।। ଏନଜିଲିନା ଇଣ୍ଟରପ୍ରାଇଜେସ ର ଗ୍ରାହକ ସମ୍ମିଳନୀ ।।

Aug 16, 2024 - 20:39
 0  24
।। ଏନଜିଲିନା ଇଣ୍ଟରପ୍ରାଇଜେସ  ର ଗ୍ରାହକ ସମ୍ମିଳନୀ ।।

‘ଫିଡ଼ବେକ’ ନେବା ସହ ନୂଆ ବ୍ୟବସାୟୀ ପାଇଁ ହେଲା ନୂଆ ପ୍ଲାନ୍ *ଯୋଗେଶ ଜୋଜୋ ଉପସ୍ଥିତ ହୋଇ କଲେ ମନରଞ୍ଜନ ନୂଆପଡ଼ା : ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ସହହରେ ଥିବା ଗଣପତି ପେଲେସ ଠାରେ ଏନଜିଲିନା ଇଣ୍ଟରପ୍ରାଇଜେସ ର ଗ୍ରାହକ ସମ୍ମିଳନୀ ପାଳିତ ହୋଇଯାଇଛି l ଏହି ଗ୍ରାହକ ସମ୍ମିଳନୀ କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ 1000 ରୁ ଉର୍ଦ୍ଧ ଗ୍ରାହକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏନଜିଲିନା ଇଣ୍ଟରପ୍ରାଇଜେସ ଓଡ଼ିଶାର ଏକ ଅଗ୍ରଣୀ ଧୂପ କମ୍ପାନୀ ଭାବେ ବେଶ୍ ପରିଚିତ ଥିବା ବେଳେ ଆଗକୁ ନୂଆ ଆଶା ଓ ବିଶ୍ବାସ ନେଇ ଗ୍ରାହକ ସମ୍ମିଳନୀ ଅୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଗ୍ରାହକ ମାନେ ନିଜର ଅସୁବିଧା ନେଇ ଅନେକ ଆଲୋଚନା କରିଥିଲେ। ଆଗାମୀ ଦିନରେ ଅନେକ ଟାର୍ଗେଟ ନେଇ କମ୍ପାନୀ ଆଗକୁ ବଢିବାକୁ ପ୍ରତିଶ୍ରୁତି ବଦ୍ଧ ରହିଛି । ଗ୍ରାହକ ମାନେ ମଧ୍ୟ କମ୍ପାନୀ ଓ ନିଜ ଉନ୍ନତି ନେଇ ଅନେକ ଉକ୍ତି ବାଢିଥିଲେ । ସେଇ ଉକ୍ତି ନେଇ ଆଗାମୀ ଦିନରେ କମ୍ପାନୀ କାମ କରିବ ଓ ଗ୍ରାହକଙ୍କ ରୋଜଗାର ବଢ଼ାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏନଜିଲିନା ଇଣ୍ଟରପ୍ରାଇଜେସ ଓଡ଼ିଶାର ଏକ ଅଗ୍ରଣୀ ଧୂପ ମେସିନ ବିକ୍ରି କାରି ସଂସ୍ଥା ଭାବେ ଦୀର୍ଘ 18 ବର୍ଷ ଧରି ଲୋକଙ୍କ ପାଖରେ ରହି ଆସିଛି । ଧୂପ ବ୍ୟବସାୟରେ ଅନେକ ବାଧା ବିଘ୍ନ ଆସିଲେ ସୁଦ୍ଧା ବୁଢ଼ା ବରଗଛ ପରି ଛିଡା ହେଇ ପାରିଛି କମ୍ପାନୀ । ନୂଆ ନୂଆ ଯୋଜନାରେ ଅନେକ କାମ କରିବାକୁ କମ୍ପାନୀ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଯାହାକି ଗ୍ରାହକଙ୍କ ଦ୍ଵାରା ଲୋକାଭିମୁଖି ହେବ ବୋଲି କୁହାଯାଇଛି। ଅନେକ ସମୟରେ ଗ୍ରାହକ ଅଭିଯୋଗ କରନ୍ତି ଠିକ୍ ଭାବେ ସର୍ଭିସ୍ ମିଳିନାହିଁ ଯାହାକୁ ଖଣ୍ଡନ କରିଛି ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା କମ୍ପାନୀ ଅଧିକାରୀ । ଅଧିକ ମନଲୋଭା କରିବାକୁ ସମ୍ମିଳନୀରେ ଯୋଡି ହେଇଥିଲେ ସମ୍ବଲପୁରୀ କମେଡି କିଙ୍ଗ ଯୋଗେଶ ଯୋଯ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ