କେବେ ପଡିବ ପ୍ରଶାସନ ଙ୍କ ଦୃଷ୍ଟି ଓ ସମସ୍ୟା ସମାଧାନ ହେବ କେବେ

Aug 20, 2024 - 21:38
 0  6
କେବେ ପଡିବ ପ୍ରଶାସନ ଙ୍କ ଦୃଷ୍ଟି ଓ ସମସ୍ୟା ସମାଧାନ ହେବ କେବେ

ଥୁଆମୂଳ ରାମପୁର ବ୍ଲକ ତଳ ଆମପଦର ପଞ୍ଚାୟତ ଅଧିନସ୍ଥ ଭଟ୍ଟା ଗୁଡା ଗ୍ରାମବାସୀ ମୌଳିକ ଅଧିକାର ରୁ ବଞ୍ଚିତ l ମୁଖ୍ୟ ରାସ୍ତା ଠାରୁ ଦୁଇ କିଲୋମିଟର ହେବ ଭଟ୍ଟା ଗୁଡା ଗାଁ କିନ୍ତୁ ଭଲ ରାସ୍ତାଖଣ୍ଡେ ନାହିଁ l ଏଥିରେ ପିଇବା ପାଣି ପାଇଁ ଖେତ ର ହୁଡ଼ା ରେ ଥିବା ଛୋଟ ନାଳର ଦୂଷିତ ପାଣି ବ୍ୟବହାର କରି ମେଲେରିଆ ରୋଗ ରେ ଆକ୍ରାନ୍ତ ହୋଇ ଥିବା ଗ୍ରାମ ବାସୀ ପ୍ରକାଶ କରିଥିଲେ l ଏଠିକାର ଲୋକେ ନାହିଁ ନ ଥିବା ଅସୁବିଧା ରେ ଜୀବନ କାଟୁଥିବା ଦେଖିବାକୁ ମିଳିଥିଲା l ମୁଖ୍ୟ ତ ଗମନା ଗମନ ପାଇଁ ରାସ୍ତା, ପିଇବା ପାଇଁ ପାଣି, ରହିବା ପାଇଁ ଘର, ଶିକ୍ଷା, ଏପରି ଅନେକ ସମସ୍ୟା ଘେର ରେ ଭଟ୍ଟା ଗୁଡା ଗାଁ l ଏହି ସମସ୍ୟା କୁ ନେଇ ଖବର ପ୍ରସାରଣ କଲା ପରେ କଣ ସୁବିଧା ମିଳୁଛି ଗ୍ରାମ ବାସୀ ଙ୍କୁ ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ