କନ୍ଧମାଳ ବେଲଘର ଥାନା ଅଞ୍ଚଳରେ ପୋଲିସ ଏବଂ ମାଓବାଦୀ ଗୁଳିବିନିମୟ ଦୁଇ ମାଓବାଦୀ ମୃତ.
କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଗୁମ୍ମା ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ହୋଇଛି ଗୁଳିବିନିମୟ. ପ୍ରଥମେ ମାଓବାଦୀ ମାନେ ପୋଲିସ ଉପରେ ଅତର୍କିତ ଭାବେ ପୋଲିସ ଉପରେ ଗୁଳି ଚଳାଇଥିଲେ ପାଲଟା ଗୁଳିଚାଳନାରେ ଦୁଇ ମାଓବାଦୀ ମୃତ ହୋଇଥିବା ଖବର ମିଳିଛି.। ଉଭୟ ଦୁଇ ମାଓବାଦୀ ହେଲେ ଶୁକମା ଅଞ୍ଚଳ ର ବାରି ଓରଫ ରାକେଶ ଏବଂ ବିଜାପୁର ଅଂଚଳରେ ଅମୃତ. ରାକେଶ ଏରିଆ କମିଟି ସଦସ୍ୟ ଥିବା ବେଳେ ଅମୃତ ମାଓ ସଂଘଠନ ରେ ଆକ୍ଟିଭ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ. ଉଭୟ ଛତିଶଗଡ଼ର ବୋଲି ଜଣା ପଡିଛି । ଦୁଇ ମାଓବାଦୀ ମୁଣ୍ଡ ଉପରେ ପୂର୍ବରୁ ଉପରେ ମୋଟ ୨୩.୬୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ପୋଲିସ ର ପାଲଟା ଆକ୍ରମଣରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ଜଣା ପଡିଛି. ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ଜଣା ପଡିଛି. । ଏହି ସଫଳତା ପଛରେ ଆଣ୍ଟି ମାଓବାଦୀ ଅଭିଯାନ ପଛରେ SIW special intelligence wing ର ମୁଖ୍ୟ ଭୂମିକା ରହିଛି ବୋଲି ADG ସଞ୍ଜୀବ ପାଣ୍ଡା କହିଛନ୍ତି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0