ଓଡ଼ିଶା ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ:ନୂଆପଡା ଜିଲ୍ଲାରେ ପାସ୍ ହାର ୯୭ ପ୍ରତିଶତ

May 2, 2025 - 22:00
 0  12
ଓଡ଼ିଶା ବୋର୍ଡ ଦଶମ ଶ୍ରେଣୀ  ପରୀକ୍ଷା ଫଳ ପ୍ରକାଶିତ:ନୂଆପଡା ଜିଲ୍ଲାରେ ପାସ୍ ହାର ୯୭ ପ୍ରତିଶତ

ନୂଆପଡା : ଓଡ଼ିଶା ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଉଲ୍ଲେଖନୀୟ ଭାବରେ ଏଥିରେ ନୂଆପଡା ଜିଲ୍ଲାରେ ପାସ୍ ହାର ୯୭.୦୫ ପ୍ରତିଶତ ରହିଛି । ଜିଲ୍ଲାରେ ଏଥର 155 ଟି ହାଇସ୍କୁଲ୍ ର ୬୩୬୭ ଜଣ ଛାତ୍ର ଛାତ୍ରୀ ବୋର୍ଡ ପରୀକ୍ଷା ଦେଇଥିଲେ । ସେଥିରୁ ୬୧୮୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଏ ୧ ଗ୍ରେଡ ରେ ୨ ଜଣ, ଏ ୨ ଗ୍ରେଡ ରେ ୯୯ ଜଣ, ବି ୧ ରେ ୮୮୬ ଜଣ, ବି ୨ରେ ୧୮୦୩ ଜଣ, ସି ରେ ୧୯୮୮ , ଡି ରେ ୧୧୦୯, ଇ ରେ ୨୯୨ ଏବଂ ଏଫ୍ ଗ୍ରେଡ ରେ ୧୪୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ପାସ୍ ହାର ହେଉଛି ୪୩ ପ୍ରତିଶତ । ଗତ ବର୍ଷ ଏ ୨ ଗ୍ରେଡ ରେ ୪୫ ଜଣ ଥିଲାବେଳେ ଏବର୍ଷ ୯୯ ଜଣ ଏବଂ ବି ୧ ରେ ଗତ ବର୍ଷ ୬୬୦ ଜଣ ଥିଲା ବେଳେ ଏବର୍ଷ ୮୮୬ ଜଣ ପାସ୍ କରିଛନ୍ତି । ସେହିପରି ଜିଲ୍ଲାରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ୮ ଟି ଆବାସିକ ହାଇସ୍କୁଲ୍ ରେ ମୋଟ୍ ପାସ୍ ହାର ୯୯.୧୬ ପ୍ରତିଶତ ରହିଛି । ଏଠାରୁ ୪୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଏ ୨ ଗ୍ରେଡ ରେ ୪ ଜଣ, ବି ୧ ରେ ୯୦ ଜଣ, ବି ୨ରେ ୨୩୯ ଜଣ, ସି ରେ ୧୧୦ ଜଣ , ଡି ରେ ୧୮ ଏଵଂ ଇ ଗ୍ରେଡ ରେ ୧୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ୪୭୭ ଜଣଙ୍କ ମଧ୍ୟରୁ ୩୩୩ ଜଣ ଅର୍ଥାତ୍ ୬୯.୮୧ ପ୍ରତିଶତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଗତ ବର୍ଷ ଏ ୨ ଗ୍ରେଡ ରେ ୧ ଜଣ ଥିଲାବେଳେ ଏବର୍ଷ ୪ ଜଣ ଏବଂ ବି ୧ ରେ ଗତ ବର୍ଷ ୫୩ ଜଣ ଥିଲା ବେଳେ ଏବର୍ଷ ୯୦ ଏଵଂ ବି ୨ ରେ ୧୫୦ ଜଣ ଥିଲାବେଳେ ଏବର୍ଷ ୨୪୯ ଜଣ ରହିଛନ୍ତି । ପଞ୍ଚାୟତ ହାଇସ୍କୁଲ୍ ମୁଣ୍ଡାପଲାର ଛାତ୍ରୀ ଶ୍ରେଷ୍ଠା ପଣ୍ଡା ୯୩.୧୭ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ପ୍ରଥମ ଏବଂ ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିନାପାଲି ର ଛାତ୍ରୀ ଝରଣା ମେହେର ୯୧ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ।ବୋର୍ଡ ପରୀକ୍ଷାରେ ଜିଲ୍ଲାର ଏହି ଅଭୂତ ପୂର୍ବ ସଫଳତା ପାଇଁ ସମସ୍ତ କୃତୀ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା ବିଭାଗ ଏବଂ ଜିଲ୍ଲା ମଙ୍ଗଳ ବିଭାଗଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ