।। ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହରେ 15ତମ ସାଧାରଣ ବୈଠକ ଅନୁଷ୍ଠିତ ।।

Oct 24, 2024 - 18:23
 0  38
।। ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହରେ 15ତମ ସାଧାରଣ ବୈଠକ ଅନୁଷ୍ଠିତ ।।

ନୂଆପଡା (ଖରିଆର ରୋଡ) ନୂଆପଡା ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହରେ 15ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମ୍ମାନୀୟା କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପୌର ପ୍ରଶାସନ ତରଫରୁ ଫୁଲ ଗୋଚ୍ଛା ଦେଇ ସ୍ୱାଗତ କରଯାଇଥିଲା l ଏହି ବୈଠକରେ ନଗର ଅଧକ୍ଷ୍ୟା ଡ଼. ସୋନିଆ ଜୈନ, ଉପାଧ୍ୟକ୍ଷ ବଣ୍ଟି ଡାଗା, ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ l ବୈଠକରେ ପ୍ରଥମେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମସ୍ତଙ୍କୁ ସ୍ଵାଗତ କରି ନଗରରେ ଚାଲିଥିବା ଉନ୍ନୟନ କାମ ଦୃତ ଗତିରେ ପ୍ରଗତି ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ବିବରଣୀ ପାଠ କରିଥିଲେ l ଏହି ବୈଠକରେ ସାଂସଦ ମାଳବିକା ଦେବୀଙ୍କ ପ୍ରଥମ ବୈଠକ ଯୋଗଦାନରେ ନଗରର ବିକାଶ ପାଇଁ ପରିଷଦ ତରଫରୁ ଅନେକ ଗୁଡିଏ ପ୍ରକଳ୍ପ ର ଅଟକଳ ପରିମାଣ 32କୋଟି ର ଏକ ଦାବି ପତ୍ର ପ୍ରଦାନ କରିଥିଲେ l ଏହି ଦାବୀ ମଞ୍ଜୁର ହେଲେ ସହର ଅନେକ ବିକାଶ ହେବ ବୋଲି ନଗର ଅଧ୍ୟକ୍ଷା ବୈଠକରେ ନିଜ ମତ ପୋଷଣ କରିଥିଲେ l ସମସ୍ତ ପାର୍ଷଦ ତଥା ପରିଷଦର କର୍ମଚାରୀ ସମ୍ମନିୟା ସାଂସଦଙ୍କୁ ଫୁଲ ତୋଡା ଦେଇ ନିଜ ନିଜ ପରଚୟ ପ୍ରଦାନ କରିଥିଲେ l ଦଳୀୟ ମତଭେଦ ରୁ ଉପରକୁ ଉଠି ସମସ୍ତ ଜନପ୍ରତିନିଧି ଓ ଅଧିକାରୀଗଣ ମିଳିତ ଭାବରେ ନଗରର ସାମଗ୍ରିକ ଉନ୍ନତି କରିବା ପାଇଁ ସାଂସଦ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l ଏହି ବୈଠକରେ ଝରଣୀ ବିଭାର, ସଂଯୁକ୍ତା ପଣ୍ଡା, ମଧୁସ୍ମିତା ମିଶ୍ର, ମକରଧ୍ଵଜ ମlଝି, କେ ସୁନୀଲ କୁମାର, ଅମୀୟ ଯୋଶୀ, ଦିଲୀପ କୁମାର ଦଣ୍ଡସେନା, ଅରୁଣ କୁମାର ବାରିମଲ୍ଲ, ଦୀପା ସେଠ, କିଶୋର ଯାଦବ, ଗନନ ସେନ, ଆମର ଛତ୍ରିଆ, ଟିକ୍ୱନୁ ଶଗଡ଼ିଆ, ରମେଶ ଚନ୍ଦ୍ର ବାଗ, ସୁନୀଲ ଜାଲ, ୟୋଗେଶ ଚୌହାନ, ବନ୍ଦନା ସେନ୍ଦେକର ଦୟାସାଗର ସେନ୍ଦେକର, ମୋହନ ଠାକୁର, ସଚିନ ସେନ୍ଦେକର ସମେତ ଏନଏସିର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲବେଳେ ଗୋବିନ୍ଦ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ