କାଶୀନାଥ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଦୀର୍ଘ ୮ ବର୍ଷ ଧରି ଅଜଣା ରୋଗ ରେ ହୋଇଛନ୍ତି ଆକ୍ରାନ୍ତ

Jun 23, 2025 - 15:34
 0  105
କାଶୀନାଥ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଦୀର୍ଘ ୮ ବର୍ଷ ଧରି ଅଜଣା ରୋଗ ରେ ହୋଇଛନ୍ତି ଆକ୍ରାନ୍ତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୩.୦୬.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ପଞ୍ଚାୟତର ତାସାପାରା ଗ୍ରାମର କାଶୀନାଥ ହରିଜନ ( ୪୦ ) ଅଜଣା ରୋଗରେ ଦୀର୍ଘ ୮ ବର୍ଷ ହେବ ଆକ୍ରାନ୍ତ ହୋଇଛନ୍ତି ! କାଶୀନାଥ ଙ୍କ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଚିକିତ୍ସା ହୋଇପାରୁନାହିଁ ! କାଶୀନାଥ ହରିଜନ ଙ୍କ ୨ ଜଣ ପୁଅ ଓ ଗୋଟିଏ ଝିଅ ଅଛନ୍ତି ! କାଶୀନାଥଙ୍କ ସ୍ତ୍ରୀ କୁଲି ମଜୁରୀ କାମ କରି ପରିବାର ଚଳାଇବା ସହିତ ତାଙ୍କ ସ୍ୱାମୀ ଙ୍କ ଚିକିତ୍ସା କରାଉଛନ୍ତି ! ତାହା ବି ଦେଶୀ ଔଷଧ ମଧ୍ୟରେ ଚିକିତ୍ସା କରାଉଛନ୍ତି ତେବେ ଯେଉଁ ବୟସରେ କାଶୀନାଥ ରୋଜଗାର କରି ପରିବାର ପୋଷଣ କରିଥାନ୍ତେ ସେହି ବୟସରେ ସେ ବିଛଣା ରେ ପଡିରହିଛନ୍ତି ! ସ୍ୱଳ୍ପ ଟଙ୍କା ରେ ସେ ଦିନକୁ ୨ ଓଳା ଖାଇବା କଷ୍ଟକର ହୋଇପଡୁଥିବା ଦେଖିବାକୁ ମିଳିଛି ! ସ୍ତ୍ରୀ ଘର କାମ ସହିତ ସ୍ୱାମୀ କାଶୀନାଥ ଙ୍କ ଶୌଚ କରାଇବା ଗାଧୋଇ ଦେବା, ଖୁଏଇଦେବା ସହ ସମସ୍ତ କାର୍ଯ୍ୟ କରନ୍ତି ! ସ୍ୱଳ୍ପ ଟଙ୍କା ରେ ଘର ଚଳିବା କଷ୍ଟ କର ହେଉଥିବା ବେଳେ ବୋଝ ଉପରେ ନଳିତା ବିଡା ଭଳି ସ୍ୱାମୀ ଙ୍କ ଅଜଣା ରୋଗ ଏବେ ଦାଉ ସାଦୁଛି ! ୩ ଜଣ ପୁଅ ଝିଅ ଙ୍କ ପାଠ ପଢିବା ସହ ଘର ଚଳିବା ବହୁ କଷ୍ଟକର ହୋଇପଡୁଛି ବୋଲି କାଶୀନାଥ ଙ୍କ ସ୍ତ୍ରୀ କହିଛନ୍ତି ! ଯଦି ସରକାର ଙ୍କ ତରଫ ରୁ କୌଣସି ସହାୟତା ମିଳନ୍ତା ରୋଗାକ୍ରାନ୍ତ ସ୍ୱାମୀ ଙ୍କ ଚିକିତ୍ସା କରିପାରନ୍ତେ ! ତେବେ ଏହି ଖବର ପ୍ରସାରଣ ହେଲା ପରେ ପ୍ରଶାସନ ପକ୍ଷରୁ କେବେ ତାସାପାରା ଗ୍ରାମ ର କାଶୀନାଥ ହରିଜନ ଘରେ ପହଁଚିବେ ତାହା ଦେଖିବା କୁ ବାକି ରହିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ