।। ଓଡିଶା ରେ ଆରମ୍ଭ ହେବ ଆୟୁସ୍ମାନ ଯୋଜନା ।।

କେନ୍ଦ୍ର ସରକାର ଙ୍କ ଦ୍ୱାରା ହେଇଥବା ଆୟୁସ୍ମାନ ଯୋଜନା ସମଗ୍ର ରାଜ୍ୟରେ ପ୍ରଚଳିତ ହୋଉଥିବା ସମୟରେ ଓଡ଼ିଶାରେ ପୂର୍ବତନ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରାଇ ଦେଉ ନଥିଲେ l ତେବେ ଏବେ ଓଡିଶା ରେ ନୂତନ ସରକାର ହୋଇଥିବା ବେଳେ ଆସନ୍ତା ୨୯ ତାରିଖ ରେ ଭିଡିଓ କନଫରେନ୍ସସି ମାଧ୍ୟ୍ୟମରେ ଯଶୋଶ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ର ଶୁଭାରମ୍ଭ କରିବେ ଓଡିଶା ରାଜ୍ୟରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମାନ୍ୟବର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି l ଏହି ଯୋଜନାରେ ୭୦ ବର୍ଷ ରୁ ଉର୍ଦ୍ଧ ହିତାଧିକାରୀ ସାମିଲ ହେଇପରିବେ l ତା ଛଡା ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ ହେବ ବୋଲି ସୂଚନା ମିଳିଛି l ଆୟୁସ୍ମାନ ଯୋଜନାରେ ୧ କୋଟି ପରିବାରକୁ ୩ କୋଟି ୫୦ ଲକ୍ଷ ସ୍ୱାସ୍ଥ୍ୟ କାର୍ଡ ମିଳିବାକୁ ଥିବା ବେଳେ ୨୭ ହଜାର ଚିକିତ୍ସାଲୟ ଅନୁବନ୍ଧିତ ହେବା ସହିତ କେସ ଲେସ ସୁବିଧା ଉପଲବ୍ଧ ହେବ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟ୍ୟମରେ ଦାଦନ ଶ୍ରମିକ ଏହି ସେବା ର ଲାଭ ଉଠାଇ ପାରିବେ l
What's Your Reaction?






