।। କ୍ରୀଡା ଉତ୍ସବ ଜୟପାଟଣା କଳାହାଣ୍ଡି ।।

ଆମ ଓଡ଼ିଶା ନବୀନ ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ , ଗତ ତା ୨୮-୧୨-୨୦୨୩ ରିଖ ଠାରୁ ଆଜି ୩୦-୧୨-୨୦୨୩ ପର୍ଯ୍ୟନ୍ତ ତିନିଦିନ ଧରି ଏହି କ୍ରୀଡା ପ୍ରତିଯୋଗିତା ବହୁତ୍ ଧୁମ୍ ଧାମ୍ ରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ର କୋଲିଆଭୋଟା ସରକାରୀ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆ ଠାରେ ଅନୁଷ୍ଠିତ ହେଇଥିଲା । ଏହି କ୍ରୀଡା ପ୍ରତିଯୋଗିତା ରେ ଅନେକ ପ୍ରକାରର ଖେଳ ଯଥା କବାଡି, ଖୋ-ଖୋ, ଫୁଟବଲ, ଭୋଲିବଲ୍, କ୍ରିକେଟ୍ ଇତ୍ୟାଦି ଦେଖିବକୁ ମିଳିଥିଲା । ଜୟପାଟଣା ବ୍ଳକ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତ ର ପ୍ରତିଯୋଗୀ ମାନେ ଆସି ତାଙ୍କର ପ୍ରତିଭାକୁ ପ୍ରଦର୍ଶନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତା ରେ ବିଜେତା ଦଳ ହେଉଛନ୍ତି କବାଡି ରେ ପ୍ରଥମ ସ୍ଥାନ ପାଇଛନ୍ତି ବଡ କର୍ଲାକୋଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ , ଦିତୀୟସ୍ଥାନ ଅଧିକାର କରିଛନ୍ତି ବାଳିକା ବିଦ୍ୟାଳୟ ଜୟପାଟଣା, ଫୁଟବଲ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ହୀରାପୁର ବଏଜ୍, ଦ୍ୱିତୀୟ ସ୍ଥାନ ପାଇଛନ୍ତି ଖୋଲିଆଭୋଟା ବୟେଜ୍, କବାଡି ବୟେଜ୍ ପ୍ରଥମ ସ୍ଥାନ ଜୟପାଟଣା, ଦ୍ୱିତୀୟ ସ୍ଥାନ ପାଇଛନ୍ତି ହୀରାପୁର, ଏଭଳି ପ୍ରତ୍ୟେକ ଖେଳ ରୁ ତିନିଟି ସ୍ଥାନ ପୁରସ୍କାର ଲାଭ କରିଛନ୍ତି । ପୁରସ୍କାର ସମସ୍ତ ଖେଳ ପାଇଁ ସମାନ ଥିଲା ଯଥା ପ୍ରଥମ ସ୍ଥାନ ପାଇଁ କୋଡ଼ିଏ ହଜାର, ଦ୍ୱିତୀୟ ସ୍ଥାନ ପାଇଁ ପନ୍ଦର ହଜାର ଏବଂ ତୃତୀୟ ସ୍ଥାନ ପାଇଁ ଦଶ ହଜାର ଟଙ୍କା ସହିତ ସାର୍ଟିଫିକେଟ, କୋଫ୍ ରଖାଯାଇଥିଲା, ମଧ୍ୟାହ୍ନ ଭଜନ ର ବ୍ୟବସ୍ଥା ମଧ୍ୟ ରହିଥିଲା । ଉପସ୍ଥିତ ମୁଖ୍ୟ ଅତିଖି ଏମ ଏଲ୍ ଏ ପ୍ରଦୀପ କୁମାର ଦିଶାରି, ଗୋଷ୍ଠୀ ଉନ୍ନୟନଅଧିକାରୀ ଧର୍ମ ରାଜ ମାଝୀ, ସହାୟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ରାଉତ, ଚେୟାରମେନ ଥବିର ବାଗ,ଜିଲ୍ଲାପରିଷଦ ଜୋନ ୨- ଦେବ ପୁଝାରୀ, ଜିଲ୍ଲାପରିଷଦ ଜୋନ-୩ ତୋତ୍ସହିତ ଖଳିଆଭୋଟା ସରପଞ୍ଚ, ହୀରାପୁର ସରପଞ୍ଚ ଏବଂ ଜୟପାଟଣା ବ୍ଲକ୍ ର ସରକାରୀ କର୍ମଚାରୀ । ଖେଳ ଶିକ୍ଷକ ରଘୁନାଥ ହେମ୍ବ୍ରମ୍,ସମ୍ୟରଞ୍ଜନ ଛତ୍ରିଆ, ସୁନୀଲ କୁମାର ଧଙ୍ଗଡାମାଝୀ, ସରଜ୍ କୁମାର ଠାକୁର,ସୁରେଶ ପଣ୍ଡା ଯୋଗ ଦେଇ କାର୍ଯ୍ୟ ସୁଚାରରୂପେ ତୁଲାଇଥିଲେ ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।
What's Your Reaction?






