।। ଖଡଖାଇ ନଦୀରୁ ବେନିୟମ ବାଲି ଚରା ଚାଲାଣ ହେଉଥିବା ବେଳେ ରାଇରଙ୍ଗପୁର ପ୍ରସାଶନ ଓ ପୋଲିସ ପ୍ରଶାସନ ନିରବ ବସିଛନ୍ତି ।।

Jun 26, 2024 - 20:55
 0  13
।। ଖଡଖାଇ ନଦୀରୁ ବେନିୟମ ବାଲି ଚରା ଚାଲାଣ ହେଉଥିବା ବେଳେ ରାଇରଙ୍ଗପୁର ପ୍ରସାଶନ ଓ ପୋଲିସ ପ୍ରଶାସନ ନିରବ ବସିଛନ୍ତି ।।

ଚାଲିଥିଲା ପ୍ରସାଶନର ଚରାପିରତି ହେଲେ ସବୁ ରାତିଚୋରଙ୍କ ପାଇଁ ଅନ୍ଧାର ଥିବାବେଳେ ରାତିର ଅନ୍ଧାରର ସୁଯୋଗ ନେଇ ଚାଲିଛି ବାଲିଚରା ଚାଲାଣ । ଖଡଖାଇ ନଦୀରୁ Jcb ଦ୍ୱାରା ଲୋଡ଼ କରି ଟ୍ରାକ୍ଟର ଦ୍ଵାରା ଶହ ଶହ ବେଆଇନ ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି ରାଇରଙ୍ଗପୁର ଥାନା ପୁରୁଣାପାଣି ପଞ୍ଚାୟତ ଅଧୀନସ୍ତ ତାବଳବନ୍ଧ ନଦୀ ରୁ ମଧ୍ୟ ଖୁଲମଖୁଲା ଆଇନ ଅମାନ୍ୟ କରି ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ବାଲି ମାଫିଆ ମାନେ ହଡ଼ପ କରିବା ଦେଖିବାକୁ ମିଳୁଛି। ଏଥିରେ ପ୍ରସାଶନ ଓ ପୋଲିସ ପ୍ରଶାସନ ନିରବ ବସିଛନ୍ତି। ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ସାରଙ୍କୁ ଜନସାଧାରଣ ଚୋରା ଚାଲାଣ କୁ ରକିବା ପାଇଁ ନିବେଦନ କରିଛନ୍ତି। କଡ଼ା କଡି ଭାବେ ପାଟ୍ରୋଲିଙ୍ଗ ହେଲେ ସରକାରଙ୍କ ରାଜସ୍ବ ବଂଚିବା ସହିତ ବାଲି ମାଫିଆ ଙ୍କ ପ୍ରାଦୁର୍ଭାବ ଲୋପ ପାଇବ ବୋଲି ଜନସାଧାରଣରେ ଚର୍ଚ୍ଚ ଚାଲିଛି । ଏଥିରେ ମୟୁରଭଞ୍ଜର ମାଇନ୍ ବିଭାଗ ଚୋରା ଚାଲାଣ କୁ ରକିବା ପାଇଁ ଫେଲ୍ ମାରିଛନ୍ତି।

 ମୟୁରଭଞ୍ଜ ଜିଲ୍ଲାରୁ ଗୌର ଦାସଗିରି ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ