।। କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ଏକ ମାଲ ଗାଡି ର ୪ଟି ବୋଗୀ ଲାଇନ ଚ୍ୟୁତ:ରେଲ ଚଳାଚଳ ବାଧା ପ୍ରାପ୍ତ ।।

ବାଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ର କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ଏକ ମାଲ ଗାଡି ର ୪ଟି ବଗି ଲାଇନ ଚ୍ୟୁତ ହୋଇଛି l ଯା ଫଳରେ ରେଳଯାତ୍ରା ବାଧାପ୍ରାପ୍ତ ହୋଇଅଛି l ସୂଚନା ଅନୁସାରେ ଏକ ମାଲବାହି ଟ୍ରେନ ରାୟପୁର ପଟୁ ଆସୁଥିଲା,, କୌଣସି କାରଣ ରୁ ଟ୍ରେନ ର ଦୁର୍ଘଟଣା ହୋଇଥିବାରୁ ୪ଟି ବଗି ଲାଇନଚୁତ ହୋଇଛି,, ଚାଉଳ ବୋଝେଇ ହୋଇ ଥିବା ଜଣାପଡିଛି l ତେବେ ବର୍ତମାନ ଉଦ୍ଧାର କାର୍ଯ୍ୟ ଜାରି ଅଛି,, ଏଥିରେ କୌଣସି ଲୋକ ଙ୍କ କ୍ଷତି ହୋଇନାହିଁ.. କେବଳ ଚାଉଳ ବୋଝେଇ ଯାଉଥିବାରୁ,, ବିପୁଳ ପରିମାଣ ରେ ଚାଉଳ ନଷ୍ଟ ହୋଇଛି,, କ୍ରେନ ସାହାଯ୍ୟ ରେ ବଗି କୁ ପୁନଃ ଲାଇନ ରେ ଅବସ୍ଥାପିତ କରା ଯାଉଛି ।
କଣ୍ଟାବାଞ୍ଜୀ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






