।।ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥି ଦ୍ଵାରା ମୋବାଇଲ ମେଳା ଅନୁଷ୍ଠିତ: ୧୪ଗୋଟି ଜବତ ମୋବାଇଲ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର ।।

Jul 6, 2024 - 17:21
Jul 6, 2024 - 17:22
 0  50
।।ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥି ଦ୍ଵାରା ମୋବାଇଲ ମେଳା ଅନୁଷ୍ଠିତ:  ୧୪ଗୋଟି ଜବତ ମୋବାଇଲ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର ।।

ସୁନାବେଡ଼ା,ତା:୦୬/୦୭/୨୦୨୪(ଫାଷ୍ଟ ନ୍ୟୁଜ ଓଡ଼ିଶା କୋରାପୁଟ ଜିଲ୍ଲା ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୧୪ଟି ମୋବାଇଲ ଗୁଡ଼ିକୁ ଜବତ କରି ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ସୁନାବେଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥି । ମୋବାଇଲ ହସ୍ତାନ୍ତର ପାଇଁ କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନାରେ ଆଜି ହଜିଯାଇଥିବା ମୋବାଇଲ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋବ୍ରତା ଶତପଥୀଙ୍କ ଅଧ୍ୟକ୍ଷତାରେ ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ କାର୍ଯ୍ୟଳୟ ଅଧୀନରେ ଥିବା ଚାରି ଗୋଟି ଥାନାର ଆଇ ଆଇ ସି ଉପସ୍ଥିତ ରହିଥିବା ବେଳେ ପଟାଙ୍ଗି ଆଇ ଆଇ ସି ଚତୁର୍ଭୁଜ ନାୟକ, ସୁନାବେଡ଼ା ଆଇ ଆଇ ସି ସତ୍ୟନନ୍ଦ ପାତ୍ର,ଦାମନଯୋଡି ଆଇ ଆଇ ସି ପ୍ରମିଳା ବିଡ଼ିକା ଉପସ୍ଥିତ ଥିଲେ । ବିଭିନ୍ନ ଥାନା ପକ୍ଷରୁ ଚୋରି ମୋବାଇଲ୍ ଜବତ କରିବା ପରେ ଆଜି ମୋବାଇଲ ହସ୍ତାନ୍ତର ମେଳା କରି ୧୪ ଜଣ ଲୋକଙ୍କୁ ମୋବାଇଲ ହସ୍ତାନ୍ତର କରାଯାଇଥିବା ଶ୍ରୀମତୀ ଶତପଥୀ କହିଛନ୍ତି ।

ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ