ଉଦଯାପିତ ହେଲା ବୈଶିଙ୍ଗା ମହୋତ୍ସବ ୨୦୨୫

Jan 9, 2025 - 00:35
 0  14
ଉଦଯାପିତ ହେଲା ବୈଶିଙ୍ଗା ମହୋତ୍ସବ ୨୦୨୫

ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଠାରେ ୨ ତାରିଖରୁ ଚାଲିଥିବା ୩ୟ ବୈଶିଙ୍ଗା ମହୋତ୍ସବର ତୃତୀୟ ବର୍ଷ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗଦେଇ ମଞ୍ଚର ଶୋଭାବର୍ଦ୍ଧନ କରିବା ସହିତ କଳାର ମାଟି ମୟୂରଭଞ୍ଜ ଜିଲ୍ଲା ପାଇଁ ସମସ୍ତେ ଗର୍ବ ଅନୁଭବ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବେତନଟୀ ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ଦାସ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ମହୋତ୍ସବ ଦ୍ୱାରା ଭାଇଚାରା ସୃଷ୍ଟି ହୋଇଥାଏ ବୋଲି ମତ ଦେଇଥିଲେ । ଅନ୍ୟ ସମ୍ମାନୀତ ଅତିଥି ଭାବେ ବେତନଟୀ ବନାଞ୍ଚଳ ଅଧିକାରୀ ମନୱର ଖାଁ ଯୋଗ ଦେଇ ଏହି ମହୋତ୍ସବ ଏକ ତିନି ବର୍ଷର ଶିଶୁ ସଦୃଶ ଏବଂ ଏହାକୁ ଯୁବାବସ୍ଥାରେ ପହଞ୍ଚାଇବା ପାଇଁ ଅଞ୍ଚଳବାସୀଙ୍କ ଶ୍ରଦ୍ଧା ଓ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ମୂଖ୍ୟ ବକ୍ତା ଭାବେ ବେତନଟୀ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବିପ୍ଳବ କୁମାର କର ନିଜ ବକ୍ତବ୍ୟରେ ଏଭଳି ଜନସମୁଦ୍ର ଦେଖି ଆୟୋଜକ ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ମହା-ଉତ୍ସବ ରୁ ମହୋତ୍ସବ ସୃଷ୍ଟି , ଏଥିପାଇଁ ସମସ୍ତଙ୍କ ସହଯୋଗ ଜାରି ରହୁ ଏବଂ ଆଗକୁ ଏହା ମହାଦୃମରେ ପରିଣତ ହେଉ ବୋଲି ମତବ୍ୟକ୍ତ କରିଥିଲେ। ସଭାପତି ଦେବେନ୍ଦ୍ର କୁମାର ପଣ୍ଡା ସମସ୍ତ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ। ଆଞ୍ଚଳିକ ବିଦ୍ୟାଳୟ ଗୁଡ଼ିକର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆୟୋଜିତ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ପାଦକ ସତ୍ୟପ୍ରକାଶ ପ୍ରଧାନ ଧନ୍ୟବାଦ ପର୍ବରେ ମହୋତ୍ସବର ସମସ୍ତ ସଦସ୍ୟ , ସହଯୋଗୀ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ , ବିଜ୍ଞାପନଦାତା ,ଲାଇଟ୍ ଓ ସାଉଣ୍ଡ ,ଟେଣ୍ଟ ସାଜସଜ୍ଜା ତଥା ମେଳାରେ ଦୋକାନ ଦେଇଥିବା ସମସ୍ତ ବ୍ୟବସାୟୀ ଏବଂ ନିମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ "ହାର୍ଟ ବିଟ୍ ବ୍ୟାଣ୍ଡ" ଜଲୱା ଦେଖାଇବା ସହିତ ପ୍ରତିଷ୍ଠିତ ଓଲିଉଡ କଳାକାର ବର୍ଣ୍ଣାଳୀ ହୋତା, ଜେମସ, ପପୁ ପଣ୍ଡା ସମେତ ଅନ୍ୟାନ୍ୟ କଳାକାର ମାନେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଦର୍ଶକଙ୍କୁ ପ୍ରଭାବିତ କରିବାକୁ ଭରପୁର ପ୍ରୟାସ ଜାରି ରଖିଥିଲେ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ