ୍ନ ସୂତ୍ରରୁ ଯୋଗାଯୋଗ କରି ଜାଣିପାରିଲେ ଯେ ସେ ନିଖୋଜ ହୋଇ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ର ମହୁଲଡିହି ରେ ଅଛନ୍ତି ବୋଲି l ପରିବାର ଲୋକ ସେହି ଠିକଣା ଜାଣିଲା ପରେ ଗ୍ରାମ ର ପୂର୍ବତନ ମେମ୍ବର କୁ ସାହାଯ୍ୟ ପାଇଁ କହିଥିଲେ ତାହାପରେ ଗୋଣ୍ଡ ସମାଜ ସର୍କଲ ର ସେକ୍ରେଟାରୀ ଙ୍କୁ ଗୋକୁଳ ତାଙ୍କ ସ୍ତ୍ରୀ ଙ୍କୁ ଆଣିଯିବା ପାଇଁ ସହଯୋଗ କରନ୍ତୁ ବୋଲି କହିଥିଲେ l ଏବଂ ଡୁଆଝର ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କୁ ଗୋକୁଳ ମାଝୀ ସହଯୋଗ ମାଗିଥିଲେ ଯେ ତାଙ୍କ ସ୍ତ୍ରୀ ଙ୍କୁ ସୁନ୍ଦରଗଡ଼ ରୁ ଆଣିବା ପାଇଁ ହେଲେ ସେମାନେ ଆଜି କାଲି ବୋଲି ଦିନ ଗଡାଉ ଥିଲେ l ସେମାନଙ୍କ ଠାରୁ କୌଣସି ପ୍ରକାରେ ସାହାଯ୍ୟ ପାଇନଥିବାରୁ ଶେଷରେ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଙ୍କୁ ଯୋଗାଯୋଗ କରି ସହଯୋଗ ପାଇଁ ଅନୁରୋଧ କରିଥିଲେ ଫଳରେ ଟ୍ରଷ୍ଟ ଆଗକୁ ଆସି ସୁନ୍ଦରଗଡ଼ ଯୋଗାଯୋଗ କରି ଟ୍ରଷ୍ଟ ଦ୍ୱାରା ଯିବା ଆସିବା ସମସ୍ତ ପ୍ରକାରର ସଂପୂର୍ଣ୍ଣ ଖର୍ଚ୍ଚ ବହନ କରି ଟ୍ରଷ୍ଟ ର ଯୁବ ସଦସ୍ୟ ଯଦୁମଣି ପୁଟା ଓ ନବୀନ ମାଝୀ ସହ ତାଙ୍କ ସ୍ୱାମୀ ଗୋକୁଳ ମାଝୀ ଙ୍କୁ ସାଙ୍ଗରେ ନେଇ ସୁନ୍ଦରଗଡ଼ ଯାଇଥିଲେ l ସୁନ୍ଦରଗଡ଼ ଠାରୁ ହିନ୍ଦୁଲା ମାଝୀ ଙ୍କୁ ସୁରକ୍ଷିତ ଭାବରେ ସେଠାରୁ ଆଣି ତାଙ୍କ ପରିବାର ଙ୍କୁ ହଡତାନ୍ତରଣ କରିଥିଲେ l ଏହି ସମୟରେ ଗୋକୁଳ ମାଝୀ ପ୍ରକାଶ କଲେ ଯେ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ସହଯୋଗ କରିନଥିଲେ ମୋର ସ୍ତ୍ରୀ ଙ୍କୁ ସୁନ୍ଦରଗଡ଼ ରୁ ଆଣିବା ମୋ ପାଇଁ କଦାପି ସମ୍ଭବ ହୋଇ ପାରିନଥାନ୍ତା l ଯାହାଫଳରେ ପରିବାର ଲୋକ ଅତ୍ୟନ୍ତ ଖୁସି ହୋଇ ଟ୍ରଷ୍ଟଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ