ଖମନଖୋଲ ପଞ୍ଚାୟତର ବହୁବିଧି ସମସ୍ୟା ମନ୍ତ୍ରୀଙ୍କୁ ଜଣାଇଲେ ଅଞ୍ଚଳ ବାସୀ

Jun 22, 2025 - 19:34
 0  11
ଖମନଖୋଲ ପଞ୍ଚାୟତର ବହୁବିଧି ସମସ୍ୟା ମନ୍ତ୍ରୀଙ୍କୁ ଜଣାଇଲେ ଅଞ୍ଚଳ ବାସୀ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନଖୋଲ ପଞ୍ଚାୟତ ରେ ଆଜକୁ ଦୀର୍ଘ ଦିନ ହେଲା ବହୁବିଧି ସମସ୍ୟା ମଧ୍ୟରେ ରହିଛି, ଯାହାକି, ଉକ୍ତ ପଞ୍ଚାୟତ ଅଞ୍ଚଳରେ ଶିକ୍ଷା ସ୍ୱାସ୍ଥ୍ୟ, ରାସ୍ତା ଘାଟ, ପାନୀୟ ଜଳ, ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି l ଏ ସବୁକୁ ଦୃଷ୍ଟି ରେ ରଖି ଅଞ୍ଚଳ ର ବିଜେପି ଯୁବ ନେତା ଆଶିଷ କୁମାର ମହାପାତ୍ରଙ୍କ ସମେତ ଅଞ୍ଚଳ ବାସୀ ଏକ ଲିଖିତ ଅଭିଯୋଗ ପତ୍ର କୁ କନ୍ଧମାଳ ଜିଲ୍ଲା କୁ ଦିନିକିଆ ଗସ୍ତ ରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ଅନୁସୂଚିତ ଜନାଜାତି, ଅନୁସୂଚିତ ଜାତି ଉନୟନ୍ନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କୁ ପ୍ରଦାନ କରିଥିଲେ l ମନ୍ତ୍ରୀ ଶ୍ରୀ ଗଣ୍ଡ ଉକ୍ତ ଅଭିଯୋଗ ପତ୍ର କୁ ତନଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଆଇଟିଡିଏ ବିଭାଗ ଅଧିକାରୀ ଙ୍କୁ ଡକାଇ ତୁରନ୍ତ ସମାଧାନ କରିବା ପାଇଁ ଅବଗତ କରାଇଥିଲେ l ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ତ୍ଵରିତ ପଦକ୍ଷେପ ଅଞ୍ଚଳ ବାସୀଙ୍କ ଅଭାବ ଅସୁବିଧା ଭଳି ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ ହେବ ବୋଲି ଅଞ୍ଚଳ ବାସୀ ଆଶା ସଂଚାର କରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ