।। ଓଡିଶା ସାମ୍ବାଦିକ ମହାସଂଘ ପକ୍ଷରୁ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କୁ ସୈଜନ୍ଯ ମୂଳକ ସାକ୍ଷାତକାର: ଜିଲ୍ଲାର ପ୍ରମୁଖ ସମସ୍ୟା ଗୁଡିକ ବାବଦରେ ଦାବିପତ୍ର ପ୍ରଦାନ ।।

Oct 15, 2024 - 17:31
 0  59
।। ଓଡିଶା ସାମ୍ବାଦିକ ମହାସଂଘ ପକ୍ଷରୁ  ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କୁ ସୈଜନ୍ଯ ମୂଳକ ସାକ୍ଷାତକାର: ଜିଲ୍ଲାର ପ୍ରମୁଖ ସମସ୍ୟା ଗୁଡିକ ବାବଦରେ ଦାବିପତ୍ର ପ୍ରଦାନ ।।

ବାରିପଦା:(ଭାସ୍କର ନ୍ଯୁଜ୍)୧୫/୧୦/୨୪: ଓଡ଼ିଶା ସାମ୍ବାଦିକ ମହାସଂଘର ରାଜ୍ୟ ସଭାପତି(ନର୍ଥଇଷ୍ଟ ଜୋନ୍)ବରିଷ୍ଠ ସାମ୍ବାଦିକ ସୁକୁମାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ସାମ୍ବାଦିକ ମହାସଂଘର ମୟୂରଭଞ୍ଜ ଜିଲ୍ଲା ସଭାପତି ଶ୍ରୀମତୀ ପ୍ରତିମା ବାରିକ ଉଭୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲିଙ୍କୁ ପୁଷ୍ପଗୁଚ୍ଛ ଦେଇ ସୈଜନ୍ଯ ମୂଳକ ସାକ୍ଷାତକାର କରିଥିଲେ, ତତ୍ ସହିତ ଜିଲ୍ଲାର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି। ଜିଲ୍ଲାର ବିଭିନ୍ନ ସମସ୍ୟା ମଧ୍ୟରୁ ମୁଖ୍ୟ ସମସ୍ୟା ଗୁଡିକୁ,ବିଶେଷକରି ଦିନକୁଦିନ ବ୍ୟାପକ ଚୋରି, ରାହାଜାନୀ,ଛିନ୍ତାୟୀ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଥିବା ବେଳେ,ଡ୍ରଗ୍ସ ଓ ଗଞ୍ଜେଇ କବଳରେ କବଳିତ ପଥଭ୍ରଷ୍ଟ ଯୁବ ବର୍ଗ ପରିବାର ତଥା ସମାଜିକ ଜୀବନ ଚର୍ଯା ଉପରେ ପ୍ରଭାବ ସୃଷ୍ଟି କରୁଥିବା ପରିଲକ୍ଷିତ ହେଉଛି ବୋଲି ଆଲୋଚନା ଛଳରେ କୁହାଯିବା ସହିତ ୨ ଫର୍ଦ ବିଶିଷ୍ଟ ବିଭିନ୍ନ ସମସ୍ୟା ସମ୍ପର୍କିତ ଦାବିପତ୍ର ଓଡ଼ିଶା ସାମ୍ବାଦିକ ମହାସଂଘ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି। ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ଦୃଷ୍ଟି ଦେବେ ବୋଲି ଶ୍ରୀ ବି.ଗୁଣ୍ଟୁପାଲି ମୈଖିକ ପ୍ରତିଶୃତି ମଧ୍ୟ ଦେଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ