।। କିଟନାଶକ ପିଇ ମହିଳାଙ୍କ ଆତ୍ମହତ୍ୟା ମାଆ ଆଣିଲେ ଅଭିଯୋଗ ।।

Jun 19, 2024 - 20:48
 0  78
।। କିଟନାଶକ ପିଇ ମହିଳାଙ୍କ ଆତ୍ମହତ୍ୟା ମାଆ ଆଣିଲେ ଅଭିଯୋଗ ।।

ଶାଶୁଙ୍କ ସହ କଳହ କରି କିଟନାଶକ ପିଇ ବୋହୁଙ୍କ ଆତ୍ମହତ୍ୟା, ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ତେଣ୍ଡେରା ପଞ୍ଚାୟତ ରସପଡା ଗ୍ରାମରେ। ମୃତ ମହିଳା ଜଣକ ଗ୍ରାମର ବୀର କିଶୋର ମହାନ୍ତଙ୍କ ସ୍ତ୍ରୀ ଲୀଳାବତୀ ମହାନ୍ତ। ମଙ୍ଗଳବାର ପୂର୍ବାହ୍ନରେ କୈାଣସି କାରଣରୁ ଲୀଳାବତୀଓ ଶାଶୁଙ୍କ ମଧ୍ୟରେ କଳହ ହୋଇଥିଲା। ଏହାପରେ ଲୀଳାବତୀ ବାଡ଼ି ପଟକୁ ଯାଇ କୀଟନାଶକ ଖାଇ ଦେଇଥିଲେ। ପଡୋଶୀ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ଖବର ପାଇ ଲୀଳାବତୀଙ୍କ ମା’ ମନ୍ଦୋଦରୀ ତାଙ୍କ ଝିଅଙ୍କୁ ଶାଶୁ ଓ ଶ୍ୱଶୁର ବିଭିନ୍ନ ସମୟରେ ଯୈାତୁକ ଦାଦି କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଆଜି ମଧ୍ୟ ଝିଅକୁ ମାରଧର କରିବା ସହ ଗାଳିଗୁଲଜ କରିବାରୁ ଝିଅ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି । ଏବଂ ଘଟଣାର ତଦନ୍ତ ଚାଲିଥିବା ଥାନା ଏସଆଇ ଲକ୍ଷ୍ମଣ ମାଝି ସୂଚନା ଦେଇଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ