ଗରିବ କାନ୍ଦୁଚି ରୁଟି ପାଇଁ, ସରକାରୀ ଗହମ ଓ ସମସ୍ତ ଯୋଜନା ଓ ସୁବିଧା ଆଜି ଗରିବ ପାଇଁ ସାତସପନ
ବାରିପଦା-- ଗୌର ଦାସଗିରି କେନ୍ଦ୍ର ଦେଉଛି ଗରିବକୁ ଅନ୍ନ ହେଲେ ଏହା କି ପ୍ରକାର ମାତ୍ର ଏହା କେତେଦୂର ଯଥାର୍ଥ୍ୟ ଜାଣି ହେଉନି। ଆଜି ଗରିବ ବାଧ୍ୟ ହେଉଛି କି ଖରା କି ବର୍ଷା କି ଶୀତ ଭାତ ପଖାଳ ଖାଇବାକୁ। ସେ କହିବ କାହାକୁ? ଗରିବ ଉପରେ ଯୁଗ ଯୁଗରୁ ଅତ୍ୟାଚାର ଚାଲିଛି, କାରଣ ସେ ପଦାକୁ ବାହାରି ପାରିବ ନାହିଁ କି ତା ଦୁଃଖ ର କଥା ଶୁଣିବ ବା କିଏ। ଗରୀବ ସବୁଦିନ ଗରିବ ହୋଇ ରହୁ ଏହା ହିଁ ଦେଖିବାକୁ ମିଳୁଛି।ସରକାରୀ କଣ୍ଟ୍ରୋଲ ଦୋକାନରେ ମିଳୁଥିଲା ଚାଉଳ ସହ ଗହମ। ଆଜି ଗହମ ଗରିବ ପାଇଁ ସ୍ୱପ୍ନ। ସେ ପାଉନି ଅଟା। ପାଉନି ଖଣ୍ଡେ ରୁଟି। ଶୀତ ଥର ଥର ହୋଇ ଖାଉଛି ପଖାଳ, ଏପରିକି ମଧୁମେହରେ ପଡିତ ହେଉ କି ଜ୍ବୋରରେ ପଡିତ ହେଉ ବା ଅନ୍ୟ କୌଣସି ଅସୁସ୍ଥତା ସମୟରେ ଯେତେବେଳେ ଦରକାର ହୁଏ ରୁଟି, ସେତେବେଳେ ଗରିବ ଖାଉଛି ପଖାଳ। ତଥାପି ସାରାକରାଙ୍କ ନିଦ ଭାଙ୍ଗୁନି।ପୂର୍ବ ସାରାକର ସମୟରେ ଦୁଃଖୀର ଦୁଃଖ ବୁଝି କଣ୍ଟ୍ରୋଲ ରେ ଗହମ ଦେଉଥିଲେ ହେଲେ ଏ ସରକାର ସମୂଳେ ଗରିବ ପାଟିରୁ ଆହାର ଛଡେଇ ନେଲେ। କେବେ ସାରାକର ଜାଗିବେ ଆଉ ଏଇ ଗରିବ ଲୋକ ଘରେ ମୁଠାଏ ଗହମ ପହଂଚିବ। ଏଥିପାଇଁ ଓଡିଶା ରେ ସବୁ ଜିଲାରେ ଆଜି ଗରିବ ଦୁଃଖିତ ଓ ମ୍ରିୟମାଣ। ସରକାର ଯଥା ଶୀଘ୍ର ଏହି ସୁବିଧା କରିଦେଲେ ହୁଏତ ଗରିବ ଦୁଃଖି ପରିବାର ଠିକ ସମୟରେ ଦରକାର ମୁତାବତ ରୁଟି ଖଣ୍ଡେ ପାଇଁ ଏ ସମାଜରେ ସୁସ୍ଥ ଜୀବନ ବିତାଇ ପାରିବ। ଠିକ ସେହିପରି ଏହି ଗରୀବ ମାନଙ୍କ ପାଇଁ ସରକାରୀ ଯୋଜନା ପ୍ରାୟ ଅଧିକାଂଶ ସାତସପନ କହିଲେ କିଛି ଭୁଲ ହେବ ନାହିଁ ଏହା କେବଳ କାଗଜ କଲମରେ ସିମିତ ରହୁଛି କହିଲେ କିଛି ଭୁଲ ହେବ ନାହିଁ, ସ୍ୱାସ୍ଥ୍ୟ ଶିକ୍ଷା ଚାଷ ବାସଗୃହ ରୋଜକାର ଗମନାଗମନର ସୁବିଧା ଏହି ସବୁ ଆଜି ଅବ୍ୟବସ୍ତା ଭିତରେ ଗତି କରୁଛି। ଏଥିପାଇଁ ସରକାରୀ କର୍ମଚାରୀମାନଙ୍କର ଉଦାସୀନତା କାର୍ଯ୍ୟରେ ଅବହେଳା,ଏହି ବାବୁମାନଙ୍କର ଗୋଟିଏ ଜାଗାରେ ଦୀର୍ଘଦିନ ଧରୀ କାର୍ଯ୍ୟାରତ ରହିବା ସେମାନଙ୍କର ବଦଳି ପ୍ରତି ସରକାର ଗୁରୁତ୍ଵ ନେଦେବା ଦ୍ଵାରା ଆଜି ସବୁ ବିଶୃଙ୍ଖଳା, ବାଟମାରଣା, ସରକାରୀ ଯୋଜନାର ଅପବ୍ୟବହାର ଏହି ସମସ୍ତ ବିଫଳତା ଚରମ ସୀମାରେ ପହଞ୍ଚିଛି।ଏହି ଲାଞ୍ଚୁଆ ସରକାରୀ ଟଙ୍କା ହଡ଼ପକାରୀ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କଠୋର ଆଇନ ଓ ଆଭିମୁଖ୍ୟ ଗ୍ରହଣ କରିବା ଦରକାର, କାରଣ ଏମାନେ ତାଙ୍କ କର୍ମବାଦଦକୁ ମାସିକ ମୋଟା ଅଙ୍କର ଦରମା ପାଉଛନ୍ତି । ମାତ୍ର ତାସ୍ଵତ୍ଵେ ମଧ୍ୟ ସରକାରୀ ଯୋଜନାର ହରିଲୁଟ ଓ ଅପବ୍ୟବହାର ଆଜି ସରକାରଙ୍କ ବିଫଳତା ମୁଖ୍ୟ କାରଣ, ଏଣୁ ପ୍ରତି ଦୁଇ ରୁ ତିନି ବର୍ଷକୁ ବଦଳି ଓ ନିଜ ମଣ୍ଡଳ ଓ ଜିଲ୍ଲା ଠାରୁ ଦୂରକୁ ସ୍ତାନାନ୍ତର ହେଲେ, ବିଫଳତା ଓ ଅପବ୍ୟବହାର, ଦୁର୍ନିତି କୁ ରୋକି ହେବ । ଓଡ଼ିଶା ତଥା ଭାରତବର୍ଷ ଆଗକୁ ଅଗ୍ରସର ହୋଇ ପାରିବ। ଦେଖିବାରେ ବାକି ରହିଲା ଏହାର କାର୍ଯ୍ୟକାରିତା କେବେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
1
Wow
0