କ୍ୟାନସର ସ୍କ୍ରିନିଂ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି

Aug 4, 2024 - 17:28
 0  39
କ୍ୟାନସର ସ୍କ୍ରିନିଂ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି

ରାୟଗଡା ସହରର ଲୟନ୍ସ କ୍ଲବ ଠାରେ ମାରୱାଡ଼ି ଯୁବ ମଂଚ ଦ୍ଵାରା କ୍ୟାନସର ସ୍କ୍ରିନିଂ ଟେଷ୍ଟ ଆୟୋଜନ କରାଯାଇଥିଲା। ଶିବିରକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଲାଲମୋହନ ରାଉତରାୟ ଉଦଘାଟନ କରିଥିଲେ, ୧୦ ଦିନ ମଧ୍ୟରେ ରକ୍ତ ପରୀକ୍ଷାର ରିପୋର୍ଟ ସମସ୍ତଙ୍କୁ ମିଳିବା ନେଇ ବିନୟ ସୂଚନା ଦେଇଛନ୍ତି । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ଯରେ ସଭାପତି ବିନିତ ଅଗ୍ରୱାଲ, ସାଧାରଣ ସମ୍ପାଦକ ଶୈଲେଶ ସିଂଘଲ ଓ କୋଷାଧ୍ୟକ୍ଷ ଉଦିତ ଜୈନ, ସୁରଜ ମାଟାନିଆ ଓ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ଶିବିରରେ ବିଶେଷଜ୍ଞ ଡାକ୍ତର ପି.ଶ୍ରୀହର୍ଷା, ଡା. ଆର୍.କେ.ପାତ୍ର, ଡା. ବି. ରମ୍ୟା ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ରାୟଗଡ଼ା ସହର ମାରୱାଡ଼ି ଯୁବ ମଂଚର ସଦସ୍ୟ ମାନେ ରାୟଗଡା ବାସିନ୍ଦା ମାନଙ୍କ ପାଇଁ କ୍ୟାନସର ସ୍କ୍ରିନିଂ ଟେଷ୍ଟ ଶିବିର ଆୟୋଜନ କରିଥିଲେ। ଶିବିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ୟାନସର ଏକ ମାରାତ୍ମକ ରୋଗ। କ୍ୟାନସର ଆସିବା ପୂର୍ବ ରୁ ସୁସ୍ଥ ଥିବା ସାଧାରଣ ଜନତା ନିଜ ନିଜ ରକ୍ତ କଣିକା ପରୀକ୍ଷା କରି ଜାଣିପାରିବେ ଯେ ସେ ଆଗମୀ ବା ଭବିଷ୍ୟତ ଦିନରେ କ୍ୟାନସର ଆକ୍ରାନ୍ତ ହେବା ସମ୍ଭାବନା ଆଶଂକା ଅଛି କି ନାହିଁ। ଆଜିର ଏହି କ୍ୟାନସର ସ୍କ୍ରିନିଂ ଯାଞ୍ଚ ଶିବିରରେ 100 ରୁ ଉର୍ଦ୍ଧ ମହିଳା ଓ ପୁରୁଷ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ନିଜ ନିଜ ଟେଷ୍ଟ କରାଇଥିଲେ।

ରାୟଗଡା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ