କୋଲାବିରା ଦକ୍ଷିଣକାଳୀ ଦେବୀଙ୍କ ପୀଠରେ ଦଶହରା ପର୍ବ ପାଳନ ପ୍ରସ୍ତୁତି

Sep 29, 2026 - 06:00
 0  87
କୋଲାବିରା ଦକ୍ଷିଣକାଳୀ ଦେବୀଙ୍କ ପୀଠରେ ଦଶହରା ପର୍ବ ପାଳନ ପ୍ରସ୍ତୁତି

କୋଲାବିରା, ୨୮ ।୯ (ଫାଷ୍ଟ ନ୍ୟୁଜ ଓଡ଼ିଶା) : କୋଲାବିରା ଠାରେ ଅକ୍ଟୋବର ୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୧୩ ଦିବସ ଧରି ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ଉଦ୍ୟମରେ ନିର୍ମିତ ଜଗତଜନନୀ ମା ଦକ୍ଷିଣ କାଳୀଙ୍କ ମନ୍ଦିର ରେ ଦଶହରା ପାଳନ ପାଇଁ ପ୍ରସ୍ତୁତି ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆବାହକ ଅସିତ କୁମାର ବହିଦାରଙ୍କ ଆହ୍ବାନକ୍ରମେ ମନ୍ଦିର ପ୍ରାଙ୍ଗଣରେ କର୍ତା ଜମିଦାର ବଂଶଜ ରୁଦ୍ରପ୍ରତାପ ସିଂହଙ୍କ ଅଧ୍ୟକ୍ଷତାରେ ବୈଠକର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଯୋଗେନ୍ଦ୍ର ରାଏ,ସମ୍ପାଦକ ଅସିତ କୁମାର ବହିଦାର,କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ପୁରୋହିତ, କମିଟିର ସଦସ୍ୟ ଉପ-ସଭାପତି ବିନୟ ମହାପାତ୍ର,ମନୋଜ ପଧାନ,ସୁକାନ୍ତ ଶେଖର ବହିଦାର,ଛବିଳ ବାଗ,ଶ୍ରୀପ୍ରସାଦ ସାହୁ,ଜଜାତି ବେହେରା,ସୁର୍ଯ୍ୟକୁମାର ପୁରୋହିତ,ଉମର ରଣା,ହରିହର ପାତ୍ରସୁରେନ ହୋତା,ଦେବାଶିଷ ବେହେରା,ଦେବାଶିଷ ସିଂ ଠାକୁର, ପ୍ରବୀଣ ସାହୁ, ପପୁନ ଦାସ, ଆଲୋକ ମହାପାତ୍ର, ପ୍ରଦୀପ ଧୁରୁଆ,ଫକିର ସାହୁ ଶଚିନ ମହାପାତ୍ର ବାବୁ ରାଏ,ଶ୍ରୀମନ୍ତ ସାହୁ ବୁଲୁ ମହାପାତ୍ର ଭୀମସେନ ଇଂଜ,ଅନ୍ତରୁ ପାତ୍ର,ବଡ କଉ ବିମଲ ସାହୁ ବିକାଶ ସାହୁ ସତ୍ୟମ ବଗାର, ଚୁମନ ସାହୁକୌଶିକ ସମର୍ଥା,ଲଲିତ ସାହୁ ରୁକେଶ ନେଟୀ ପ୍ରମୁଖ ଆଲୋଚନାରେ ଭାଗ ନେଇ ଚଳିତ ବର୍ଷ କାଳୀଙ୍କ ପୀଠରେ ହେବାକୁ ଯାଉଥିବା ବିଜୟା ଦଶମୀ ପାଳନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ରିତିନିତି ମୁତାବିକ ୧୭ ତାରିଖ ମହାସପ୍ତମୀ ପୂଜାରମ ଅଖଣ୍ଡ ଦ୍ବିପ ପ୍ରଜ୍ଵଳନ,ମାନସୀକଧାରୀଙ୍କ ଦ୍ଵାରା ଦେମା ବଡ ଅଖଣ୍ଡ ଦୀପ ଆରମ୍ଭ ୧୮ ତାରିଖ ମହାଷ୍ଟମୀ ପୂଜା,ଭାଇଜିଉନ୍ତୀଆ,ନିଶାପୂଜା ଏବଂ ଖଣ୍ଡା ଦୁଆ ପର୍ବ, ୧୯ ତାରିଖ ନବମୀ ପୂଜା ଏବଂ ୨୦ ତାରିଖ ପୁଣ୍ଡାହୁତି ପରେ ପୁଜାକାର୍ଯ୍ୟ ସଂମ୍ପନ୍ନ । ପରେ ରାତିରେ ଦେବୀବାହନ ବରୁଆଙ୍କ ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେବାକ୍ରମରେ ଗ୍ରାମ ପରିକ୍ରମାର ଆୟୋଜନ କରାଯାଇଥିବା ନେଇ ଆୟୋଜକ ମଣ୍ଡଲିଙ୍କ ଦ୍ବାରା ନିଷ୍ପତି ଗ୍ରହଣ କରାଯାଇଛି । ଏହା ସହିତ ୧୦ ତାରିଖ ଶନିବାର ମହାଳୟା ଦିନ ଉଆଁସ ବଏଲ ଯାତ୍ରାର ମଧ୍ୟ କାର୍ଯ୍ୟକ୍ରମ ଚୁଡାନ୍ତ କରାଯାଇଛି । ସେଦିନ ଦେବୀବାହନ ବରୁଆଙ୍କ ଦେହରେ ଦିବୀଶକ୍ତି ସଂଚାରିତ ହେବାପରେ ଗ୍ରାମ ପରିକ୍ରମା କରି ପ୍ରତ୍ୟକ୍ଷ ପୂଜା ପାଇବେ । ୮ ତାରିଖ ଗୁରୁବାର ଦେବୀଙ୍କ ନିକଟରେ ଉତଗନ ଲାଗି ପଶ୍ଚାତ ୯ ତାରିଖ ଶୁକ୍ରବାର ଦିନ ଦେ-ନୂତା ବା ଦେବନିମନ୍ତ୍ରଣ କାର୍ଯ୍ୟ ସମ୍ପନ୍ନ ହେବ । ବିଗତ ୧୭ ବର୍ଷ ଧରି ଦେବୀ ବାହନ ବରୁଆ ଭାବରେ କାର୍ଯ୍ୟ ସମ୍ପାଦନ କରିଆସୁଥିବା ଯୋଗି ଯୋଗେନ୍ଦ୍ର ରାଏଙ୍କୁ ଚଳିତ ବର୍ଷ ବର୍ଧ ବରୁଆ କାର୍ଯ୍ୟ ତୁଲାଇବାକୁ ଗ୍ରାମବାସୀଙ୍କ ଦ୍ବାରା ଚୟନ କରାଯାଇଛି । ଗ୍ରାମବାସୀଙ୍କ ସମ୍ମତି ଏବଂ ସହଯୋଗ କ୍ରମେ ଦକ୍ଷିଣକାଳୀଙ୍କ ସ୍ଥାପନା ପରଠାରୁ ବଏଲ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏବଂ ଏଥିପାଇଁ ପୂର୍ବ ପ୍ରସ୍ତୁତିର ରୁପରେଖା ଦେବାସହ ଦାଇତ୍ଵ ବଂଟନ ସହ ବିଭିନ୍ନ ପାରିପାର୍ଶ୍ବକ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । କିପରି ଶ୍ରଦ୍ଧାଳୁ ଓ ସେବାଦାରଙ୍କ ଉପସ୍ଥିତିରେ ଶୃଙ୍ଖଳିତ ଭାବରେ ବଏଲ ଯାତ୍ରା ସମ୍ପାଦନ କରାଯିବ ସେସମ୍ପର୍କରେ ମଧ୍ୟ ବିଶେଷ ଆଲୋଚନା କରାଯିବା ପରେ ସମସ୍ତ କାର୍ଯ୍ୟକ୍ରମ ଏବଂ ନୀତିନିୟମ,ପରମ୍ପରା ଆଦି ବିଷୟକୁ ଚୁଡାନ୍ତ ରୂପ ଦିଆଯାଇଥିଲା । ସ୍ଥାନୀୟ ଲୋକଙ୍କ ସଦିଚ୍ଛା ଏବଂ ସହଯୋଗରେ ନିର୍ମାଣ ହୋଇଥିବା ଦକ୍ଷିଣକାଳୀଙ୍କ ପୀଠରେ ହେଉଥିବା ଦଶହରା ବଏଲକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶ୍ରଦ୍ଧା ଏବଂ ରକଣ୍ଟା ଲାଗିରହିଥିବା ବେଲେ ଦକ୍ଷିଣକାଳୀ ସେବାଟ୍ରଷ୍ଟ ପକ୍ଷରୁ ଯାତ୍ରା ପରିଚାଳନାକୁ ନେଇ ପ୍ରସ୍ତୁତି ଯୋରଦାର ଚାଳିଛି । ପଉସ୍ଥିତ ଗ୍ରାମବାସୀ ଆଲୋଚନାରେ ଭାଗ ନେଇ ସୁଚାରୁରୁପେ ଯାତ୍ରାପରିଚାଳନ ପାଇଁ ନିଜ ନିଜ ମନ୍ତବ୍ୟ ରଖୁଥିଲେ । କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ