।। କୋରାପୁଟ ଜିଲ୍ଲା କୁ ବାଲିପରିବହନ ସମାସ୍ୟା ସେମିଲିଗୁଡା ଓ ସୁନାବେଡ଼ା ଟିପ୍ପର ମାଲିକ ସଂଘ ର ଆନ୍ଦୋଳନ ।।

Sep 29, 2024 - 14:45
 0  59
।। କୋରାପୁଟ ଜିଲ୍ଲା କୁ ବାଲିପରିବହନ ସମାସ୍ୟା ସେମିଲିଗୁଡା ଓ ସୁନାବେଡ଼ା ଟିପ୍ପର ମାଲିକ ସଂଘ ର ଆନ୍ଦୋଳନ ।।

ସୁନାବେଡ଼ା ୨୮/୦୯(ନିପ୍ର) ସେମିଲିଗୁଡା- ସୁନାବେଡ଼ା ଟିପ୍ପର ମାଲିକ ସଂଘ ପକ୍ଷରୁ ବନ୍ଦ ଡାକରା ର ଦିତୀୟ ଦିନରେ ପହଂଚିଛି। ସେମିଲିଗୁଡା ନୂଆଁ ହାଟପଦା ଧର୍ମଘଟ ସ୍ଥଳରେ ଆଜି ଅର୍ଥାତ୍ ଶନିବାର ଦିନ କୋରାପୁଟ ବିଧାୟକ ରଘୁରାମ ମାଛ ଆନ୍ଦୋଳନ କାରିଙ୍କ ସହ ମିଶି ସେମାନଙ୍କ ରୟାଲଟି ଅଭାବ ସମାସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଧାୟକ ଙ୍କୁ ଏକ ଲିଖିତ ଦାବି ପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା।ନବରଙ୍ଗପୁର ବାଲି ଖାଦାନ ରେ ରୟାଲଟି ମିଳୁ ନଥିବା ବେଳେ ବିଭିନ୍ନ ଆଳ ଦେଖାଇ ଖାଦାନ ଲିଜ ଧାରି ବାଲି ଲୋଡିଙ୍ଗ ଦେଇ ଟିପର ମାଲିକ ଙ୍କ ଠାରୁ ବହୁ ଦର ନେଉଛନ୍ତି। ରୟାଲଟି ନଦେଇ ମନ ଇଚ୍ଛା ଦରଧାର୍ଯ୍ୟ କରି ଗାଡ଼ି ମାଲିକ ଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରୁଛନ୍ତି। କୋରାପୁଟ ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲାର ବାଲି ଖାଦାନ କୁ ଅତିକମରେ ୧୫୦ ରୁ ଉର୍ଦ୍ଧ୍ବ କିଲୋମିଟର ଦୁରତ୍ଵ ରହିଛି। ବାଲି ଆଣିବା ପାଇଁ ଖାଦାନ କୁ ଯେଉଁ ଗାଡ଼ି ଯିବ ଯଦି ଲୋଡ୍ ନ ଆଣି ଖାଲିରେ ଫେରିବ ତେବେ ଯାତାୟତ ୨୫୦ ରୁ ୩୦୦ କିମିର ତେଲ ପଇସା ୧୩ରୁ ୧୪ ହଜାର ଟଙ୍କା ର ଖର୍ଚ୍ଚାନ୍ତ ହେବ। କ୍ଷତି କୁ ନଜରରେ ରଖି ଯେଉଁ ଗାଡ଼ି ବିନା ରୟାଲଟି ରେ ଗାଡି ଲୋଡ୍ କଲା ସେ ଭୟରେ ଚୋରଙ୍କ ଭଳିଆ ଲୁଚି ଲୁଚି ଆସିବ। ଯଦି ଖଣି ଅଧିକାରୀ, ତହସିଲ ଏବଂ ପୋଲିସ ଅଧିକାରୀ ଙ୍କ କବଳରୁ ଖସି ଗଲା ତେବେ ୩/୪ ହଜାର ଟଙ୍କା ପାଇବ। ଯଦି କୌଣସି ଅଧିକାରୀ ଙ୍କ ହାବୁଡ଼ରେ ପଡ଼ିଗଲା ତେବେ ସେ ୩୦ହଜାରରୁ ଏକ ଲକ୍ଷ ଟଙ୍କା ଯାଏଁ ଫାଇନ ଗଣିବାକୁ ପଡ଼ିବ।ବାଲି ନଗଦ ଟଙ୍କା ଦେଇ କିଣି ବିନା ରୟାଲଟି ରେ ଚୋର ଙ୍କ ଭଳିଆ ଆସି ବାଲି ମାଫିଆ ର ଆଖ୍ୟା ପାଇବାକୁ କୌଣସି ମାଲିକ ଚାହୁଁ ନାହାନ୍ତି। କିନ୍ତୁ କ୍ଷତିକୁ ନଜରରେ ରଖି ଲୋଡ୍ କରୁଥିବା ଗାଡ଼ି ର ମଜବୁରିର ଫାଇଦା ଉଠାଉଛନ୍ତି ବାଲି ଖାଦାନ ଲିଜ ଧାରି । ଖଣି ଅଧିକାରୀ ମାନେ ଜାତୀୟ ରାଜପଥ ରେ ଗାଡି ମାଲିକ ଙ୍କୁ ଧରି ଫାଇନ ଆଦାୟ କରି ନିଜର ବାହାଦୁରୀ ଦେଖାଇବା ପରିବର୍ତ୍ତେ ଖାଦାନ ରେ ଚଢ଼ାଉ କରି ରୟାଲଟି ବିନା ଲୋଡିଙ୍ଗ କରୁଥିବା ଅପରାଧୀ କୁ ଧରିଲେ ସବୁ ସମାସ୍ୟା ସମାଧାନ ହୋଇଯିବ ବୋଲି ସଂଘ ଦାବି କରିଛି। ରାଜ୍ୟ ସରକାରଙ୍କୁ ରାଜସ୍ବ ଆଦାୟ ରେ ସଫଳତା ମିଳିବ। ଖାଦାନ ଖୋଲା ରେ ଛାଡି ଗାଡ଼ି ମାଲିକ ଙ୍କୁ ଜୁଲମ କରିବା ପଛରେ ଅଧିକାରୀ ଙ୍କ ଦୁଇଟି ସୁବିଧା ହାସଲ ହେଉଛି । ଗୋଟିଏ ପଟେ ଖାଦାନ ଲିଜ ଧାରି ଙ୍କ ଠାରୁ ସୁବିଧା ପାଇବା ଅନ୍ୟପଟେ ଗାଡ଼ି ମାଲିକ ଙ୍କୁ ଜାତୀୟ ରାଜପଥ ରେ ଜୁଲମ କରିବା।ଏହା ଫଳରେ ରାଜ୍ୟ ସରକାର ଙ୍କ ଲାଭ ଅପେକ୍ଷା କ୍ଷତି ହେଉଥିଲେ ହେଁ ଅଧିକାରୀ ମାନେ ନିଜର ସଚ୍ଚୋଟ ପଣିଆ ଦେଖାଇ ଚୋର ରାସ୍ତା ଖୋଲି ଫାଇନ ଆଦାୟ କରି ନିଜର ବାହାଦୁରୀ ପ୍ରଦର୍ଶନ କରୁଛନ୍ତି। ଏଥିରେ ସରକାର ଚୋରି ରାସ୍ତା ଖୋଲି ଚୋରଙ୍କୁ ଧରିବା ପାଇଁ ଅଧିକାରୀ ଙ୍କ ନିଯୁକ୍ତି ଦେଇ ରାଜ୍ୟ ରାଜକୋଷରୁ ବ୍ୟୟବରାଦ ବୃଦ୍ଧି କରିବା ନିତି। ଏହାକୁ ନଜରରେ ରଖି ଖଣି ଅଧିକାରୀ ଖାଦାନ କୁ ଜଗିଲେ ରାତିଦିନ ଚୋରି ଗାଡ଼ି ପଛରେ ବୁଲିବାକୁ ପଡ଼ିବ ନାହିଁ। ଗାଡ଼ି ମାଲିକ କୋଟି କୋଟି ଟଙ୍କାର ରୁଣ ବୋଝ ନେଇ ଗାଡ଼ି କିଣି ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ବେକାରୀ ସମସ୍ୟା ଦୂର କରିବା ସହ ସରକାରୀ ଓ ବେସରକାରୀ ଉନ୍ନୟନ କାର୍ଯ୍ୟରେ ସହଭାଗିତା ରହୁଛି ‌ । ପ୍ରତ୍ୟେକ ଗାଡ଼ି ମାଲିକ ଜିଏସଟି, ଆୟକର ବାବଦକୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ର ଟେକ୍ସ ବାନ୍ଧୁଛନ୍ତି। ବହୁ ସମୟରେ ବିନା କାରଣରେ ଗାଡ଼ି ମାଲିକ ଙ୍କୁ ବିଭିନ୍ନ ପ୍ରକାରର ଜୁଲମ କରାଯାଉଛି।ଆମେ ଚାହୁଁଛୁ ଆମକୁ ସଠିକ୍ ରୟାଲଟି ଦିଆଯାଉ ବିନା ରୟାଲଟି ରେ ଗାଡି ଚଳାଇ ଆମେ ଫାଇନ ବାନ୍ଧି ପାରିବୁ ନାହିଁ। ସଂଘ ର ସମସ୍ତ ସମାସ୍ୟା ସମ୍ପର୍କରେ ବିଧାୟକ ଶ୍ରୀ ମାଛଙ୍କ ନିକଟରେ ସଭାପତି ଶଶଧର ରାଉତ ଉପସ୍ଥାପନା କରିଥିଲେ। ବିଧାୟକ ଗାଡ଼ି ମାଲିକ ଙ୍କ ସମାସ୍ୟା କୁ ହୃଦୟ ଗମ ଜିଲ୍ଲା ପାଳ ଭି କିର୍ତ୍ତୀଭାସନ ଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୈଠକରେ ସଂଘର, ସଭାପତି ଙ୍କ ସହ ଉପସଭାପତି ରୁଦ୍ର ପ୍ରକାଶ ରୟ, ସମ୍ପାଦକ ସଞ୍ଜୟ କଣ୍ଟା, କୋଷାଧ୍ୟକ୍ଷ ସୁନିଲ୍ କୁମାର୍ ବିଶ୍ଵାଳ, ଯୁଗ୍ମ ସମ୍ପାଦକ ରାଜେଶ ରଥ, ବିଭୁପ୍ରସାଦ ପାତ୍ର, ମୁକେଶ ପାତ୍ର,ପପୁନ ଲେଙ୍କା, ରଞ୍ଜିତ ନାୟକ,ବନୋଜ ପାତ୍ର, ଗୋପାଳ କୃଷ୍ଣ ପ୍ରଧାନ, ବିଷ୍ଣୁ , ବିଚିତ୍ରାନନ୍ଦ ପରିଡ଼ା,ରାନୁଖରା,ଙ୍କ ସମେତ ସଂଘ ର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।ପରେ ପରେ କୋରାପୁଟର ପୂର୍ବତନ ବିଧାୟକ ରଘୁରାମ ପଡାଲ ମଧ୍ୟ ଧର୍ମଘଟ ସ୍ଥଳରେ ପହଞ୍ଚି ସଂଘ ର ସମାସ୍ୟା ସମ୍ପର୍କରେ ଆଲୋଚନା କରି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଭାଗ ଆଲୋମଣି ସେଠୀଙ୍କ ସହ ଫୋନରେ ଆଲୋଚନା କରିଥିଲେ।ସେ ଖଣି ବିଭାଗ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଫେରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ନବରଙ୍ଗପୁର ଜିଲ୍ଲା ଖାଦାନର ବାଲି ଉପରେ ବିଶେଷ ଭାବେ କୋରାପୁଟ ଜିଲ୍ଲାର ସରକାରୀ ଓ ବେସରକାରୀ ଉନ୍ନୟନ କାର୍ଯ୍ୟ ନିର୍ଭର କରୁଛି। ଏହା ଜିଲ୍ଲା ଵାସିଙ୍କ ସମାସ୍ୟା। ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ସମାସ୍ୟାର ସମାଧାନ କରି ଗାଡ଼ି ଚଳାଚଳ କୁ ସ୍ବଭାବିକ ନକଲେ ଉଭୟ ଜିଲ୍ଲାବାସୀ ଙ୍କ ଏବଂ ଗାଡ଼ି ମାଲିକ ଙ୍କ କ୍ଷତି ବୃଦ୍ଧି ପାଇବ। ଏଥିରେ ଗାଡ଼ି ମାଲିକ ଙ୍କ ଦୈନିକ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଥିବା ବେଳେ ଜିଲ୍ଲା ର ବିଭିନ୍ନ ଉନ୍ନୟନ କ୍ଷେତ୍ରରେ ବ୍ୟାଘାତ ଯୋଗୁଁ କୋଟି କୋଟି ଟଙ୍କାର କ୍ଷତି ହେଉଛି। ଏହି ବନ୍ଦ ଡାକରାରେ ଜିଲ୍ଲାର କୋଡପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ସୁନାବେଡ଼ା,ପଟାଙ୍ଗି, ସେମିଲିଗୁଡା, ଦାମନଯୋଡି, କାକିରିଗୁମା, ଲକ୍ଷ୍ମୀପୁର ଆଦି ଅଞ୍ଚଳର ଟିପର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଜିଲ୍ଲାର ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ଠପ୍ ହୋଇଯାଇଥିବା ସାଧାରଣ ରେ ଅଭିଯୋଗ ହେଉଛି।

 କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ First news ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ