କନ୍ଧମାଳ ରେ ଠକେଇ ରାଜଧାନୀ ରୁ ଗିରଫ : ଠକେଇ ଅଭିଯୋଗରେ କମ୍ପାନୀ କର୍ମଚାରୀ ଗିରଫ

Nov 12, 2025 - 21:37
 0  7
କନ୍ଧମାଳ ରେ ଠକେଇ ରାଜଧାନୀ ରୁ ଗିରଫ : ଠକେଇ ଅଭିଯୋଗରେ କମ୍ପାନୀ କର୍ମଚାରୀ ଗିରଫ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ପୋଲିସ୍ ଜଣେ ବ୍ୟବସାୟୀ ଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସୁଧୀର କୁମାର ତ୍ରିପାଠୀ ( ୪୫) ଘର ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମରେ I ତେବେ ସୁଧୀରଙ୍କୁ ଭୁବନେଶ୍ୱର ପୋଲିସ ଏୟାର ପୋର୍ଟ ଥାନା ଅର୍ନ୍ତଗତ ଫରେଷ୍ଟ ପାର୍କ ନିକଟ ଏକ ଆପାର୍ଟମେଣ୍ଟ ରୁ ଗିରଫ କରିଛି I ଶ୍ରୀ ତ୍ରିପାଠୀ ଗୋଟେ ଇଲେକ୍ଟ୍ରୋନିକ୍ସ କମ୍ପାନୀରେ ଅଫିସର ଭାବେ କାର୍ଯ୍ୟ କରୁଥିଲେ I ଫୁଲବାଣୀ ବଜାରରେ ଇଲେକ୍ଟ୍ରୋନିକ୍ସ ଶୋ ରୁମ୍ କରିଥିବା ବାବୁଲା ସେନାପତିଙ୍କୁ ଶସ୍ତା ଓ ସୁବିଧାରେ ଇଲେକ୍ଟ୍ରି ସାମାନ ଯୋଗାଇ ଦେବା ଲାଗି ୨୦୨୩ ମସିହାରେ ୬ଲକ୍ଷ ୭ହଜାର ୨୦୮ଟଙ୍କା ନେଇଥିଲେ | ତେବେ ଦୁଇବର୍ଷ ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ବାବୁଲା ଙ୍କୁ ଜିନିଷ ଦେଇନଥିଲେ I ଏପରିକି ମୋବାଇଲ୍ ଫୋନ ମଧ୍ଯ ରିସିଭ କରୁନଥିଲେ । ଫଳରେ ବାଧ୍ୟ ହୋଇ ବାବୁଲା ଏ ନେଇ ଗତ ସେପ୍ଟେମ୍ବର ମାସରେ ସ୍ଥାନୀୟ ଟାଉନ୍ ଥାନାରେ ଲିଖୂତ ଅଭିଯୋଗ କରିଥିଲେ I ଟାଉନ୍ ଥାନା ପୋଲିସ କେଶ ନଂ. ୩୩୫/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା I ପୋଲିସ ଖୋଳ ତାଡ଼ କରି ସୁଧୀର ତ୍ରିପାଠୀ ଭୁବନେଶ୍ବର ରେ ଥ‌ିବା ଜାଣି ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧୂକାରୀ ପି. ସ୍ବରୂପ କିଶନ ପ୍ରକାଶ କରିଛନ୍ତି। କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ