ଖରିଆର ରୋଡ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନୂଆପଡା : ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ସ୍ଥିତ ଜୈନ ମନ୍ଦିର ଭବନ ଠାରେ ଅଦ୍ୟ ତା. ୨୧.୦୬.୨୦୨୫ (ଶନିବାର ଦିନ) ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କମଳାସନ ରଥଙ୍କ ଉଦ୍ୟମରେ ଅନୁଷ୍ଠିତ ଯୋଗ ଶିବିରରେ ମୂଖ୍ୟ ଅତିଥି ଭାବରେ ଖରିଆର ରୋଡ ନଗର ଅଧ୍ୟକ୍ଷା ଡ. ସୋନିୟା ଜୈନ, ଉପ-ନଗରପାଳ ଶ୍ରୀ ନିଶାନ୍ତ ଡାଗା, ଖରିଆର ରୋଡ ଥାନାଧିକାରୀ ଧରୁଆ ବାବୁ, ସାଂସଦ ପ୍ରତିନିଧି ଶ୍ରୀ ଗୋଲଡି ଅଗ୍ରୱାଲ, ଶ୍ରୀ ପ୍ରେମଚନ୍ଦ ଡାଗା ପ୍ରମୁଖ ଯୋଗଦେଇ ଭାରତର ପ୍ରାଚୀନ ଋଷି ପରମ୍ପରା ଯୋଗର ଅଭ୍ୟାସ କରିଥିଲେ । ଆମ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଯୋଗ ଦ୍ୱାରା ଆରୋଗ୍ୟ ହେବାର ପଦ୍ଧତି ଅବଲମ୍ୱନ କରିଥିବା ବେଳେ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପ୍ରଦାନ କରିଥିଲେ । ଉକ୍ତ ଯୋଗକୁ ନିତ୍ୟ ଯୋଗାଭ୍ୟାସ କଲେ ଶାରୀରିକ ତଥା ମାନସିକ ଭାବରେ ସୁସ୍ଥ ରହି ପାରିବା ବୋଲି ଯୋଗ ଶିବିରରେ ଆସିଥିବା ଅତିଥିଗଣ ମନ୍ତବ୍ୟ ପ୍ରଦାନ କରିଥିଲେ । ଯୋଗ ଗୁରୁ ଡ. ବାସୁଦେବ ସାହୁ ଏହି ଯୋଗ ଶିବିରରେ ଉପସ୍ଥିତ ଶତାଧିକ ଲୋକଙ୍କୁ ଯୋଗର ବିଭିନ୍ନ ଆସନ ଏବଂ ମୁଦ୍ରା ଶିଖାଇଥିଲେ । ଏହି ଯୋଗ ଶିବିରରେ ସ୍ଥାନୀୟ ନାଗରିକ, ପରିଷଦର କର୍ମଚାରୀ ଗଣ, ବରିଷ୍ଠ ନାଗରିକ ଗଣ ତଥା ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅବିଭାବକମାନେ ଯୋଗଦାନ କରି ଉକ୍ତ ଆନ୍ତର୍ଜାତୀୟ ଯୋଗ ଦିବସଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






