।। କେବେ ବଦଳିବ ବରୀ ଦରଘା ନିକଟ ରାସ୍ତାର ଅବସ୍ଥା ।।

ଯାଜପୁର,୨୭।୭(ଓଏନ):ସରକାର ବଦଳୁଛି, ବିଧାୟକ ବଦଳୁଛନ୍ତି ହେଲେ ବରୀ ବ୍ଲକର ପ୍ରମୁଖ ରାସ୍ତା ବଦଳୁ ନାହିଁ । ଯାହା ଫଳରେ ଗତଗତରେ ବ୍ୟାପକ ସମସ୍ୟା ଦେଖା ଦେଉଛି । ରାସ୍ତାର ଏହି ସ୍ଥିତି ପାଇଁ କେତେ ବେଳେ ବଡ଼ ଦୁର୍ଘଟଣା ଘଟିବା ମଧ୍ୟ ଅସମ୍ଭବ ନୁହେଁ । ବରୀ ମାଉଣ୍ଡ ରୁ ରାମଚନ୍ଦ୍ରପୁର ଯାଇଥିବା ରାସ୍ତା ଦରଘା ଛକ ନିକଟରେ ଶୋଚନୀୟ ହୋଇ ପଡିଛି । ଦୁଇଟି ସ୍ଥାନରେ ରାସ୍ତା କଡ଼ ମାଟି ପିଚୁ ପର୍ଯ୍ୟନ୍ତ ଖସି ଯାଇଛି । ଫଳରେ ଏହି ସ୍ଥାନ ବିପଦପୂର୍ଣ୍ଣ ହୋଇ ପଡିଛି । ଏହି ରାସ୍ତା ଦେଇ ବିଭିନ୍ନ ଭାରିଯାନ ମଧ୍ୟ ଗତାଗତ କରୁଛି । ରାସ୍ତା ଅଣ ଓସାରିଆ ହୋଇଥିବାରୁ ବସ କିମ୍ବା ଟ୍ରକ ଯିବା ସମୟରେ ଆଗରୁ ଗାଡି ଆସିଲେ ଦୀର୍ଘ ସମୟ ରାସ୍ତା ଜାମ ହେଉଛି । ଆଜକୁ ଦୀର୍ଘ ବର୍ଷ ହେଲା ରାସ୍ତାର ଏହି ଅବସ୍ଥା ଥିଲା ବେଳେ ଏ ନେଇ ବିଭାଗୀୟ ଅଧିକାରୀ ଚୁପ ବସିବା ଚିନ୍ତାର ବିଷୟ ହୋଇଛି । ଏହି ସ୍ଥାନକୁ ପୋତିବା ପାଇଁ ମାତ୍ର କେତେ ଟ୍ରିପ ମାଟିର ଆଵଶ୍ୟକତା ଥିଲା ବେଳେ ବିଭାଗ ପାଖରେ ଅର୍ଥର ଅଭାବ ରହିଛି ନାଁ ପଥଚାରୀଙ୍କୁ ମରଣ ମୁହଁକୁ ଠେଲିବାକୁ ବିଭାଗ ଚାହୁଁଛି ଏହା ସନ୍ଦେହ ସୃଷ୍ଟି କରୁଛି । ଏ ନେଇ ଜିଲ୍ଲାପାଳ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






