।। ଗଞେଇ ଜବତ୍ ୨ ମହିଳା ଙ୍କ ସମେତ ୬ ଗିରଫ ।।

Apr 23, 2024 - 18:31
 0  9
।। ଗଞେଇ ଜବତ୍ ୨ ମହିଳା ଙ୍କ ସମେତ ୬ ଗିରଫ ।।

ମୁନିଗୁଡ଼ା/ ୨୨/୪ ରାୟଗଡ଼ା ଜିଲ୍ଲା ମୁନିଗୁଡା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା। ଗତ କାଲି ରାତି ରେ ୨ ଜଣ ମହିଳା ଓ ୪ ଜଣ ପୁରୁଷ ଗଞେଇ ନେଇ ବାହାର ରାଜ୍ୟକୁ ଟ୍ରେନ ଯୋଗେ ଯିବା‌ କୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଛନ୍ତି। ଥାନା ସୂଚନା ଅନୁଯାୟୀ କୌଣସି ସୂତ୍ର ରୁ ଥାନା ଆଇଆଇସି ସୌଦାମିନୀ ବେହେରା ଖବର ପାଇ ଥାନା ରେ ଏକ ଟିମ୍ ଗଠନ କରି ଚନ୍ଦ୍ରପୁର ବ୍ଳକ ର ଡାଙ୍ଗସୋରଡା ଠାରୁ ଉକ୍ତ ଗଞ୍ଜେଇ ଚୋରା ଚାଲାଣ କାରି ଙ୍କୁ ପିଛା କରି ମୁନିଗୁଡ଼ା ରେଳବାଇ ଷ୍ଟେସନ ଅଟୋଷ୍ଟାଣ୍ଡ ନିକଟ ରେ ଧରିଥିଲେ। ଧରାପଡ଼ି ଥିବା ବ୍ୟକ୍ତି ମାନେ ହେଲେ ଆନ୍ତନି ବେରୋ(୨୦) ସମୀର ପାଲଟାସିଙ୍ଗ(୨୧) ସୁରେନ୍ଦ୍ର ତ୍ରିରଙ୍ଗା (୪୯)ଦେବବାକ୍ ସିଙ୍ଗ(୨୪) ସଙ୍ଗୀତା ମୁଦ୍ରିଙ୍ଗା (୪୫) ନମିତା କ୍ରୀଟଙ୍ଗା(୩୦)ଏମାନଙ୍କ ଠାରୁ ୪ ଟି ବ୍ୟାଗ ରୁ ୪୮କେଜି୮୦୦ଗ୍ରାମ ଗଞ୍ଜେଇ ଜବତ୍ ସହ ଦୁଇଟି ବାଇକ୍,୩ ଟି ମୋବାଇଲ ଜବତ୍ କରାଯାଇଛି।ଏ ମାନେ ସମସ୍ତେ ଚନ୍ଦ୍ରପୁର ଅଞ୍ଚଳ ର ବୋଲି ଜଣାପଡିଛି। ଥାନା ଏସଆଇ ମନରଞ୍ଜନ ବିଶ୍ଵାଳ,ଏଏସଆଇ ଜୟ ଚନ୍ଦ୍ର ସାହୁ, ହାବିଲଦାର ଗୌର ଚନ୍ଦ୍ର ପଣ୍ଡା,କୁମୁଦନ ନାଏକ, ସନ୍ତୋଷ ଶବର,ଧନପତି କୁମୁରୁକା ପ୍ରମୁଖ ଗଞ୍ଜେଇ ଚଢାଉ ସମୟରେ ଟିମ୍ ରେ ଦଳବଳ ସହିତ ସହଯୋଗ କରିଥିଲେ। ଗଞେଇ ର ଆନୁମାନିକ ମୂଲ୍ୟ ତିନି ଲକ୍ଷ ହେବ ବୋଲି ଜଣାପଡିଛି। ଥାନା କେଶ୍ ନମ୍ବର ୯୪/୨୪ ଏନ୍ ଡିଫିଏସ୍ ଆକ୍ଟ ଅନୁଯାୟୀ ସମସ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।

 ମୁନିଗୁଡା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ