ଓମ୍ବାଡସି ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ମୟୂରଭଞ୍ଜ ଗସ୍ତ

Dec 27, 2024 - 19:54
 0  7
ଓମ୍ବାଡସି ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ମୟୂରଭଞ୍ଜ ଗସ୍ତ

ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି କଲେ ସମୀକ୍ଷା; ଜିଲ୍ଲାରେ ଓମ୍ବାଡସି ପ୍ରକଳ୍ପ ମାନଙ୍କର ଅଗ୍ରଗତିକୁ ନେଇ କଲେ ସନ୍ତୋଷ ପ୍ରକାଶ ବାରିପଦା: ୨୭.୧୨.୨୦୨୪// ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ୫ ଦିନିଆ ଗସ୍ତରେ ଆସି ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି । ଡିସେମ୍ବର ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି। ଗସ୍ତର ପ୍ରଥମ ଦୁଇ ଦିନରେ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ଯାଇ ଓମ୍ବାଡସି ସହାୟତାରେ ଚାଲିଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହ ଏହାର ଅଗ୍ରଗତିକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଓମ୍ବାଡସି ପାଣ୍ଠି ସହାୟତାରେ ପ୍ରମୁଖ କ୍ଷେତ୍ରରେ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଉଛି ଏବଂ ଏହା ମଧ୍ୟରେ ମୁଖ୍ୟତଃ ପାନୀୟ ଜଳ, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅର୍ଥ ବିନିଯୋଗ କରାଯାଉଛି । ପ୍ରଥମ ଦିନରେ ଜଷ୍ଟିସ ପଟ୍ଟନାୟକ ତକତପୁର ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ ଓ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରେ ପିଜି ପରିଷଦ କୋଠା ନିର୍ମାଣ, ଡିସପେନସାରୀ ବିଲଡିଂ ନିର୍ମାଣ, ନୂତନ ଏକାଡେମିକ୍ କୋଠା ନିର୍ମାଣ ଏବଂ ଲାଇବ୍ରେରୀ ବିଲ୍ଡିଂର ସମୀକ୍ଷା କରିଥିଲେ ଏବଂ ବିଶ୍ୱବିଦ୍ୟାଳୟରେ ଶିକ୍ଷାଗତ ଭିତ୍ତିଭୂମି ବିକାଶ ବିଷୟରେ ଯାଞ୍ଚ କରିଥିଲେ। ସେଠାରେ ସେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବିଷୟରେ ସେ ପ୍ରଧ୍ୟାପକଙ୍କ ଠାରୁ ପଚାରି ବୁଝିଛନ୍ତି । ସେହିପରି ଦ୍ଵିତୀୟ ଦିନ ଗସ୍ତରେ ଉଦଳା ବିଜ୍ଞାପିତ ଅଂଚଳ ପରିଷଦରେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ମାଧ୍ୟମରେ ଲୋକଙ୍କ ଦୁଆର ମୁହଁରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଓମ୍ବାଡସି ପାଣ୍ଠି ସହାୟତାରେ କରାଯାଇଥିବା ଏହି ପ୍ରକଳ୍ପ ଦ୍ୱାରା ଲୋକମାନେ କିପରି ଉପକୃତ ହେଉଛନ୍ତି ସେ ନେଇ ଓଭରସାଇଟ ଅଥରିଟି ହରୀସାହି, ୧୨ ନମ୍ବର ୱାର୍ଡକୁ ଯାଇ ନିଜେ ଅନୁଧ୍ୟାନ କରିଛନ୍ତି ଏବଂ ଉଦଳା ସ୍ଥିତ ମଲ୍ଟି ପ୍ରପୋଜ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ ଏବଂ କ୍ରୀଡା ଓ ବ୍ୟାୟାମ ପାଇଁ ଅତ୍ୟାଧୁନିକ କ୍ରୀଡା ସାମଗ୍ରୀ ବିଷୟରେ ଉପସ୍ଥିତ ଯୁବବର୍ଗଙ୍କୁ ପଚାରିଥିଲେ। ଜଷ୍ଟିସ ଶ୍ରୀ ପଟ୍ଟନାୟକ ଏହା ପରେ ବଡ଼ସାହି ଏବଂ ଗୋପବନ୍ଧୁ ନଗର ବ୍ଲକ ପରିଦର୍ଶନ କରି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଜଳ ବିଶୋଧନାଗାର ଏବଂ ଇଣ୍ଟେକ ୱେଲ ଯାଞ୍ଚ କରିଥିଲେ ଏବଂ ଅଧିକାରୀ ଏବଂ ପ୍ରକଳ୍ପର ହିତାଧିକାରୀଙ୍କ ସହ ଜଷ୍ଟିସ ପଟ୍ଟନାୟକ କଥା ହୋଇ କାର୍ଯ୍ୟକ୍ରମର ସୁଫଳତା ବିଷୟରେ ପଚାରି ବୁଝିଛନ୍ତି । ଏଥିସହିତ ଉଦଳା, ବଡ଼ସାହି, ଗୋପବନ୍ଧୁ ନଗର ବ୍ଲକର ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଇବା ପାଇଁ ସମସ୍ତ ଗ୍ରାମ ମେଗା ପାଇପ୍ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି ବୋଲି ଜାଣି ଜଷ୍ଟିସ ଶ୍ରୀ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବଡ଼ସାହି ଅଧିନସ୍ଥ ନୂଆଗାଁ ଗ୍ରାମ ପଂଚାୟତରେ ନିର୍ମାଣାଧୀନ ପ୍ରକଳ୍ପ ମଧ୍ୟରୁ ଗୋଟିଏରେ କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିଛନ୍ତି। ଅପରାହ୍ନରେ ସେ ସାମୁଖୁଣ୍ଟା ବ୍ଲକରେ କୃଷି ବିଜ୍ଞାନ କେନ୍ଦ୍ର (କେଭି କେ) ପରିଦର୍ଶନ କରି ଆଗ୍ରି-ଇନକ୍ୟୁବେସନ ଆଣ୍ଡ ଏଣ୍ଟରପ୍ରାଇଜର୍ସିପ୍ ଡେଭଲପମେଣ୍ଟ ପ୍ରୋଗ୍ରାମ, ଦକ୍ଷତା ବିକାଶ ଏବଂ କୃଷି ପ୍ରକ୍ରିୟାକରଣ ୟୁନିଟ୍ର କାର୍ଯ୍ୟ ପଦ୍ଧତି ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ। ପରେ ସେ ସେଠାରେ କୃଷି ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଆଗାମୀ ପ୍ରକଳ୍ପଗୁଡିକର ଦୃଷ୍ଟିକୋଣ ଏବଂ ମାର୍ଗ ବିଷୟରେ ଥିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ମତାମତ ନେଇଥିଲେ। ଏହି ପାଞ୍ଚଦିନିଆ ଗସ୍ତ ବେଳେ ଓମ୍ବାଡସି ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟଙ୍କ ସହ ଓମ୍ବାଡସି ସିଇଓ ଜି ରାଜେଶ, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ମୟୂରଭଞ୍ଜ, ଶ୍ରୀ ଧର୍ମାନନ୍ଦ ବେହେରା, ଜେନେରାଲ ମ୍ୟାନେଜର (ଅପରେସନ) ଜୟନ୍ତ କୁମାର ଦାସ, ସ୍ୱତନ୍ତ୍ର ଅଧିକାରୀ ଶେଖ ନଇମୁଦ୍ଦିନ ଏବଂ ଦ୍ୱିପାୟନ ପଟ୍ଟନାୟକ, ଜେନେରାଲ ମ୍ୟାନେଜର (ଅପରେସନ୍) ଜୟନ୍ତ କୁମାର ଦାଶ, LE, ଜଗନ୍ନାଥ ମିଶ୍ର, SDE, ଆଦିତ୍ୟ ପ୍ରଧାନ ଏବଂ ଟିମ୍ ଲିଡର (OMBADC, ମୟୂରଭଞ୍ଜ) ନିହାରକାନ୍ତ ସାହୁ ଏହି ଗସ୍ତ ସମୟରେ ଜଷ୍ଟିସ ଶ୍ରୀ ଏ.କେ ପଟ୍ଟନାୟକଙ୍କ ସହ ଯାଇଥିଲେ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଛନ୍ତି । ସୂଚନାନୁସାରେ ଜଷ୍ଟିସ ଶ୍ରୀ ପଟ୍ଟନାୟକଙ୍କ ମୟୂରଭଞ୍ଜ ଗସ୍ତ ୩୦ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ। ୨୮ ଡିସେମ୍ବରରେ ଶ୍ରୀ ପଟ୍ଟନାୟକ ଜିଲ୍ଲାର OMBADC ପ୍ରକଳ୍ପ ସହ ଜଡିତ ସମସ୍ତ ଅଧିକାରୀଙ୍କ ସହ ଏକ ବୈଠକ କରିବେ ଏବଂ ସେହିଦିନ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିବା ସହ ୨୯ ଡିସେମ୍ବରରେ ସେ ଜଶିପୁର ଏବଂ କରଞ୍ଜିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସ୍ଥିତ ଅନୁଧ୍ୟାନ କରିବା ସହ ପ୍ରଗତି ନିରୀକ୍ଷଣ କରିବେ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ