ହାଟମୁନିଗୁଡା ଓ ପୁଷୁଗୁଡାରେ ତିନିଦିନିଆ ଆଙ୍ଗନ ଉତ୍ସବ
ମୁନିଗୁଡ଼ା ନ୍ୟିୟୁଜ୍:- ୨୯/୯: ରାୟଗଡ଼ା ଜିଲ୍ଲା ବିଷମ କଟକ ପଞ୍ଚାୟତ ସମିତି ଅନ୍ତର୍ଗତ ହାଟମୁନିଗୁଡା (୨) ଓ ପୁଷୁଗୁଡାଠାରେ ତିନିଦିନ ଧରି ‘ଆଙ୍ଗନ ଉତ୍ସବ’ ପାଳିତ ହୋଇଯାଇଛି। ମା’ ଓ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା ପୋଷଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୋଷଣ ମାସ ଅବସରରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଉତ୍ସବରେ ବିଭିନ୍ନ ସଚେତନତାମୂଳକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସହ ସ୍ଥାନୀୟ ଫଳ, ପନିପରିବା, ବିଭିନ୍ନ ପ୍ରକାର ସାଗ ଓ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ ହୋଇଥିଲା। ପୁରୁଷ ଓ ମହିଳାଙ୍କ ସହଯୋଗରେ ପ୍ରସ୍ତୁତ ଖାଦ୍ୟ ଅତିଥି, ବିଚାରକମଣ୍ଡଳୀ ଓ ଉପସ୍ଥିତ ଲୋକଙ୍କୁ ପରିବେଷଣ କରାଯାଇଥିଲା। ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀମାନଙ୍କୁ ଉପଢ଼ୌକନ ସହ ଜିଲ୍ଲାପାଳଙ୍କ ସ୍ୱାକ୍ଷରିତ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶିଶୁମାନଙ୍କ ମଧ୍ୟରେ ଆନନ୍ଦ, ସୃଜନଶୀଳତା ଓ ଶିକ୍ଷଣୀୟ ମନୋଭାବ ବୃଦ୍ଧି ପାଇଁ ବିଭିନ୍ନ ଖେଳ, ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ଆୟୋଜିତ ହୋଇଥିଲା। ଏଥିସହ ଦାଦା-ଦାଦୀଙ୍କ ଦ୍ୱାରା କଥାବାଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସରରେ ‘ଆମ କୁନିପିଲା’, ‘ମୋ ବିକାଶ ପତ୍ର’ ଓ ‘ଶିଖିବା ଲାଳନ-ପାଳନ’ ଭଳି ଅଧ୍ୟୟନ ଓ ଶିକ୍ଷଣୀୟ ସାମଗ୍ରୀ ସହ ବିଭିନ୍ନ ଖେଳନା ପ୍ରଦର୍ଶନ କରାଯାଇଥିଲା। ସେଗୁଡ଼ିକର ଉପଯୋଗ ଓ ବ୍ୟବହାର ସମ୍ପର୍କରେ ଅଭିଭାବକ ଓ ଉପସ୍ଥିତ ଲୋକମାନଙ୍କୁ ମଧ୍ୟ ତାଲିମ୍ ଦିଆଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଅଙ୍ଗନବାଡ଼ି କର୍ମୀ ହର୍ଷିତା ସେଠୀ, ଆଶା କର୍ମୀ ଅଞ୍ଜଳି ଗାଙ୍ଗନାଦୋରା ଓ ସହାୟିକା ପାକି ଜୟାଙ୍କୁ ଉପସ୍ଥିତ ଅତିଥିମାନେ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସହାୟକ ଯନ୍ତ୍ରୀ ଧୀମାନ ସୁଦର୍ଶନ ଯୋଗଦେଇଥିଲେ। ସେହିପରି ବାଦଲ କୁମାର ରଣା, ରମେଶ ଚନ୍ଦ୍ର ପାକି, ରାମ ଉର୍ଲାକା, ବାବୁଲା ଗୁଲା, ରାମଦାସ ଉର୍ଲାକା, ସଦାନନ୍ଦ ସାହୁ, ପାକି ଗଙ୍ଗା, ଆଶିଷ ଜେନା, ହଜାରି ଜେନା, ସହଦେବ କାଡ୍ରାକା, ଭରତ ଗୁଲା, ଈଶ୍ୱର ଗୁମ୍ଫା, ବୁଧି ସେଠୀ, ସୁଶୀଳା ସେଠୀ, ଅନନ୍ତ ସାରକା, ଉପେନ୍ଦ୍ର ସିକକା, ଗୀତା କେରଜଲା, ପ୍ରତି କେରଜଲା, ଶାନ୍ତି ଗାଙ୍ଗାଡା, ସୁଦର୍ଶନ କାଡ୍ରାକା, ସରିତା ସେଙ୍କେରି, ଗିରିଜା ଜେନା ଓ ଶିବାନୀଙ୍କ ସମେତ ବହୁ ହିତାଧିକାରୀ ଉପସ୍ଥିତ ଥିଲେ। ମହିଳା ଓ ଶିଶୁ ବିକାଶ ତଥା ସୁଭଦ୍ରା ବିଭାଗ, ବିଷମକଟକ ପକ୍ଷରୁ ସ୍ମିତା ମଲିକ ଓ ସ୍ନେହା ବଳିଆର ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ। ଶେଷରେ ବରିଷ୍ଠ ସମାଜସେବୀ ସୁକାନ୍ତ କୁମାର ସେଠୀ ଉପସ୍ଥିତ ସମସ୍ତ ଅତିଥି, କର୍ମକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସହାୟିକା ଓ ହିତାଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0