।। କାହାର ଅବହେଳାଯୋଗୁଁ -ଭତ୍ତା ଖଣ୍ଡିଏ ପାଇଁ ଅପେକ୍ଷାରେ ଟେକରାମ ଓ ତାଙ୍କ ପତ୍ନୀ ।।

Nov 29, 2023 - 16:08
 0  17
।। କାହାର ଅବହେଳାଯୋଗୁଁ -ଭତ୍ତା ଖଣ୍ଡିଏ ପାଇଁ ଅପେକ୍ଷାରେ ଟେକରାମ ଓ ତାଙ୍କ ପତ୍ନୀ ।।

ବୟସ ଦିନ କୁ ଦିନ ଗଡି ଯାଉଛି ହେଲେ ମିଲି ପାରୁ ନାହିଁ ଭତ୍ତା ଖଣ୍ଡିଏ ! ଏ ପରି ଦୁଃଖଦ ଦୃଶ୍ଯ ଦେଖିବାକୁ ମିଲିଛି ଦାଦନ ପର୍ବଣ ଅଞ୍ଚଳରେ ! ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲବ୍ଲକ ମାଳପଡ଼ା ଗ୍ରାମପଞ୍ଚାୟତ ଜାମଚୁଆଁ ଗ୍ରାମର ଟେକରାମ ଭଇଁସାଲ୍ ବୟସ ୬୫ ହେବ ! ଆଜି ପର୍ଯ୍ୟନ୍ତ ଭତ୍ତା ଖଣ୍ଡିଏ ପାଇ ନାହାନ୍ତି l ଘର କଥା କିଏ ପଚାରେ , ଭତ୍ତା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ଯନ୍ତ ଦୌଡି ଦୌଡି ଗୋଡର ଚପଳ ଛିଣ୍ଡି ଗଲାଣି ! ହେଲେ ଘର କିମ୍ବା ଭତ୍ତା ଖଣ୍ଡି ପାଇ ପାରିଲେ ନାହିଁ ବୋଲି କହୁଛନ୍ତି ଟେକରାମ ଭଇଁସାଲ୍ ! ସେ ଅନେକ ଥର ଘର ଓ ଭତ୍ତା ପାଇଁ ଆବେଦନ କରିଛନ୍ତି ! ହେଲେ ସରକାର ଏ ଯାଏ ତାଙ୍କ କଥାକୁ କର୍ଣ୍ଣପାତ କରୁ ନାହାନ୍ତି କାହିଁକି? ଏଥିପାଇଁ ଭାଙ୍ଗି ପଡିଛନ୍ତି ଟେକରାମ ! ସେ ଜଣେ ଗରିବ ଖଟିଖିଆ , ବୟସ ଥିଲା ବେଲେ ପେଟ ପାଟଣା ପାଇଁ ବାହାର ରାଜ୍ଯକୁ ଦାଦନ ଖଟି ଯାଉଥିଲେ ! ବୟସ ଅଧିକ ହେବାରୁ ! ଏବେ କାମ ଧନ୍ଦା କରି ପାରୁ ନାହାନ୍ତି l ଚାଳ ଛପର ଘରେ ଦୁହେଁ ସ୍ବାମୀ ସ୍ତ୍ରୀ ବସବାସ କରି ରହି ଆସୁଛନ୍ତି ! କହିବାକୁ ଗଲେ ଆଗରେ କି ପଛରେ କେହିବି ନାହାନ୍ତି ! ଖାଲି ପଞ୍ଚାୟତ ଠାରୁ ୧୦ କେଜି ଚାଉଳ ପାଉଛନ୍ତି ! ବାସ୍ ଏତିକିରେ ମନ ଭରି ଯାଉଛି l ତେବେ କେଉଁ କାରଣ ଯୋଗୁଁ ତାଙ୍କୁ ବାର୍ଦ୍ଧକ୍ଯ ଭତ୍ତା କିମ୍ବା ଘର ଟିଏ ମିଳି ପାରୁ ନାହିଁ ! ସେ ନିଜେ ମଧ୍ଯ ଜାଣି ପାରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି ! ଆଜିକୁ ଦୁଇ ତିନି ବର୍ଷ ହେବ ଭତ୍ତା ଖଣ୍ଡିଏ ଏବଂ ଘର ପାଇଁ ଆବେଦନ କରି ଆସୁଛନ୍ତି ! ହେଲେ ଘର ଭତ୍ତା ମିଳି ନ ଥିବା ଟେକରାମ ଅଭିଯୋଗ କରିଛନ୍ତି ! ତାଙ୍କ ଠୁ କମ୍ ବୟସର ଲୋକ ଆବେଦନକରି ଭତ୍ତା ପାଇ ଗଲେଣି ହେଲେ ତାକୁ ମିଲୁ ନାହିଁ ଭତ୍ତା,ଘର ବୋଲି ସ୍ଥାନିୟ ସରପଞ୍ଚ ଗୋପାଳ ମେହେର କୁ ଅଭିଯୋଗ କରି ଥିଲେ ! ତେବେ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରି ତାଙ୍କୁ ଖୁବ୍ ଶିଘ୍ର ଭତ୍ତା ଓ ଘର ପ୍ରଦାନ କରିବାକୁ ଟେକରାମ ଙ୍କ ସହ ଜାମଚୁଆଁ ଗ୍ରାମବାସୀ ମଧ୍ଯ ଦାବୀ କରୁଛନ୍ତି l କେବେ ମିଲିବ ଘର ଓ ଭତ୍ତା ଟେକରାମକୁ ଦେଖିବାକୁ ବାକି ରହିଲା ! ବୋଧେ ମରିଲା ପରେ, ପାଇବେ ଭତ୍ତା ଓ ଘର ।

 ବଲାଙ୍ଗୀର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ