କୋଲାବିରା ଅଂଚଳରେ ଏଟିଏମ ସେବା ବ୍ୟାହତ ; ଉପଭୋକ୍ତା ଦୁର୍ଦ୍ଦଶା ଭୋଗୁଛନ୍ତି

Nov 15, 2025 - 04:58
 0  13
କୋଲାବିରା ଅଂଚଳରେ ଏଟିଏମ ସେବା ବ୍ୟାହତ ; ଉପଭୋକ୍ତା ଦୁର୍ଦ୍ଦଶା ଭୋଗୁଛନ୍ତି

କୋଲାବିରା ୧୪ ।୧୧(ଫାଷ୍ଟ ନ୍ୟୁଜ୍ ଓଡିଶା): ଝାରସୁଗୁଡା ଏବଂ କୁଚିଣ୍ଡା ଉପଖଣ୍ଡ ମଧ୍ୟରେ ଦୁରତା ପାଖାପାଖି ୫ ୫୦ କିଲୋମିଟର ଏବଂ ଏହି ବ୍ୟବଧାନ ମଧ୍ୟରେ କୈାଣଷି ଏଟିଏମ ନଥୁବା ବେଲେ କୋଲାବିରା ବ୍ଲକ୍ ସମାସିଂହା ପଂଚାୟତଃ ୟତରେ ସ୍ଥିତ ଏସବିଆଇ ବ୍ୟାଙ୍କ ଶାଖା ସଂଲଗ୍ନ ଏକମାତ୍ର ଏସବିଆଇ ଏଟିଏମ୍ ଏବଂ ଏହି ଏଟିଏମ୍ ଉପରେ ହଜାର ସଂଖ୍ୟକ କ ଲୋକ ନିର୍ଭର କରିଥାନ୍ତି । ହେଲେ ମାସର ଅର୍ଧାଧୂକା ସମୟ ଏହି ଏଟିଏମ୍ ଟି ଅଚଳ ହୋଇ ପଡିରହିଥାଏ । ଫଳରେ ଟଙ୍କା ଉଠାଣ ଆଶାରେ ଆସୁଥିବା ଲୋକେ ପ୍ରାୟ ସମୟରେ ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଅଂଚଳର ଏକମାତ୍ର ରାଷ୍ଟ୍ରାୟତ ବ୍ୟାଙ୍କ ହୋଇଥିବାରୁ ବ୍ୟାଙ୍କରେ ସବୁସମୟରେ ଭିଡ ଲାଗି ରହିଥାଏ । ଦୀର୍ଘ ଦିନରୁ ଉକ୍ତ ଏଟିଏମଟି ଅଚଲ ହୋଇ ପଡିରହିଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଲୁଛି । ଏ ସଂକ୍ରାନ୍ତରେ ଶାଖା ପ୍ରବନ୍ଧକ ଙ୍କୁ ପଚାରିବାରୁ ଏଟିଏମ ମେସିନ ଯାନ୍ତ୍ରୀକ ତୃଟୀ ଲାଗି ମଝିରେ ମ ମଝିରେ ବନ୍ଦରହୁଛି । ଏଥି ଯୋଗୁଁ ଏଟିଏମ୍ ଟି ସୁଚାରୁରୂପେ ଚଳି ପାରୁନନାହିଁ ଫଳତଃ ଏଟିଏମ ଜନିତ ସମସ୍ୟା ଲାଗିରହୁଛି । ଏ ସଂକ୍ରାନ୍ତରେ ଉପରସ୍ତ ଅଧିକାରୀଙ୍କୁ ଜଣେଇଦିଆଯାଇଛି ବୋଲି କହିଛନ୍ତି । ତେବେ ଏଟିଏମର ଅବ୍ୟବସ୍ଥା ବିଷୟରେ ଜାଣିବା ଜା ପାଇଁ ଏଟିଏମ ଚେନାଲ ମ୍ୟାନେଜରଙ୍କୁ ଯୋଗାଯୋଗ କରାଯାଇଥୁଲା ମାତ୍ର ସେ ଫୋନ ରିସିଭ କରିନଥ୍‌ଳେ ଥିଲେ । ସୁଚନା ଯୋଗ୍ୟ ଯେ ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅଂଚଳରେ ଥିବା ୩ଟି ରାଷ୍ଟ୍ରାୟାତ ବ୍ୟାଙ୍କ ଓ ଏକ ସମବାୟ ବ୍ୟାଙ୍କରେ ବାର୍ଷିକ ପାଖାପାଖି ୭୫ କୋଟି ଟଙ୍କାର କାରବାର ହେଉଥିବା ବେଲେ ଏଠାରେ କୈାଣଷି ବ୍ୟାଙ୍କ ତରଫରୁ ୨୪ ଘଂଟିଆ ଏଟିଏମ୍ ଟିଏର ସୁବିଧା ନାହିଁ । ବାରସାର ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ କ୍ଷରୁ ସମାସିଂହା ବ୍ୟାଙ୍କ ଶାଖା ପରିସରରେ ଏକ ଏଟିଏମ ପରେ କୋଲାବିରା କରୁଣାକର ଛକ ଠାରେ ଏକ ଏଟିଏମ ଖୋଲାଯାଇଥିଲା ହେଲେ ତାହାମଧ୍ୟ ମାତ୍ର କେଇଦିନ କାର୍ଯ୍ୟକ୍ଷମ ରହିବା ପରେ ଯେଉଁ ଅବସ୍ଥା ସ୍ଥାକୁ ସେ ସେଇ ଅବସ୍ଥା ।ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆନ୍ତରିକ ରିକତା ଅଭାବରୁ ନିତିଦିନିଆ ଉକ୍ତ ଏଟିଏମ ଦ୍ଵୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ସମାସିଂହା ଷ୍ଟେଟ ସ୍ଫଟ ବ୍ୟାଙ୍କ ଶାଖାରେ ବାର୍ଷିକ ୪୫ କୋଟି,କୋଲାବିରା ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ବାର୍ଷିକ ୧ ୨କୋଟି,ଝାଲ୍ଲାପାଲି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଙ୍କ ଶାଖାରେ ବାର୍ଷିକ ୮କୋଟି ଏବଂ କୋଲାବିରା କୋ-ଅପରେଟିଭ ମିନି ବ୍ୟାଙ୍କ ରେ ବାର୍ଷିକ ୪କୋଟି ଟଙ୍କାର କାରବାର ବିଗତ ଗତ ଆର୍ଥିକ ବର୍ଷରେ କରିଥିବା ବେଲେ ସର୍ବନିମ୍ନ ଏଟିଏମ ସୁବିଧାରୁ ବଂଚିତ ରହୁଛନ୍ତି ଅଂଚଳବାସୀ । ଏଟିଏମ ସୁବିଧା ପାଇବାକୁ ହେ ୨ ଠକିଲୋମିଟର ଦୂର ଝାରସୁଗୁଡା କିମ୍ବା ୩୦କିଲୋମିଟର କୁଚିଣ୍ଡା ଟାଉନକୁ ବ୍ୟାଙ୍କ ଗ୍ରାହକମାନଙ୍କୁ ଯିବାକୁ ପ ପଡୁଛି । ତେଣୁ ଅଂଚଳର ଉପଭୋକ୍ତାଙ୍କ ସ୍ବାର୍ଥଦୃଷ୍ଟିରୁ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଏଟିଏମ କୁ ତୁରନ୍ତ ବଦଲାଯାଇ ନୁତନ ଏଟିଏମ ମେସିନ ଯୋଗେଇ କାର୍ଯ୍ୟକ୍ଷମ କରାଯିବା ସହିତ ଜାତୀୟ ରାଜପଥ ସ୍ଥିତ କୋଲାବିରା ବ୍ଲକ୍ ମୁଖ୍ୟାଳୟରେ ରେ ଥିବା ଏଟିଏମକୁ ମଧ୍ୟ ୨୪ଘଂଟିଆ କାର୍ଯ୍ୟକ୍ଷମ ରଖାଯିବାକୁ ଅଂଚଳବାସୀଙ୍କ ପାକ୍ଷରୁ ଦାବୀ ହେଉଛି ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା)

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ